ବାସ୍ତୁ ଶାସ୍ତ୍ରରେ ମଧ୍ୟ ପଶୁପକ୍ଷୀଙ୍କର ବିଶେଷ ମହତ୍ୱ ବର୍ଣ୍ଣନା କରାଯାଇଛି : ଘରେ ଶୁଆ ରଖିବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ

ଓଡ଼ିଶା ତାଜା ନ୍ୟୁଜ୍ (୧୦ ମେ ,ସୋମବାର ) ଭୁବନେଶ୍ୱର :- ବାସ୍ତୁ ଶାସ୍ତ୍ରରେ ମଧ୍ୟ ପଶୁପକ୍ଷୀଙ୍କର ବିଶେଷ ମହତ୍ୱ ବର୍ଣ୍ଣନା କରାଯାଇଛି , ଘରେ ଶୁଆ ରଖିବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ । ହିନ୍ଦୁ ଧର୍ମରେ ବିଭିନ୍ନ ପଶୁପକ୍ଷୀ ବହୁ ଦେବୀଦେବତାଙ୍କ ସହ ଜଡ଼ିତ ବୋଲି କୁହାଯାଏ । ବାସ୍ତୁ ଶାସ୍ତ୍ରରେ ମଧ୍ୟ ପଶୁପକ୍ଷୀଙ୍କର ବିଶେଷ ମହତ୍ୱ ବର୍ଣ୍ଣନା କରାଯାଇଛି । ପଶୁପକ୍ଷୀଙ୍କ ମଧ୍ୟରେ ଅନିଷ୍ଟ ଦୂର କରିବାର କ୍ଷମତା ରହିଛି ବୋଲି ମାନ୍ୟତା ରହିଛି । ଗୋ ମାତାଙ୍କ ଠାରେ ବହୁ ଦେବାଦେବୀ ବାସ କରନ୍ତି ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି । ପ୍ରଭୁ ଶ୍ରୀକୃଷ୍ଣ ମଧ୍ୟ ଗୋ ମାତାଙ୍କ ସେବା କରି ତାଙ୍କୁ ପବିତ୍ର ବୋଲି କହିଛନ୍ତି ।

 

ଜାଣନ୍ତୁ ପଶୁପକ୍ଷୀଙ୍କ ସେବା କରିବା ଦ୍ୱାରା କେଉଁ ସମସ୍ୟା ଦୂର ହୋଇଥାଏ……. ଗୋ ସେବା କରିବା ଦ୍ୱାରା ଜୀବନରେ ବହୁ ସୁଖ ପ୍ରାପ୍ତି ହୋଇଥାଏ । ଏଥିରେ ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀ ଖୁବ ପ୍ରସନ୍ନ ହୋଇଥାଆନ୍ତି । ପ୍ରତ୍ୟେକ ଦିନ ଗାଈଙ୍କୁ ରୁଟି ଖୁଆଇବା ଉଚିତ । ଘରେ ଶୁଆ ରଖିବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ । ଏପରି ମଧ୍ୟ କୁହାଯାଏ ଯେଉଁ ଭୂମିରେ ଘର ତିଆରି କରାଯାଏ, ସେଠାରେ ପୂର୍ବରୁ ଗୋମାତାଙ୍କୁ ଓ ବାଛୁରୀକୁ ରହିଲେ ସେହି ସ୍ଥାନ ପବିତ୍ର ହୋଇଯାଏ । କୁକୁରକୁ ପ୍ରତିଦିନ ଖାଇବାକୁ ଦେବା ଦ୍ୱାରା ଗୃହରେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ ।

 

କାଉଙ୍କୁ ଖାଇବାକୁ ଦେବା ଦ୍ୱାରା ବହୁ ଅନିଷ୍ଟ ଦୂର ହୋଇଥାଏ । ମାଛ ଅର୍ଥାତ ଘରେ ଆକ୍ୱାରିୟମ ରଖିବା ଦ୍ୱାରା ମଧ୍ୟ ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ । ଘରେ ପିତଳରେ ନିର୍ମିତ ବେଙ୍ଗ ରଖିବା ଦ୍ୱାରା ରୋଗରୁ ରକ୍ଷା ମିଳିଥାଏ । ଠେକୁଆ ରଖିବା ଦ୍ୱାରା ଘରେ ଥିବା ପିଲାଙ୍କ ପାଇଁ ଏହା ଶୁଭଙ୍କର। ଗୃହରେ ତମ୍ବାରେ ନିର୍ମିତ କଇଁଛ ରଖିବା ଦ୍ୱାରା ବୈଭବ ପ୍ରାପ୍ତି ହୋଇଥାଏ ।

Exit mobile version