ଗଜପତି ଜିଲ୍ଲାର କୋଭିଡ ହସ୍ପିଟାଲ୍ ରେ ହେଲ୍ପଲାଇନ ନମ୍ବର ଗୁଡ଼ିକୁ ଏକ ପ୍ରେସ ବିଜ୍ଞପ୍ତି ଜାରି କଲେ ଗଜପତି ଜିଲ୍ଲାପାଳ

ଓଡ଼ିଶା ତାଜା ନ୍ୟୁଜ୍ (୧୦ ମେ ,ସୋମବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ଖୋଲା ଯାଇଥିବା କୋଭିଡ୍ ହସ୍ପିଟାଲ୍ ଗୁଡ଼ିକର ହେଲ୍ପ ଲାଇନ ନମ୍ବର ଗୁଡ଼ିକୁ ଆଜି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଜାରୀ କଲେ ଗଜପତି ଜିଲ୍ଲାପାଳ ଅନୁପମ ଶାହା lପାରଳାଖେମୁଣ୍ଡି ଉପକଣ୍ଠ ଆର.ସୀତାପୁର ଠାରେ ଥିବା କୋଭିଡ ହସ୍ପିଟାଲର ହେଲ୍ପ ଲାଇନ ନମ୍ବର ହେଲା – ୭୨୦୫୪୪୧୨୪୫, ପାରଳାଖେମୁଣ୍ଡି ସ୍ଥିତ

ବେତାଗୁଡ଼ା କୋଭିଡ କେୟାର଼ ସେଣ୍ଟର ନମ୍ୱର – ୮୧୧୨୦୮୬୭୪୬, ଓ ମୋହନାର ଆଇ.ଟି.ଆଇ କାଳିଆପଟା ଠାରେ ଥିବା ଡେଡିକେଟଡ କୋଭିଡ ସ୍ଵାସ୍ଥ୍ୟ କେନ୍ଦ୍ରର ନମ୍ବର ହେଲା – ୭୮୪୬୮୬୨୦୪୪ l ଉପୋରକ୍ତ ହସ୍ପିଟାଲ୍ ଗୁଡ଼ିକରେ ଚିକିତ୍ସିତ ହେଉଥିବା କୋଭିଡ ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ଥିବା ନିଜ ଲୋକଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝି ପାରିବେ l ବୋଲି ପ୍ରେସ ବିଜ୍ଞପ୍ତି ରେ କୁହାଯାଇଛି l ଗଜପତି ଜିଲ୍ଲାପାଳଙ୍କ ଦ୍ଵାରା ଜାରୀ କରାଯାଇ ଥିବା ହେଲ୍ପ ଲାଇନ ନମ୍ବର ଗୁଡ଼ିକ ୨୪*୭ କାର୍ଯ୍ୟ କରିବ l (ରିପୋର୍ଟ ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version