ଆର.ଉଦୟଗିରି ଗ୍ରାମ୍ୟ ଉନ୍ନୟନ ବିଭଗର କନିଷ୍ଠ ଯନ୍ତ୍ରୀଙ୍କ କରୋନାରେ ବ୍ରହ୍ମପୁର ବଡ ମେଡିକାଲରେ ମୃତ୍ୟୁ

ଓଡ଼ିଶା ତାଜା ନ୍ୟୁଜ୍ (୧୦ ମେ ,ସୋମବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଆର.ଉଦୟଗିରି ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ପ୍ରଶାନ୍ତ ନାୟକଙ୍କ ରବିବାର ରାତ୍ର ୯ ଘଣ୍ଟ ସମୟରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧିନ ଅବସାରେ କରୋନାରେ ମୃତ୍ୟୁ ଘଟିଥିବା ଜଣା ପଡିଛି ।

ସେ ୬ ଦିନ ତଳେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ତାଙ୍କ ମୃତ୍ୟୁପରେ ପ୍ରଶାସନ ପକ୍ଷରୁ ତାଙ୍କ ଶବଦାହ କରାଯାଇଛି । ଏହି ଖବର ପ୍ରଚାରିତ ହେବାପରେ ଗଜପତି ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ବିଭାଗର କର୍ମଚାରୀ ଓ ଠିକାଦାରଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି l  (ରିପୋର୍ଟ ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version