ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ଅନୁଷ୍ଠିତ ହୋଇଯାଇଛି

ଓଡ଼ିଶା ତାଜା ନ୍ୟୁଜ୍ (୧୦ ମେ ,ସୋମବାର ) ଭୁବନେଶ୍ୱର :- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ଅନୁଷ୍ଠିତ ହୋଇଯାଇଛି । କୋଭିଡ଼19 ମହାମାରୀ ବିରୁଦ୍ଧରେ ଆମର ଲଢ଼େଇ ରେ ଆମର କୋଭିଡ଼ ଯୋଦ୍ଧା ମାନେ ଯେପରି ନିଷ୍ଠା ଓ ତ୍ୟାଗ ମନୋଭାବ ନେଇ କାମ ଜାରି ରଖିଛନ୍ତି, ସେଥିପାଇଁ ରାଜ୍ୟ କ୍ୟାବିନେଟ କୋଭିଡ ଯୋଦ୍ଧାଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଛନ୍ତି । କୋଭିଡ଼ ବିରୁଦ୍ଧରେ ଚାଲିଥିବା ଲଢ଼େଇରେ ରାଜ୍ୟ ସରକାର ନେଇ ଥିବା ବିଭିନ୍ନ ପଦକ୍ଷେପ ଯଥା ଟେଷ୍ଟିଂ, ଟ୍ରାକିଙ୍ଗ ଏବଂ ଟିକାକରଣ ଇତ୍ୟାଦିରେ ଓଡ଼ିଶାବାସୀ ଯେଭଳି ସହଯୋଗ ଯୋଗାଇ ଆସିଛନ୍ତି ସେଥିପାଇଁ ରାଜ୍ୟ କ୍ୟାବିନେଟ ରାଜ୍ୟ ବାସୀଙ୍କ ନିକଟରେ କୃତଜ୍ଞ ବୋଲି କୁହାଯାଇଛି । ଭବିଷ୍ୟତ କୋଭିଡ଼ ସଂକ୍ରମଣରୁ ରାଜ୍ୟ ବାସୀଙ୍କୁ ସୁରକ୍ଷା ଦେବା ତଥା ଅମୂଲ୍ୟ ଜୀବନ ରଷା କରିବା ନିମନ୍ତେ ଟୀକାକରଣ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ।

ଇସ୍ରାଏଲ ପରି ଦେଶ ଯେଉଁ ମାନେ କି ତାଙ୍କ ଜନସଂଖ୍ୟା ର ବୃହତର ଭାଗର ଟିକାକରଣ କରିସାରିଛନ୍ତି ,ସେମାନେ ଏବେ ସ୍ବାଭାବିକତା ଆଡ଼କୁ ଫେରୁଛନ୍ତି । ରୋଗର ଜଟିଳତା ହ୍ରାସ କରି ରୋଗୀର ଜୀବନ ରଷା ଦିଗରେ ଟୀକାକରଣ ବହୁତ ଫଳପ୍ରଦ ହେଉଥିବା ଜଣାପଡିଛି । ବିପଦପୂର୍ଣ୍ଣ କାର୍ଯ୍ୟ ପରିବେଶ ସତ୍ବେ କୋଭିଡ଼ ଯୁଦ୍ଧରେ ନିୟୋଜିତ ଆମର ଆଗ ଧାଡ଼ି କର୍ମଚାରୀ ତଥା ସ୍ବାସ୍ଥ୍ୟ ସେବା ରେ ନିୟୋଜିତ କର୍ମଚାରୀ ମାନେ ଯେଉଁ ମାନଙ୍କର ସମ୍ପୂର୍ଣ୍ଣ ଟୀକାକରଣ ହୋଇଯାଇଛି। ଟିକା ନେଇଥିବା ବ୍ୟକ୍ତି ମାନଙ୍କର ସଂକ୍ରମଣ ହେଲେ ବି ତାହା ବହୁତ କମ୍ ଲକ୍ଷଣ ଯୁକ୍ତ ହେଉଥିବା ଦେଖାଯାଉଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାବାସୀଙ୍କ ପାଇଁ ଟିକା ସଂଗ୍ରହ ନିମନ୍ତେ ସର୍ବୋତ୍ତମ ଚେଷ୍ଟା କରିବା, ଟୀକା ଯୋଗାଣକୁ ସୁନିଶ୍ଚିତ କରି ରାଜ୍ୟ ବାସୀଙ୍କୁ ସୁରକ୍ଷିତ ରଖିବା ଏବଂ ଶୀଘ୍ର ରାଜ୍ୟରେ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ବୋଲି କୁହାଯାଇଛି ।

ଏହି ଉଦ୍ଦେଶ୍ୟରେ ଓଡ଼ିଶା ବାସୀ ଯେପରି ସୁବିଧାରେ ଟିକା ପାଇ ପାରିବେ ସେଥିପାଇଁ ବିଶ୍ବର ବିଭିନ୍ନ ପ୍ରମୁଖ ଟାକା କମ୍ପାନୀରୁ ଟିକା ସଂଗ୍ରହ ନିମନ୍ତେ ପଦକ୍ଷେପ ନିଆଯିବ । ଏଥିପାଇଁଏକ ଗୋଲାବ୍ଲ ଟେଣ୍ଡର ଜାରି କରିବାକୁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି କରିଛନ୍ତି । ସେହିପରି ଟିକା ଉପରୁ ସମସ୍ତ ପ୍ରକାର ଟିକସ ଉଠାଇ ଦେବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି । ଏହା ଫଳରେ ରାଜ୍ୟ ଅର୍ଥନୀତି ଉପରେ କମ୍ ଚାପ ପଡ଼ିବ ଏବଂ ସାର୍ବଜନୀନ ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହା ବିଶେଷ ସହାୟକ ହେବ ।

ଆମର ବିପଦସକୁଳ ଜନସାଧାରଣ ଙ୍କ ର ଶୀଘ୍ର ଟୀକାକରଣ ଏବଂ ମୂଲ୍ୟ ବାନ ଜୀବନ ର ସୁରକ୍ଷା ସହିତ ଲୋକଙ୍କ ଜୀବନଜୀବିକା ର ପୁନସ୍ଥାପନରେ ଏହା ସହାୟକ ହେବ ।ଏଥିପାଇଁ ଏକ ବୈଷୟିକ କମିଟି ଗଠନ କରାଯିବ ।ଏବଂ ଏହା ବିଶଦ ବ୍ୟବସ୍ଥା ଉପରେ ଧ୍ୟାନ ଦେବ । ଟୀକା ଉପରୁ ସମସ୍ତ ପ୍ରକାର ଟିକସ ଉଠାଇ ଦେବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି ।ଏହା ଫଳରେ ରାଜ୍ୟ ଅର୍ଥନୀତି ଉପରେ କମ୍ ଚାପ ପଡ଼ିବ ଏବଂ ସାର୍ବଜନୀନ ଟୀକାକରଣ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହା ବିଶେଷ ସହାୟକ ହେବ ।

କୋଭିଡ଼ ବିରୁଦ୍ଧରେ ଚାଲିଥିବା ଏ ଲଢ଼େଇ ଏକ ବହୁତ ଲମ୍ବା ଲଢ଼େଇ । ତେଣୁ କେନ୍ଦ୍ର ସରକାର ବିଭିନ୍ନ ସେସ୍ ଓ ସରଚାର୍ଯ ଜରିଆରେ ଆଦାୟ କରୁଥିବା ଅତିରିକ୍ତ ସମ୍ବଳ କୁ ରାଜ୍ୟ ମାନଙ୍କ ମଧ୍ୟ ରେ ଉପଯୁକ୍ତ ଭାବରେ ବଣ୍ଟନ କରାଯିବାର ଆବଶ୍ୟକତା ରହିଛି । ଏହି ଜଟିଳ ପରିସ୍ଥିତିରେ କୋଭିଡ଼ ଲଢ଼େଇ ରେ ରାଜ୍ୟ ମାନଙ୍କ ଅର୍ଥିକ ସ୍ଥିତିକୁ ମଜବୁତ କରିବାରେ ଏହା ଶକ୍ତି ଯୋଗାଇବ ।

ରାଜ୍ୟ ସରକାର ତାଙ୍କର ଉପଲବ୍ଧ ସମ୍ବଳର ବିନିଯୋଗ କରି କୋଭିଡ଼ ବିରୁଦ୍ଧରେ ଲଢ଼େଇ କୁ ଜୋରଦାର କରିବା ଏବଂ କୋଭିଡ଼ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇବା ପାଇଁ ତାଙ୍କର ଦୃଢ଼ ସକଳ୍ପର ପୁନଘୋଷଣା କରୁଛନ୍ତି । ଏହି ଅଵସରରେ ରାଜ୍ୟ କ୍ୟାବିନେଟ କୋଭିଡ଼ ନିୟମାବଳୀ ଯଥା ଠିକ୍ ଭାବେ ମାସ୍କ ପିନ୍ଧିବା ,ବାରମ୍ବାର ସାବୁନ ରେ ଭଲ ଭାବେ ହାତ ଧୋଇବା ,ସାମାଜିକ ଦୂରତା ରଷା କରିବା ,ଘରେ ରହିବା ଏବଂ ଆବଶ୍ୟକତା ନ ଥିଲେ ବାହାରକୁ ନ ଯିବା ଆଦି କୁ କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ ଜନସାଧାରଣ ଙ୍କୁ ବିନମ୍ର ଅନୁରୋଧ ଜଣାଉଛି ।

Exit mobile version