ଘନଉଛି ସଂକ୍ରମଣ : ପୋୖରାଞ୍ଚଳର ୪ ସାହି ମିନି କଣ୍ଟେନମେଣ୍ଟ ଜୋନ ଘୋଷଣା

ଓଡ଼ିଶା ତାଜା ନ୍ୟୁଜ୍ (୧୦ ମେ ,ସୋମବାର ) ହିଞ୍ଜିଳିକାଟୁ :- କରୋନା ଭୁତାଣୁର ଦ୍ଵିତୀୟ ଲହର ସାରା ରାଜ୍ୟରେ ଅତି ଭୟଙ୍କର ହୋଇଛି।ସବୁଠାରେ ଘନଉଛି ଭୀଷଣ ସଂକ୍ରମଣ।ସଂକ୍ରମଣର ତୀବ୍ରତା ବେଶ କିଛି ଦିନ ଧରି ବୃଦ୍ଧି ପାଉଛି।କିଛି ଆକ୍ରାନ୍ତ ସୁସ୍ଥ ହେଉଥିବା ବେଳେ କିଛି ସଂକ୍ରମିତଙ୍କ ମୁଣ୍ଡ ଗଡ଼ିଛି।ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖାଦେଇଛି ଭୟ ଓ ଆତଙ୍କର ବାତାବରଣ।ପରିସ୍ଥିତି ଏପରି ହୋଇଛି ଯେ ସାମାଜିକ ବ୍ୟବସ୍ଥା ଓ ଜୀବନ ଜୀବିକା ପ୍ରଭାବିତ ହୋଇ ବିପର୍ଯ୍ୟସ୍ତ ଆଡକୁ ଗତି କରୁଛି। ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ଭଳି ଗଞ୍ଜାମ ଜିଲ୍ଲାର ସ୍ଥିତି ଅତି ସଙ୍ଗୀନ। ଗତ କାଲି ଜିଲ୍ଲାରେ ୨୦୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଲୋକଙ୍କ ଜୀବନ ଓ ଜୀବିକା ମଧ୍ୟରେ ସମନ୍ୱୟ ରକ୍ଷା କରି କରୋନା ମୁକାବିଲା କରିବା ପାଇଁ ସତର୍କ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର ଓ ପ୍ରଶାସନ।ରାଜ୍ୟରେ ବିଭିନ୍ନ ସ୍ଥାନରେ ଟୀକାକରଣ ପ୍ରକ୍ରିୟା ଜାରୀ ରହିଛି।କରୋନା ଭୁତାଣୁର କରାଳ ଗ୍ରାସରେ ରାଜ୍ୟର ବିଭିନ୍ନ ସ୍ଥାନରେ ଦିନକୁ ଦିନ ମୁଣ୍ଡ ଗଡୁଥିବା ସରକାରୀ ଓ ବେସରକାରୀ ସୂତ୍ରରୁ ଜଣାପଡିଛି।ଏଣେ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଜିଲ୍ଲାରେ ଦେଖାଦେଇ ଥିବା ନୁଆଁ ଷ୍ଟ୍ରେନ N 440K ର ତୀବ୍ରତା ସମ୍ପର୍କରେ ସୂଚନା ମିଳିଛି । ରାଜ୍ୟ ସରକାର ସେଠାରୁ ଆସୁଥିବା ଫେରନ୍ତାଙ୍କ ଉପରେ କଡା ନଜର ରଖିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟରେ ଗଞ୍ଜାମ ଜିଲ୍ଲାର ସ୍ଥିତି କ୍ରମଶଃ ବେହାଲ ଆଡକୁ ଗତି କରୁଛି।ଜିଲ୍ଲାର । କିଛି ସ୍ଥାନର ଅସମ୍ଭାଳ ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ମିନି କଣ୍ଟେନମେଣ୍ଟକୁ ଗୁରୁତ୍ୱ ଦିଆଯାଇଛି । ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବ୍ଳକ ଓ ପୋୖରାଞ୍ଚଳରେ ଦେଖାଦେଇଛି ତୀବ୍ର ସଂକ୍ରମଣ । ସ୍ଥାନୀୟ ବ୍ଳକ ଓ ପୋୖରାଞ୍ଚଳରେ ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା ଓ ପରିସ୍ଥିତିକୁ ଭିତ୍ତିକରି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଗତ କିଛି ଦିନ ଧରି ସ୍ଥାନୀୟ ପୋୖରାଞ୍ଚଳ ସୋମପୁରର ରୁଖି ସାହି ଓ ବ୍ଳକର ପୋଚିଲିମ୍ମା ପଞ୍ଚାୟତର ସୋମପୁର,ଶିକିରି ପଞ୍ଚାୟତର ଆଡୁଆ ସାହି ଓ ନୁଆଁ ସାହି ଓ ମକରଝୋଳ ପଞ୍ଚାୟତ ପଲ୍ଲୀ ପଦ୍ମନାଭପୁର ଗ୍ରାମକୁ ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ମିନି କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଥିଲେ । ପୁଣି ସୋମବାର ପୋୖରାଞ୍ଚଳର ଆଉ ୪ ସାହିରେ ସଂକ୍ରମଣ ବୃଦ୍ଧି ପାଇଛି । ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟସ୍ଥ ବ୍ଳକ କଲୋନୀ (ଶ୍ରୀ ହର୍ଷ ମାର୍ଗ), ମାଷ୍ଟର କଲୋନୀ (ଗଜପତି ମାର୍ଗ) , ବଡ ରଙ୍ଗୁଣୀ ସାହି (ଜଗନ୍ନାଥ ମାର୍ଗ)ଓ ମୋହନ କଲୋନୀ-୭ ଆଦି ସାହି କୁ ସୋମବାର ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ମିନି କଣ୍ଟେନମେଣ୍ଟ ଜୋନ ଅଞ୍ଚଳ ରୂପେ ଘୋଷଣା କରିଛନ୍ତି।ସମ୍ପୃକ୍ତ ୪ ସାହିର ମୁଖ୍ୟ ପ୍ରବେଶ ପଥକୁ ପ୍ରଶାସନ ପକ୍ଷରୁ ବାଉଁଶ ବ୍ୟାରିକେଡ ଦ୍ୱାରା ଅବରୋଧ କରାଯାଇ ଅବାଧ ଚଳାଚଳ ଉପରେ କଟକଣା ଜାରି କରାଯାଇଛି।ପ୍ରକାଶ ଯେ,ଗତ ଏପ୍ରିଲ ୨୪ ତାରିଖରେ ହିଞ୍ଜିଳିକାଟୁ ପୈାରାଞ୍ଚଳ ୧୧ ନଂ ଓ୍ବାର୍ଡ କେଉଟ ସାହି ଓ ଥାନାତୋଟା ସାହିକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲା।ସ୍ଥାନୀୟ ପ୍ରଶାସନ ପକ୍ଷରୁ ସଂପୃକ୍ତ ଅଞ୍ଚଳ ଗୁଡ଼ିକୁ ବିଶୋଧିତ କରାଯାଇ ଅନ୍ୟାନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଇଥିଲା।ଆଜି ଛତ୍ରପୁର ଉପ ଜିଲ୍ଲାପାଳ ପୁଣି ୪ ସାହିକୁ ମିନି କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ଫଳରେ ସହରର ୭ ସାହିରେ ସଂକ୍ରମଣ ଘନଉଥିବା ସ୍ପଷ୍ଟ ସଂକେତ ମିଳିଛି । ସ୍ଥାନୀୟ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ,ବିଡ଼ିଓ ସୁବ୍ରତ କୁମାର ଜେନା ଓ ଅତିରିକ୍ତ ତହସିଲଦାର ସୁନିଲ କୁମାର ପ୍ରଧାନ ସଂକ୍ରମଣ ଅଞ୍ଚଳରେ ନିୟନ୍ତ୍ରଣ ପାଇ କଡାକଡି ପଦକ୍ଷେପ ଓ ବ୍ୟବସ୍ଥା ଗ୍ରହଣ କରିଛନ୍ତି ।  ( ରିପୋର୍ଟ ଶୁସାନ୍ତ ପ୍ରଧାନ )

Exit mobile version