ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ “ଇଶରା” ତରଫରୁ ଆର୍ ଉଦୟଗିରି ବ୍ଲକର ବିଭିନ୍ନ ଗ୍ରାମରେ କୋରନା ସଚେତନତା ସୃଷ୍ଟି କରିବା ସହ ମାସ୍କ ବଣ୍ଟନ

ଓଡ଼ିଶା ତାଜା ନ୍ୟୁଜ୍ (୧୦ ମେ ,ସୋମବାର ) ପାରଳାଖେମୁଣ୍ଡି :-  ଗଜପତି ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ “ଇଶରା”ର ଆନୁକୁଲ୍ୟରେ ଆର. ଉଦୟଗିରି ବ୍ଲକର ଜି.ଭାଲିଆ ସାହି, ଜି ନୂଆସାହି ଓ ସାଣ୍ଡି ସାହିର୧୫୦ ରୁ ଉର୍ଦ୍ଧ ପରିବାରଙ୍କୁ ମାସ୍କ୍ ବଣ୍ଟନ କରିବା ସହ ସାମାଜିକ ଦୂରତା ରକ୍ଷା କରିବା, ହାତ ଧୋଇବା, ଟୀକା ନେବା, ଖାସ ଥଣ୍ଡା ହେଲେ ଟେଷ୍ଟ କରାଇବା,

ପ୍ରବାସୀ ମାନେ ବାହାରୁ ଗ୍ରାମକୁ ଆସିଲେ ସଂଗରୋଧ କେନ୍ଦ୍ରରେ ରହିବା ପାଇଁ କହିବା ପ୍ରଭୁତି କାର୍ଯ୍ୟ କରିବା ନେଇ ସ୍ଵେଚ୍ଛାସେବୀ ସଙ୍ଗଠନ “ଇଶରା”ର ଯଯାତୀ ପଣ୍ଡିତ, ଜଗନ୍ନାଥ ପାଣଗ୍ରାହୀ, ଏବଂ ଜଟେଶ୍ୱର ଦାସ ପ୍ରମୁଖ ଉଦବୋଧନ ଦେଇ ଗ୍ରାମବାସୀଙ୍କୁ ସଚେତନତା କରାଇଥିଲେ l    (ରିପୋର୍ଟ ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version