ହୋଣ୍ଡା ଇଣ୍ଡିଆ ଫାଉଣ୍ଡେସନ୍ ପକ୍ଷରୁ ନୂଆ କୋଭିଡ୍‌-୧୯ ସହାୟତା ଓ ରିଲିଫ୍ ପଦକ୍ଷେପ ଘୋଷଣା

ଓଡ଼ିଶା ତାଜା ନ୍ୟୁଜ୍ (୧୦ ମେ ,ସୋମବାର ) ଭୁବନେଶ୍ୱର :- ହୋଣ୍ଡା ଗ୍ରୁପ୍ କମ୍ପାନିଜ୍ ଅଫ୍ ଇଣ୍ଡିଆର କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ ଶାଖା ହୋଣ୍ଡା ଇଣ୍ଡିଆ ଫାଉଣ୍ଡେସନ୍ ପକ୍ଷରୁ କୋଭିଡ୍‌-୧୯ ବିରୋଧରେ ଲଢ଼େଇ ଜାରି ରଖିଥିବା ଭାରତ ସରକାରଙ୍କୁ ସହାୟତା ପ୍ରଦାନ କରିବା ସ୍ୱରୂପ ନୂଆ କୋଭିଡ୍‌-୧୯ ସହାୟତା ଓ ରିଲିଫ୍ ପଦକ୍ଷେପ ଘୋଷଣା କରାଯାଇଛି । ଫାଉଣ୍ଡେସନ୍ ତରଫରୁ ହରିୟାଣା, ରାଜସ୍ଥାନ, କର୍ଣ୍ଣାଟକ, ଉତ୍ତରପ୍ରଦେଶ ଓ ଗୁଜରାଟ ସରକାରଙ୍କ ସହ ମିଶି କାର୍ଯ୍ୟ କରାଯାଉଥିବା ବେଳେ ଏହି ପର୍ଯ୍ୟାୟରେ ରିଲିଫ୍ ବାବଦକୁ ୬୫ ନିୟୁତ ଟଙ୍କା ପ୍ରଦାନ କରାଯାଇଛି । ଶ୍ରୀଯୁକ୍ତ ଆତସୁସି ଓଗାତା, ଅଧ୍ୟକ୍ଷ, ହୋଣ୍ଡା ଇଣ୍ଡିଆ ଫାଉଣ୍ଡେସନ୍ କହିଛନ୍ତି ଯେ, “କୋଭିଡ୍‌-୧୯ ମହାମାରୀର ଦ୍ୱିତୀୟ ଲହର ଆମ ସମସ୍ତଙ୍କୁ ଗୁରୁତର ଭାବେ ପ୍ରଭାବିତ କରିଛି । ଏହି ଜରୁରୀ ସମୟରେ ଅଧିକରୁ ଅଧିକ ବ୍ୟକ୍ତି ଓ ସଂଗଠନ ଆଗକୁ ବଢି ମିଳିତ ଭାବେ ସହାୟତା କରିବା ଅପରିହାର୍ଯ୍ୟ ଏବଂ ଆମେ ପରିଚାଳିତ ହେଉଥିବା ସମାଜ ଏବଂ ସର୍ବୋପରି ଦେଶ ପାଇଁ ଆମେ ଆମର ଶ୍ରେଷ୍ଠତ୍ୱ ପ୍ରଦାନ କରିବା ଅତି ଗୁରୁତ୍ୱପୂର୍ଣ୍ଣ । ଆମର ଆଶା ରହିଛି ଯେ ସରକାର ଏବଂ ଶିଳ୍ପ ତରଫରୁ ଏହି ଉଦ୍ୟମ ପରିବାରଗୁଡ଼ିକୁ ଏହି ବିପର୍ଯ୍ୟୟକୁ ଅତିକ୍ରମ କରିବାରେ ସହାୟକ ହେବ । କ୍ଷେତ୍ର ଭିତ୍ତିରେ ଉଦ୍ୟମ ଯେଭଳି ନିରବଚ୍ଛିନ୍ନ ଭାବେ ଜାରି ରହିବ ତାହା ନିଶ୍ଚିତ କରିବା ଲାଗି ଆମେ ବିଭିନ୍ନ ଅଂଶୀଦାରମାନଙ୍କ ସହ ମିଶି କାର୍ଯ୍ୟ କରୁଛୁ ।

ବର୍ତମାନ ହେଉଛି ଏକ ବିଶ୍ୱାସ ସହିତ ପରସ୍ପର ସହ ଏକତ୍ର ଠିଆ ହେବାର ସମୟ ଯଦ୍ୱାରା ଏହି କଠିନ ସମୟକୁ ଅତିକ୍ରମ କରିହେବ ।’’ ଏହି ସହାୟତାର ଅଂଶ ସ୍ୱରୂପ ଫାଉଣ୍ଡେସନ୍ ତରଫରୁ ସାମୟିକ କୋଭିଡ୍ କେୟାର୍‌ ସଙ୍ଗରୋଧ କେନ୍ଦ୍ର ଏବଂ ଅକ୍ସିଜେନ୍ ଉତ୍ପାଦନ ପ୍ଲାଂଟ୍ ସ୍ଥାପନ କରାଯିବ । ହରିୟାଣାର ମାନେସର୍‌ରେ ଥିବା ହୋଣ୍ଡାର ଗୋଦାମ ବ୍ୟବସ୍ଥାରେ ଏକ ୧୦୦ ଶଯ୍ୟାର ବ୍ୟବସ୍ଥା କରାଯିବ ଏବଂ ରାଜସ୍ଥାନର ଟାପୁକାରାରେ ଥିବା ସରକାରୀ ବାଳିକା ସ୍କୁଲ୍‌ରେ ୫୦-୧୦୦ ଶଯ୍ୟାର ବ୍ୟବସ୍ଥା କରାଯିବ । ଆସନ୍ତା ସପ୍ତାହ ଠାରୁ ଏହି ସାମୟିକ କୋଭିଡ୍ କେୟାର୍ ବ୍ୟବସ୍ଥାଗୁଡ଼ିକ କାର୍ଯ୍ୟକ୍ଷମ ହେବ । କର୍ଣ୍ଣାଟକ ଓ ଉତ୍ତରପ୍ରଦେଶରେ ମଧ୍ୟ ସମାନ ଧରଣର ସଙ୍ଗରୋଧ କେନ୍ଦ୍ର ସ୍ଥାପନ କରାଯିବ । କର୍ଣ୍ଣାଟକର କୋଲାର ଜିଲ୍ଲା, ଉତ୍ତରପ୍ରଦେଶର ଗୌତମବୁଦ୍ଧ ନଗର ଏବଂ ହରିୟାଣାର ମାନେସର ଠାରେ ଅକସିଜେନ୍ ଉତ୍ପାଦନ ପ୍ଳାଂଟ୍ ସ୍ଥାପନ କରିବା ଲାଗି ଫାଉଣ୍ଡେସନ୍ ରାଜ୍ୟ ସରକାରଙ୍କ ମାନଙ୍କ ସହ ମିଶି କାର୍ଯ୍ୟ କରୁଛି । ଏହି ପାଞ୍ଚଟି ରାଜ୍ୟରେ ସ୍ଥାନୀୟ ପ୍ରଶାସନକୁ ସାହାଯ୍ୟ କରିବା ଲାଗି ଫାଉଣ୍ଡେସନ୍‌ ତରଫରୁ ପିପିଇ କିଟ୍ ମାସ୍କ , ସାନିଟାଇଜର୍‌ , ଆଗଧାଡ଼ିର ଯୋଦ୍ଧାଙ୍କୁ ଖାଦ୍ୟ ପ୍ୟାକେଟ୍ ଏବଂ ଗ୍ରାମାଞ୍ଚଳରେ ଥିବା ସରକାରୀ ହସ୍ପିଟାଲ୍‌ଗୁଡ଼ିକୁ ପଲ୍‌ସ୍‌ ଅକ୍ସିମିଟର, ଥର୍ମୋମିଟର, ଅକ୍ସିଜେନ୍ କନସଟ୍ରେଂଟର ଭଳି ମେଡିକାଲ୍‌ ଉପକରଣ ବଌକ୍ଷଗ୍ଧ;ନ କରାଯାଉଛି । ଏକ ଦାୟିତ୍ୱବାନ କର୍ପୋରେଟ୍ ଭାବେ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ହୋଣ୍ଡା ପ୍ରତିବଦ୍ଧ ।

Exit mobile version