ପାଟଣାଗଡ଼ ଉପଖଣ୍ଡ କାର୍ଯ୍ୟରତ ସାମ୍ବାଦିକ ଙ୍କୁ କୋଭିଡ ଟିକା ପ୍ରଦାନ : ମୂଖ୍ୟ ମନ୍ତ୍ରୀ ଙ୍କୁ ସାଧୁବାଦ ଦେଲେ ସାମ୍ବାଦିକ

ଓଡ଼ିଶା ତାଜା ନ୍ୟୁଜ୍ (୧୦ ମେ ୨୦୨୧, ସୋମବାର ) ପାଟଣାଗଡ଼ :- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ର ରାଜ୍ୟ ସରକାର ଙ୍କ ଦ୍ଵାରା ପଞ୍ଜିକୃତ କାର୍ଯ୍ୟ ରତ ସାମ୍ବାଦିକ ମାନଙ୍କୁ ସରକାର ସାମୂଖ୍ୟ କୋଭିଡ ଯୋଦ୍ଧା ଘୋଷଣା ପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଙ୍କ ନିର୍ଦ୍ଦେଶନା କ୍ରମେ ଆଜି ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳ ରକ୍ତ ଭଣ୍ଡାର ପରିସରରେ ସାମ୍ବାଦିକ ମାନଙ୍କୁ କୋଭିଡ ଟିକା ପ୍ରଦାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ଉପଜିଲ୍ଲାପାଳ ସୋମନାଥ ପ୍ରଧାନ ଙ୍କ ତତ୍ତ୍ଵାବଧାନରେ ଉପଖଣ୍ଡ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଟିକା ପ୍ରଦାନ କରାଯାଇଛି । ଥାନାଧିକାରୀ ଜ୍ୟୋତ୍ସ୍ନାମୟ ଭୁକ୍ତା , ପାଟଣାଗଡ଼ ଡ଼ାକ୍ତରଖାନ ପିତବାସ ସା , ଡାକ୍ତର ସ୍ମିତାରାଣୀ ଶତପଥୀ , ମନୋଜ ଆଚାର୍ଯ୍ୟ , ଘନଶ୍ୟାମ ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ ।

ଏଥିରେ ସମସ୍ତ ସାମ୍ବାଦିକ ମାନଙ୍କ ସୁବିଧା ରେ ସାମାଜିକ ଦୂରତା ରଖି ଟିକା ଗ୍ରହଣ କରିଛନ୍ତି । ପାଟଣାଗଡ଼ ଉପଖଣ୍ଡ ବରିଷ୍ଠ ସାମ୍ବାଦିକ ତଥା ସଂଘ ସଂପାଦକ ଲକ୍ଷ୍ମୀ କାନ୍ତ ମିଶ୍ର , ରାଜ୍ୟ ଓୟୁଜେ ବରିଷ୍ଠ ସଦସ୍ୟ ସଦାଶିବ ସରାଫ , ବଂଶିଧର ସେଠ ,ଉପଖଣ୍ଡ ଯୁବ ସାମ୍ବାଦିକ ସଂଘ ସଭାପତି କରୁଣାକର ବୁଡେକ , ସଂପାଦକ ବିମଳ କୁମାର ବାଗ ,

ଲଲିତ କୁମାର ମିଶ୍ର , ଦିପକ ଖମାରୀ , ସୁନିଲ୍ ଚୋପଦାର , ବିଜୟାନନ୍ଦ ଦାସ ,ତାପସ ରଂଜନ ବେହେରା , ଜ୍ୟୋତି ରଞ୍ଜନ ପଣ୍ଡା ପ୍ରମୁଖ ଯୋଗଦେଇ ଟିକା ନେଇଥିଲେ । ମୂଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓୟୁଜେ ସଭାପତି ପ୍ରଶନ୍ନ ମହାନ୍ତି ଙ୍କସହ ପାଟଣାଗଡ଼ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ଙ୍କୁ ସାମ୍ବାଦିକ ମାନେ ସାଧୁବାଦ ଜଣାଇଛନ୍ତି ।

ଏହି ଅବସରରେ ସାମ୍ବାଦିକମାନଙ୍କ ଟିକା ପ୍ରଦାନ କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରିଥିବାରୁ ଫାର୍ମାସିଷ୍ଟ ଓ ଆରଆରଟି ମନୋଜ ଆଚାର୍ଯ୍ୟ ଙ୍କୁ ଉପଜିଲ୍ଲାପାଳ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିବା ସହ ତାଙ୍କ କାର୍ଯ୍ୟ କୁ ପ୍ରଶଂସା  କରିଥିଲେ,(ପାଟଣାଗଡ଼ ରିପୋର୍ଟ /ଗୋରେଖନାଥ ବରିହା)

Exit mobile version