ମାତିଲେ ରଣପୁରରେ ବଜରଙ୍ଗୀ ଦଳ ; ଟାଟାଏସି ରୁ ୫ ଟି ଗୋରୁ ଉଦ୍ଧାର, ଚଖମା ଦେଖେଇ ମାଲିକ ଚମ୍ପଟ

ଓଡ଼ିଶା ତାଜା ନ୍ୟୁଜ୍ (୧୦ ମେ ୨୦୨୧, ସୋମବାର ) ରଣପୁର ,ରିପୋର୍ଟ /ଅଭିମନ୍ୟୁ ମହାରଣା :- ନୟାଗଡ଼ ଜିଲ୍ଲା ରଣପୁରରୁ ଗୋରୁଙ୍କ ଚାଲାଣ କରାଯାଇଥିବା ବେଳେ ରଣପୁର ପୁଲିସ ପକ୍ଷରୁ ଗାଡି କୁ ଜବତ କରାଯାଇଛି । ସୂଚନାନୁସାରେ ସୋମବାର ସକାଳୁ ରଣପୁର ବଜରଙ୍ଗି ଦଳ ଏକ ଗୋରୁ ବୋଝେଇ ଗାଡି କୁ ଧରି ରଣପୁର ଥାନା ରେ ଜିମା ଦେଇଛନ୍ତି । ଚାଳକ କୁ ଗିରଫ କରିଥିବା ବେଳେ ମାଲିକ ଚମ୍ପଟ ମାରିଥିବା ଜଣାଯାଇଛି ।

ରଣପୁର ଥାନା ଅଞ୍ଚଳ ର ଏକ ଟାଟାଏସି ଗାଡି (ORO2BX3901 ) ଯୋଗେ ପାଞ୍ଚଟି ଗୋରୁକୁ ଅମାନୁଷିକ ଭାବେ ବୋଝେଇ କରି ବାହାରକୁ ଚାଲାଣ କରାଯାଉଥିବା ବେଳେ କୈାଣସି ସୁତ୍ରରୁ ଖବର ପାଇ ବଜରଙ୍ଗୀ ଦଳ ଗୋରୁ ବୋଝେଇ ଗାଡି ଉପରେ ଦୀର୍ଘ ୩ ଘଣ୍ଟା କାଳ କଡା ନଜର ରଖିଥିଲେ ।

ପରେ ଗାଡି କୁ ଧରି ପୁଲିସ କୁ ଜିମା ଦେଇଥିବା ଜଣାଯାଇଛି । ଗୋରୁ ବୋଝେଇ ଟାଟାଏସି ଗାଡି ଜବତ କରାଯିବା ସହ ସଂପୃକ୍ତ ଗାଡି ଚାଳକଙ୍କୁ ଗିରଫ କରାଯାଇଛି ହେଲେ ସମ୍ପୃକ୍ତ ଗୋରୁ ମାଫିଆ ଗାଡି ଛାଡି ଚମ୍ପଟ ମାରିଥିବା କଥା ସାମ୍ନା କୁ ଆସିଛି ।

 

ଥାନା ଆଇ ଆଇସି ଜ୍ୟୋତି ପ୍ରକାଶ ପଣ୍ଡା ଙ୍କ ସହିତ ଅନ୍ୟ ତଦନ୍ତକାରୀ ଅଧିକାରୀ ଏବଂ ବଜରଙ୍ଗୀ ଦଳର ସଦସ୍ୟ ଉପସ୍ଥିତ ଥିଲେ । ଏ ନେଇ ରଣପୁର ଥାନାରେ ନଂ ୮୨/୨୧ରେ ଏକ ମାମଲା ରୁଜୁ କରାଯାଇଛି । ଥାନା ଭାରପ୍ରାପ୍ତ ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡା ଙ୍କ ସୁତ୍ରରୁ ପ୍ରକାଶ ।

Exit mobile version