କରୋନା ଭାଇରସର ଦ୍ବିତୀୟ ଲହର ମଧ୍ୟରେ : ଅମିତାଭ ବଚ୍ଚନ ମଧ୍ୟ କରୋନା ପୀଡ଼ିତାଙ୍କ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି

ଓଡ଼ିଶା ତାଜା ନ୍ୟୁଜ୍ (୧୦ ମେ ୨୦୨୧, ସୋମବାର ) ମୁମ୍ବାଇ :- କରୋନା ଭାଇରସର ଦ୍ବିତୀୟ ଲହର ମଧ୍ୟରେ ଅମିତାଭ ବଚ୍ଚନ ମଧ୍ୟ କରୋନା ପୀଡ଼ିତାଙ୍କ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅମିତାଭ ତରଫରୁ ୨କୋଟି ଟଙ୍କା ଯୋଗଦାନ କରିଛନ୍ତି। ଅମିତାଭ ଦିଲ୍ଲୀର ରକାବ ଗଞ୍ଜ ଗୁରୁଦ୍ୱାରରେ ନିର୍ମିତ କୋଭିଡ ସେଣ୍ଟର ନିର୍ମାଣରେ ଅମିତାଭ ବଚ୍ଚନ ୨ କୋଟି ଟଙ୍କା ସାହାଯ୍ୟ କରିଛନ୍ତି। ୩୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେନ୍ଦ୍ରର ନାମ ରଖାଯାଇଛି ‘ଶ୍ରୀ ଗୁରୁ ତେଗ ବାହାଦୂର କୋଭିଡ କେୟାର ଫ୍ୟାସିଲିଟି’ ।

ଏହି କୋଭିଡ କେୟାର ଫ୍ୟାସିଲିଟିରେକରୋନା ପୀଡ଼ିତାଙ୍କ ପାଇଁ ଡାକ୍ତର, ପାରାମେଡିକ୍ସ, ଆମ୍ବୁଲାନ୍ସ, ଅମ୍ଳଜାନ ଆଦି ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯିବ। ସୋମବାର ଠାରୁ କରୋନା ରୋଗୀଙ୍କ ପାଇଁ ଏହି କୋଭିଡ୍ କେନ୍ଦ୍ର ଖୋଲାଯିବ । ଉଲ୍ଲେଖନୀୟ ବିଷୟ ହେଉଛି, କରୋନା ରୋଗୀଙ୍କ ପାଇଁ ସମସ୍ତ ପ୍ରକାରର ସୁବିଧା ପାଇବା ସମ୍ପୂର୍ଣ୍ଣ ମାଗଣା ହେବ ।

Exit mobile version