ରାଇରଙ୍ଗପୁର ଆଦର୍ଶ ଥାନା ଅଧୀନ ଟାଣ୍ଡିସାହି କାଜୁ ଜଙ୍ଗଲ – ଗତ ନାବାଳିକା ମୃତଦେହ  ଉଦ୍ଧାର  

ଓଡ଼ିଶା ତାଜା ନ୍ୟୁଜ୍ (୧୦ ମେ ୨୦୨୧, ସୋମବାର ) ରାଇରଙ୍ଗପୁର :- ରାଇରଙ୍ଗପୁର ଆଦର୍ଶ ଥାନା ଅଧୀନ ଟାଣ୍ଡିସାହି କାଜୁ ଜଙ୍ଗଲର ଏକ ଗଛରୁ ଜଣେ ନାବାଳିକା ମୃତଦେହ ଗତ ୫ ତାରିଖରେ ଉଦ୍ଧାର କରାଯାଇଥିଲା । ଏହି ଘଟଣାରେ ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି । ଯୁବକ ଜଣକ ହେଲେ ଅମୂଲ୍ୟ ପାତ୍ର ।

ନାବାଳିକା ଜଣକୁ ଅମୂଲ୍ୟ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ । ତେବେ ନାବାଳିକା ବିବାହ କରିବାକୁ ଅମୂଲ୍ୟଙ୍କୁ କହିବାରୁ ସେ ବିଭିନ୍ନ ବାହାନା ଦେଖାଇଥିଲେ । ଶେଷରେ ନାବାଳିକା ଜଣକ ଗତ ୩ ତାରିଖରେ ଅମୂଲ୍ୟଙ୍କ ଘରକୁ ଯାଇ ବିବାହ କରିବାକୁ ଜିଦ ଧରିଥିଲା । ଏହାର ୨ ଦିନ ପରେ ନାବାଳିକ ମୃତଦେହ କାଜୁ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା । ନାବାଳିକାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ ।

ପୋଲିସ ଘଟଣାର ତଦନ୍ତ କରି ଅମୂଲ୍ୟଙ୍କୁ ଗିରଫ କରିଛି । ତେବେ ଅମୂଲ୍ୟ ନାବାଳିକାଙ୍କୁ ହତ୍ୟା କରିଥିବା ଅସ୍ୱୀକାର କରିଛନ୍ତି । ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ ଘଟଣା ଜଣାପଡିବ ବୋଲି ପୋଲିସ କହିଛି ।

Exit mobile version