ଅବ୍ୟବସ୍ଥା ଘେରରେ ପାଟଣାଗଡ଼ କେନ୍ଦୁପତ୍ର ଡିଭିଜନର ସରକାରୀ କର୍ମଚାରୀ

ଓଡ଼ିଶା ତାଜା ନ୍ୟୁଜ୍ (୦୯ ମଇ ରବିବାର ) ପାଟଣାଗଡ଼ :- ଓଡିଶା ସରକାରଙ୍କୁ କୋଟିକୋଟି ଟଙ୍କାର ରାଜସ୍ୱ ପ୍ରଦାନ କରିଥାଏ କେନ୍ଦୁପତ୍ର ବିଭାଗ । ଏହାକୁ ସଫଳକରିବାରେ ଫରେଷ୍ଟର ଫରେଷ୍ଟ ଗାର୍ଡଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ ।ତାଙ୍କର ଅକ୍ଲାନ୍ତ ପରିଶ୍ରମର ଫଳ ସ୍ୱରୂପ ସରକାର ଏହି ରାଜସ୍ୱ ଲାଭ କରିଥାଆନ୍ତି । କିନ୍ତୁ ଦୁଃଖର ବିଷୟ ସେହି ଫରେଷ୍ଟର ଏବଂ ଫରେଷ୍ଟ ଗାର୍ଡ ମାନଙ୍କୁ ବାରମ୍ବାର ଅଣଦେଖା କରୁଥିବାର ଅଭିଯୋଗ ଆସିଛି ପାଟଣାଗଡ଼ କେନ୍ଦୁପତ୍ର ଡିଭିଜନରୁ । ଫରେଷ୍ଟର ଏବଂ ଫରେଷ୍ଟଗାର୍ଡ ମାନଙ୍କୁ ଗୋଟିଏ ଗୋଟିଏ ସେକସନ ଦାୟିତ୍ୱ ଦିଆଯାଇଥାଏ । ପ୍ରତ୍ୟେକ ସେକସନ ରେ ସେକସନ ହାଉସ ରହିବା କଥା କିନ୍ତୁ ପାଟଣାଗଡ଼ ଡିଭିଜନ ର ୯୦ ପ୍ରତିଶତ ସେକ୍ସନରେ ସେକ୍ସନ ଘର ନାହିଁ ଯାହାଦ୍ୱାରା ଫରେଷ୍ଟର ଏବଂ ଫରେଷ୍ଟ ଗାର୍ଡ ମାନେ ଅନେକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଦୁଃଖର ବିଷୟ ପାଟଣାଗଡ଼ ଡିଭିଜନ ର କୌଣସି କର୍ମଚାରୀଙ୍କର ପରିଚୟ ପତ୍ର ନାହଁ ।

କୌଣସି କର୍ମଚାରୀଙ୍କୁ ନିୟମିତ ଭାବରେ ୟୁନିଫର୍ମ ପ୍ରଦାନ କରାଯାଉ ନାହିଁ ।ଅଫିସରେ ମଧ୍ୟ ଚାଲିଛି ଖମଖିଆଳି ମନୋଭାବ ।କଣ୍ଟ୍ରାକଚୁଆଲ ଫରେଷ୍ଟର ମାନଙ୍କର ୬ବର୍ଷ ପୁରି ଯାଇଥିଲେ ସୁଦ୍ଧା ସେମାନଙ୍କୁ ସରକାର ଗାଇଡ ଲାଇନ ଅନୁସାରେ ନିୟମିତ କରାଯାଉନାହିଁ । ୨୦୧୨ ମସିହାରେ ଯୋଗଦେଇଥବା ଫରେଷ୍ଟର ମାନଙ୍କର ୬ ମାସର ଦରମା ବାକିଥିବାର ଅଭିଯୋଗ ମଧ୍ୟଅଛି । ଉପରିସ୍ଥ କୌଣସି ଅସୁବିଧାର ଯିଏ ବିରୋଧ କରୁଛି ତାଙ୍କୁ ଉପରିସ୍ଥ ଅଧିକାରୀ ମାନେ ହଇରାଣ କରନ୍ତି ବୋଲି କର୍ମଚାରୀ ମାନେ ମତ ଦେଉଛନ୍ତି । ତେଣୁ କୌଣସି କର୍ମଚାରୀ ଏହାର ବିରୋଧ କରିବାର ସାହାସ କରିପାରୁ ନାହାନ୍ତି ।

ଏଠାରେ ଯେଉଁ ଡି ଏଫ ଓ ଯୋଗଦିଅନ୍ତି ସେମାନେ କାହାରି କୌଣସି ଅସୁବିଧା ନ ବୁଝି କେତେ ଜଣ ଷ୍ଟାଫଙ୍କ କଥାରେ ପରିଚାଳିତ ହୁଅନ୍ତି ବୋଲି କର୍ମଚାରୀ ମାନେ 6କ୍ଷlଭ ପ୍ରକାଶ କରନ୍ତି । ଅନ୍ୟ ପକ୍ଷରେ ସରକାର କେନ୍ଦୁପତ୍ର ରୁ କୋଟି କୋଟି ଟଙ୍କାର ରାଜସ୍ବ ପାଉଥିବା ବେଳେ କର୍ମ ଚାରି ମାନେ ଙ୍କ ପ୍ରତି ଅବହେଳା କରାଯାଉଛି ଏବଂ ଉପରିସ୍ଥ ଅଧିକାରୀଙ୍କ ତଳିଆ କର୍ମଚାରୀମାନଙ୍କ ପ୍ରତି ଏମିତି ମନୋଭାବ କୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଘୋର ନିନ୍ଦା କରାଯାଉଛି । ଏବଂ ଆଗାମୀ ଅଳ୍ପ ଦିନ ମଧ୍ୟରେ ସବୁ ସମାଧାନ କରିବାକୁ ସାଧାରଣ ରେ ଦାବି ହୋଇଛି । (ପାଟଣାଗଡ଼,ରିପୋର୍ଟ/ଗୋରେଖନାଥ ବରିହା )

Exit mobile version