ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ଗଜପତି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଭର୍ଚୁଆଲ ମୋଡରେ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍ (୦୯ ମଇ ରବିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ଗଜପତି ଜିଲ୍ଲାର ପ୍ରଥମ ଭର୍ଚୁଆଲ କର୍ମଶାଳା ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟବକ୍ତା ଭାବରେ ସଂଗଠନର ରାଜ୍ୟ ସଭାପତି ବିପିନ ବିହାରୀ ଦାସ ଯୋଗ ଦେଇ ମାର୍ଗ ଦର୍ଶନ କରିଥିଲେ l କାର୍ଯ୍ୟକର୍ତ୍ତା ମାନେ ସ୍ବାର୍ଥ ପଛରେ ନ ପଡି ଦେଶ ମାତୃକାର ସେବା କରିବା ଓ ଆଗାମୀ ଦିନରେ ସନାତନ ଧର୍ମ ପ୍ରତି ମାଡି ଆସୁଥିବା ସଙ୍କଟକୁ ଦୂର କରିବା ପାଇଁ ଶ୍ରୀ ଦାସ ଆହ୍ବାନ ଦେଇଥିଲେ l ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ଓ ବ୍ଲକରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନର କମିଟି ଗଠନ ଓ ଜିଲ୍ଲା ମୁଖ୍ୟାଳୟରେ ସେମିନାର ଆୟୋଜନ କରି ଜନସଂଖ୍ୟା ବୃଦ୍ଧି ଯୋଗୁଁ ଉପୁଜୁଥିବା ସମସ୍ୟାକୁ ଉତଥାପନ କରିବାକୁ ଶ୍ରୀ ଦାସ ।

ଉପସ୍ଥିତର ସଦସ୍ୟ ସଦସ୍ୟା ମାନଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲାର ଥିବା ସବୁ କାର୍ଯ୍ୟକର୍ତ୍ତା ପ୍ରତ୍ୟେକ ଦୁଇଟି ଲେଖାଏଁ ବୃକ୍ଷ ରୋପଣ କରି ଆଦର୍ଶ ସୃଷ୍ଟି କରିବାକୁ ଶ୍ରୀ ଦାସ ଆହ୍ବାନ ଦେଇଥିଲେ । ବୈଠକକୁ ସଙ୍ଗଠନର ଜିଲ୍ଲା ସାଧାରଣ ସମ୍ପାଦକ ସଞ୍ଚାଳନ କରିଥିଲା ବେଳେ ରାଜ୍ୟ ସଂଗଠନ ମହମନ୍ତ୍ରୀ ମିହିର ପାଣି, ରାଜ୍ୟ ସଂପାଦିକା ମଂଜୁଲତା ମଲିକ, ସୋସିଆଲ ମିଡ଼ିଆ ପ୍ରମୁଖ ଦିଲ୍ଲୀପ କୁମାର ସାହୁ ଏବଂ ଅଞ୍ଜଳି ନାୟକ, ଗଜପତି ଜିଲ୍ଲା ପ୍ରଭାରୀ ତଥା ରାଜ୍ୟ ସାଧାରଣ ସମ୍ପାଦକ ସୁର୍ଯ୍ୟ ନାରାୟଣ ଦାସ ସଙ୍ଗଠନକୁ ଆଗକୁ ନେବା ପାଇଁ ଆହ୍ବାନ ଦେଇଥିଲେ ଅଭିଭାଷଣ ରଖିଥିଲେ । ବୈଠକ ଆରଂଭରେ ସାମ୍ମୁଖ୍ୟ ର ଜିଲ୍ଲାର ସାଧାରଣ ସମ୍ପାଦିକ ସ୍ଵାଗତ ଅଭିଭାଷଣ ରଖିଥିଲେ । ଜିଲ୍ଲା ସୋସିଆଲ ମିଡ଼ିଆ ପ୍ରଭାରୀ ବୈଠକକୁ ପରିଚାଳନା କରିଥିଲେ ଓ ଜିଲ୍ଲା ସମ୍ପାଦିକ ଧନ୍ୟବାଦ ଅର୍ପଣ କରି ଥିଲେ । ବୈଠକରେ ଜିଲ୍ଲାର ମହିଳା ସାମ୍ମୁଖ୍ୟ ସଭାପତି ଓ ଯୁବ ସାମ୍ମୁଖ୍ୟ ସଭାପତି ସମେତ ଜିଲ୍ଲାର ଉପସଭାପତି ସାଧାରଣ ସମ୍ପାଦକ ସମେତ କାର୍ଯ୍ୟକାରିଣୀ ସଦସ୍ୟ/ସଦସ୍ୟା ମାନେ ଉପସ୍ଥିତ ଥିଲେ ।   (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version