ନୟାଗଡ ଜିଲ୍ଲାର ବିଭିନ୍ନ କୋଭିଡ କେୟାର ସେଣ୍ଟରରେ ଚିକିତ୍ସଧୀନ କରୋନା ଆକ୍ରାନ୍ତଙ୍କ ସହ ନିଜେ ଜିଲ୍ଲାପାଳ ଡ଼. ପୋମା ଟୁଡୁ ସେମାନଙ୍କ ଭଲମନ୍ଦ ଟେଲିଫୋନରେ ପଚାରି ବୁଝିଲେ

ଓଡ଼ିଶା ତାଜା ନ୍ୟୁଜ୍ (୦୯ ମଇ ରବିବାର )  ନୟାଗଡ :- କରୋନାକୁ ନେଇ ନୟାଗଡ ଜିଲ୍ଲାବାସୀ କିଛି ବି ଭୟଭୀତ ହେବାରେ ନାହିଁ, ନୟାଗଡ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ଡ଼ ପୋମା ଟୁଡୁ (IAS) ନିଜେ କରୋନା ଆକ୍ରାନ୍ତ ଙ୍କ ସହ ସେମାନଙ୍କର ଅବସ୍ଥା କେମିତି ଅଛି, ଭଲମନ୍ଦ ନିଜେ ଜିଲ୍ଲାପାଳ ଯୁଦ୍ଧକାଳୀନ ଭିତ୍ତିରେ ବୁଝୁଥିବା ଜଣାପଡିଛି |

ଏହିକ୍ରମରେ ଜିଲ୍ଲାପାଳ ଡ଼. ଟୁଡୁ ଜିଲ୍ଲାର ଚାନ୍ଦପୁର ଏବଂ ଖଣ୍ଡପଡା କୋଭିଡ କେୟାର ସେଣ୍ଟରରେ ଚିକିଶ୍ଚିତ ହେଉଥିବା କରୋନା ଆକ୍ରାନ୍ତଙ୍କ ସହ ନିଜେ ଟେଲିଫୋନ ମାଧ୍ୟମରେ ସେମାନଙ୍କ ଚିକିତ୍ସା ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥବା ଜଣାପଡିବା ସହ କରୋନା ଆକ୍ରାନ୍ତଙ୍କୁ ସମସ୍ତ ପ୍ରକାର ସୁବନ୍ଦୋବସ୍ତ ଚିକିତ୍ସାରେ

ଯେଭଳି କୌଣସି ଅସୁବିଧା ନହୁଅ ଚିକିତ୍ସା ଦା୍ୱିତ୍ୱରେ ଥିବା କର୍ତୃପକ୍ଷ ତଥା ଅଧିକାରୀଙ୍କୁ କଡା ନିର୍ଦେଶ ଦେଇଥିବା ଜଣାପଡିଛି | ସମସ୍ତ ଜିଲ୍ଲାବାସି କୋଭିଡ ଆଇନକୁ ଅନୁପାଳନ କରିବାକୁ ଜିଲ୍ଲାପାଳ ଡ଼. ଟୁଡୁ ଗଭୀର ନିବେଦନ କରିଛନ୍ତି  | (ରିପୋର୍ଟ-ରାମକୃଷ୍ଣ ରଥ, ନୟାଗଡ)

Exit mobile version