ଓଡ଼ିଶା ତାଜା ନ୍ୟୁଜ୍ (୦୯ ମଇ ରବିବାର ) ସୋର :- ସୋର ବ୍ଲକ ଅନନ୍ତପୁର ଗ୍ରାମ ପଞ୍ଚାୟତ ରେ କରୋନା ସଂକ୍ରମଣ ଦିନ କୁ ଦିନ ବିସ୍ତାରିତ ହେବାରେ ଲାଗିଛି । ଆକ୍ରାନ୍ତ ଙ୍କ ସଂଖ୍ୟା ରେ ଅସ୍ବାଭାବିକ ବୃଦ୍ଧି ଯୋଗୁଁ ପଞ୍ଚାୟତ ର ମୂଳକାଏଦା ଏବଂ ଗ୍ରାମ କୁ ଜିଲ୍ଲା ପ୍ରଶାସନ ତରଫରୁ କଣ୍ଟେନମେଣ୍ଟ ଜୋନ୍ ରୂପେ ଘୋଷଣା କରାଯାଇଛି । କ୍ରମବର୍ଦ୍ଧିଷ୍ଣୁ କରୋନା ସଂକ୍ରମଣ କୁ ଦୃଷ୍ଟି ରେ ରଖି, ଅନନ୍ତପୁର ବିଜୁ ଜନତା ଦଳ ପକ୍ଷରୁ ଏକ ସାନିଟାଇଜେଶନ ଏବଂ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
