ବଳି ମୁହଁରୁ ଖସିଆସିଲା ନାବାଳିକା, ତନ୍ତ୍ର ସିଦ୍ଧି ପାଇଁ ମଶାଣୀକୁ ନେଇଥିଲା ତାନ୍ତ୍ରିକ

ମାହାଙ୍ଗା କଟକ (ଓଡିଶା ତାଜା ନିଉଜ ) ସାଲେପୁର ମିର୍ଜାପୁର 04/02/20:- ନାବାଳିକାକୁ ତନ୍ତ୍ର ସାଧନାର ସିଦ୍ଧିପାଇଁ ବଳି ଉଦ୍ୟମ କରିବା ଓ ପରେ ମଶାଣିରୁ କୌଶଳ କରି ଜୀବନ ବଂଚେଇ ପଳେଇ ଆସିବା ଘଟଣା କଟକ ଜିଲ୍ଲା ସାଲେପୁର ମିର୍ଜାପୁର ଗାଁ ରେ ଆତଙ୍କ ଖେଳାଇଦେଇଛି, ଆଙ୍କର;କଟକ ଜିଲ୍ଲା ସାଲେପୁରଥାନା ମିର୍ଜାପୁର ପଞ୍ଚାୟତ ଛୋଟୀପଡାଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆଜିର ଆଧୁନିକ ବିଜ୍ଞାନ ଯୁଗରେ ମଣିଷ ଅନ୍ଧବିଶ୍ୱାସରେ ବଶବର୍ତ୍ତୀ ହେଇ ଅପରାଧ ଘଟାଇବାକୁବି ପଛଘୁଞ୍ଚା ଦେଉନାହାନ୍ତି,।ମିର୍ଜାପୁର ଗ୍ରାମର ଜୈନିକା ନାବଳିକାକୁ ବଳି ଦେବାପାଇଁ ତାନ୍ତ୍ରିକ ଏବଂ ତାହାର ସହଯୋଗୀ ନେବା ସମୟରେ କୌଶଳ କ୍ରମେ ତାଙ୍କ ହାତରୁ ଖସି ଆସି ନିଜ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ ସାଲେପୁର ଥାନାରେ ଏତଲା ଦେଇଛନ୍ତି । ପ୍ରକାଶ ଯେ ଛୋଟୀପଡା ଗ୍ରାମର ଶିଶିର କୁମାର ମହାପାତ୍ରଙ୍କ ନାବାଳିକା ଝିଅ ଶୌଚ ହେବା ପାଇଁ ପୋଖରୀକୁ ଯାଇଥିବା ବେଳେ ସେହି ଗ୍ରାମର ଜଗନ୍ନାଥ ସ୍ୱାଇଁଙ୍କ ପୁଅ ଗଗନ ବିହାରୀ ସ୍ବାଇଁଏବଂ ତାର ସହଯୋଗୀ ନାବାଳିକା ଏକୁଟିଆ ପାଇ ତା ମୁଂହରେ କପଡା ବାନ୍ଧି ତାକୁ ଉଠାଇ ଉଠାଇ ନେଇଥିଲେ,

ତାକୁ ଗାଁ ନିକଟସ୍ଥ ମଶାଣିକୁ ନେଇଯାଇଥିଲେ, ତାର ସହଯୋଗୀ ଙ୍କ ସହ ତାନ୍ତ୍ରିକ ନାବାଳିକା କୁ ବଳିଦେବା ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଏହି ସମୟ ରେ କୌଶଳ କ୍ରମେ ନାବାଳିକା ଜଣକ ସେଠାରୁ ଜୀବନ ବଞ୍ଚାଇ ଖସି ଆସିବାରେ ସକ୍ଷମ ହେଇଥିଲା, ଘରେ ପହଂଚିବା ପରେ ଘଟଣା ସମ୍ପର୍କରେ ପରିବାର ଜଣାଇଥିଲା, ଏହା ଶୁଣି ପରିବାର ଲୋକେ ଏଥି ନେଇ ସାଲେପୁର ଥାନାରେ ଲିଖିତ ଅଭିଯୋଗ କଲା ପରେ ପୋଲିସତାର ତଦନ୍ତ ପକ୍ରିୟା ଆରମ୍ଭ କରିଛି, ଏଣେ ନାବାଳିକା ଜଣକ ଅସୁସ୍ଥ ହୋଇପଡିବ ସହ ତାକୁ ସାଲେପୁର ଗୋଷ୍ଠିସ୍ୱାସ୍ତ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏଭଳି ଏକ ସମ୍ବେଦନ ଶିଳ ଘଟଣା ଘଟିଥିଲେବି ପୋଲିସ ଉକ୍ତ ତାନ୍ତ୍ରିକ ଓ ତାର ସହଯୋଗୀଙ୍କୁ ଗିରଫ ନକରିବା ଘଟଣା କୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି, ଅପାର ପକ୍ଷରେ ଏହି ଘଟଣା ପରେ ଉକ୍ତ ଗ୍ରାମରେ ଚାପା ଉତେଜନା ଦେଖାଦେଇଛି, ଏହି ଘଟଣାକୁ ଚପାଇ ରଫାଦଫା କରିବାକୁ ବିଭିନ୍ନ ମହଲରେ ଉଦ୍ୟମ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି, କଟକ ରୁ ଲଷ୍ମୀଧର ଖୁଣ୍ଟିଆଙ୍କ ରିପୋର୍ଟ

Exit mobile version