ପାରଳାଖେମୁଣ୍ଡି ସହରର ମୁଖ୍ୟ ସଡକ ନିର୍ମାଣ କାର୍ଯ୍ୟ ସରିବ କେବେ ..

ଓଡ଼ିଶା ତାଜା ନ୍ୟୁଜ୍ (୦୮ ମଇ ଶନିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହର ପୁରାତନ ସହର ଭାବେ ରଜାରାଜୁଡା ସମୟରୁ ହିଁ ସାରା ଦେଶରେ ପରିଚିତ । ଅତିତରେ ଜନସାଧାରଣଙ୍କ ବିକାଶ ନିମନ୍ତେ ରାଜବଂସ ଦ୍ୱାରା କରାଯାଇଥିବା ଯୋଜନା ଗୁଡିକ ବର୍ତ୍ତମାନ ସୁଧା ଲୋକଙ୍କ କାର୍ଯ୍ୟ ନିମନ୍ତେ ବ୍ୟବହାର ହୋଇ ଆସୁଅଛି । ଅନ୍ୟ ସହର ମାନଙ୍କ ମଧ୍ୟରେ ଯଦି ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସହରକୁ ତୁଳନା କରାଯାଏ ତେବେ ଯେଉଁ ପରିମାଣରେ ବିକାଶ ହେବା ଉଚିତ ସେହିପରି ପରିମାଣରେ ବିକାଶ ହୋଇନଥିବା ବେଳେ କିଛି ବର୍ଷ ହେବ ସହରର ସୌନ୍ଧର୍ଯ୍ୟ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି । ସଦରମହକୁମା ପାରଳାଖେମୁଣ୍ଡି ସହରର ମୁଖ୍ୟ ସଡକ ନିର୍ମାଣ କାର୍ଯ୍ୟ ପୁର୍ତ୍ତ ବିଭାଗ ଦ୍ୱାରା ଯାରି ରହିଛି । ଫରେଷ୍ଟ ଗେଟ ଛକ ଠାରୁ ପୁରୁଣା କୋର୍ଟ ପର୍ଯ୍ୟନ୍ତ ଯାହାର କାର୍ଯ୍ୟାରମ୍ଭ ତାରିଖ ୨୪.୦୪.୨୦୧୮ ସରକାରୀ ଚୁକ୍ତି ଭାବେ ହୋଇଥିବା ବେଳେ ତାରିଖ ୨୪.୦୪.୨୦୧୯ ରେ କାର୍ଯ୍ୟଶେଷ ହେବାକଥା ସେହିପରି ମେଡିକାଲ ଛକଠାରୁ ପୁରୁଣା କୋର୍ଟ ଛକ ପର୍ଯ୍ୟନ୍ତ କାର୍ଯ୍ୟରମ୍ଭ ତାରିଖ ୧୬.୦୨.୨୦୧୯ ହୋଇଥିବା ବେଳେ ତାରିଖ ୧୫.୦୧.୨୦୨୦ ରେ କାର୍ଯ୍ୟଶେଷ ହେବାର ଥିଲା। ରାଜ୍ୟ ସଡକ ଯୋଜନା ଦ୍ୱାରା ଫୋରେଷ୍ଟ ଗେଟ ଛକ ଠାରୁ ପୁରୁଣା କୋର୍ଟ ଛକ ପର୍ଯ୍ୟନ୍ତ ପ୍ରାୟ ୪.୫୦ କିମି ଏବଂ ୭ ମିଟର ସଡକର ଓସାର, ତିନି ମିଟର ଡ୍ରେନ ମୋଟ ୧୧ ମିଟର ନିର୍ମାଣ କାର୍ଯ୍ୟ ଯାରି ରହିଥିବା ବେଳେ ଏହାର ମୁଲ୍ୟ ପ୍ରାୟତଃ ୧୩ କୋଟି ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଛକ ଠାରୁ ପୁରୁଣା କୋର୍ଟ ଛକ ପର୍ଯ୍ୟନ୍ତ ପ୍ରାୟ ୨.୭୩ କିମି ସଡକକୁ ୧୧ କୋଟି ଟଙ୍କା ସରକାର ୨୦୧୭ – ୧୮ ଆର୍ଥିକ ମସିହାରେ ମଞୁରି ପ୍ରଦାନ କରିଥିଲେ ।

କିନ୍ତୁ ୪ ବର୍ଷ ବିତିଯାଇଥିଲେ ମଧ୍ୟ ଅର୍ଦ୍ଦନିର୍ମୀତ ଅବସ୍ଥାରେ ପଡିରହିଛି ମୁଖ୍ୟ ସଡକର ନିର୍ମାଣ କାର୍ଯ୍ୟ । ଯାହାଦ୍ୱାରା ପାରଳାର ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି । ସଡକର ନିର୍ମାଣ କାର୍ଯ୍ୟ ସକାସେ ନଭେମ୍ବର ମାସ ୨୦୨୦ ମସିହାରେ ଜବରଦଖଲ ଉଛେଦ କରାଯାଇଥିଲା । ଏହି କାର୍ଯ୍ୟ ନିମନ୍ତେ ଜିଲ୍ଲାର ବଛା ବଛା ପ୍ରଶାସନ ଅଧିକାରୀଙ୍କ ସହ ପୋଲିସ ଅଧିକାରୀଙ୍କୁ ଦାଇତ୍ୱ ଦିଆଯାଇଥିଲା । କାଳେ ଅପ୍ରିତିକର ପରିସ୍ଥିତି ଶୃଷ୍ଟି ହେଲେ ଅଧିକାରୀଗଣ ସମାଧାନ କରିବେ ବୋଲି । କିନ୍ତୁ ପାରଳାର ଜନସାଧାରଣ ଏହାକୁ ପୁର୍ଣ୍ଣମାତ୍ରାରେ ପ୍ରଶାସନ ଏବଂ ପୋଲିସକୁ ସହଯୋଗ କରିଥିଲେ । କିନ୍ତୁ ଦୁଃଖର ବିଷୟ ଏତେ ମାସ ବିତିଯାଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ଆଗକୁ ବଢିଲାନି କି ରାସ୍ତା କଡରେ ପୁର୍ବରୁ ଭଙ୍ଗାଯାଇଥିବା ଘର ଏବଂ ଡ୍ରେନ ନିକଟରୁ ମଇଳା ବି ଉଠିପାରିଲା ନାହିଁ । ଡ୍ରେନେ ଗୁଡାକରେ ମାଟିଗୋଡି ଭରି ହୋଇ ରହିଥିବା ଫଳରେ ସାମାନ୍ୟ ବର୍ଷା ହେଲେ ରାସ୍ତା କଡରେ କୁତ୍ତ୍ରୀମ ବନ୍ଧ ଶୃଷ୍ଟି ହୋଇ ପାଣି ଜମି ରହୁଛି ଏବଂ ମୁଖ୍ୟରାସ୍ତା ଉପରେ ବହୁ ପରିମାଣରେ ଜଳ ପ୍ରବାହୀତ ହେଉଥିବା ଦେଖିବାକୁ ମିଳିଛି । ଯାହାଫଳରେ ସହରର ଯେତେ ଦୁଷିତ ଜଳ ଲୋକଙ୍କ ଘରର ମଧ୍ୟଭାଗରେ ପହଁଚି ବହୁତ କିଛି ନଷ୍ଟହେଉଥିବା ଦେଖିବାକୁ ମିଳିଛି ।

ପୁର୍ତ୍ତବିଭାଗରେ କାର୍ଯ୍ୟରତ କିଛି ଅଧିକାରୀଙ୍କ ମନମୁଖି କାର୍ଯ୍ୟକଳାପ ଯୋଗୁଁ ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇପାରୁନଥିବା ଅଭିଯୋଗ କରିଥିବା ସହ ଦୀର୍ଘ ୭ ବର୍ଷ ପୁର୍ବେ ହୋଇଥିବା ଟେଣ୍ଡର କାର୍ଯ୍ୟ ବର୍ତ୍ତମାନ ସୁଧା ସମାପ୍ତ ହୋଇପାରୁ ନାହିଁ । କିଛି ଠିକାଦାରଙ୍କ କାର୍ଯ୍ୟ ଖରାପ ହୋଇଥିଲେ ମଧ୍ୟ ସେମାନଙ୍କ ବିଲ କରାଯାଉଥିବା ବେଳେ ସଠିକ ଭାବେ ହୋଇଥିବା କାର୍ଯ୍ୟର ବିଲ ଜାଣିଶୁଣି ରଖାଯାଉଛି । ଏଫ-ଟୁ କାର୍ଯ୍ୟରେ ମିଥ୍ୟା ବିଲ କରାଯାଇ ଅନେକ ଅର୍ଥକୁ ହଡପ କରାଯାଉଅଛି । ଏହି ବିଭାଗର ଅଧିକାରୀ ମାନେ ନିର୍ବାହୀ ଅଧିକାରୀଙ୍କ ନିୟନ୍ତ୍ରଣରେ ରହିନଥିବା ବେଳେ କିଛି ଅଭ୍ୟାସଗତ ଭାବେ ଦୁର୍ନୀତି କରି ଚାଲିଛନ୍ତି । ଏହି ବିଭାଗ ଦ୍ୱାରା ଅନେକ ସ୍ଥାନରେ ଖରାପ ହୋଇନଥିବା ସିସି ରାସ୍ତା ଉପରେ ସିସି ରାସ୍ତା କରିଚାଲିଛନ୍ତି ଏବଂ ଏ ସଂମ୍ପର୍କରେ ପ୍ରଶ୍ନ କଲେ କୌଣସି ଉତ୍ତର ଦେଇନପାରି ଜନପ୍ରତିନିଧି ମାନଙ୍କୁ ଅନ୍ଧକାରରେ ରଖୁଥିବା ଅଭିଯୋଗ କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ । ଆଗାମି ଖୁବ କମ ସମୟରେ ମଧ୍ୟରେ ଯଦି ରାସ୍ତା ନିର୍ମାଣ କାର୍ଯ୍ୟ ନ ସରେ ତେବେ ଗଣଧାରଣା କରାଯିବ ବୋଲି କ୍ଷବର ସହ ପ୍ରକାଶ କରିଛନ୍ତି ବିଧାୟକ ଶ୍ରୀ ରାଓ । ତେବେ ଦେଖିବାକୁ ବାକି ରହିଲା ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ କେବେ ଏହି ନୁତନ ସଡକ ନିର୍ମାଣ କରିବାରେ ସଫଳ ହେଉଛନ୍ତି ଏବଂ ପାରଳାଖେମୁଣ୍ଡି ସହରକୁ ସୌନ୍ଧର୍ଯ୍ୟମୟ ସହରରେ ପରିଣତ କରିବେ ଦେଖିବାକୁ ବାକି ରହିଲା l

Exit mobile version