କରୋନା ଟୀକା ନେଲେ ୫୩୫ ଜଣ

ଓଡ଼ିଶା ତାଜା ନ୍ୟୁଜ୍ (୦୮ ମଇ ଶନିବାର ) ହିଞ୍ଜିଳିକାଟୁ :-  ରାଜ୍ୟରେ କରୋନା ଭୁତାଣୁର ଦ୍ଵିତୀୟ ଲହର ଅତି ଭୟଙ୍କର ସାବ୍ୟସ୍ତ ହୋଇଛି।ସଂକ୍ରମଣର ତୀବ୍ରତା ସାରା ରାଜ୍ୟରେ ରଚି ଚାଲିଛି ମୃତ୍ୟୁର ତାଣ୍ଡବ ଲୀଳା।ସବୁଠାରେ ଦେଖାଦେଇଛି ଭୟ ଓ ଆତଙ୍କର ବାତାବରଣ।ପରିସ୍ଥିତି ଏପରି ହୋଇଛି ଯେ ସାମାଜିକ ଓ ଜୀବନ ଜୀବିକା ଦିନକୁ ଦିନ ବିପର୍ଯ୍ୟସ୍ତ ଆଡକୁ ଗତି କରୁଛି। ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ଭଳି ଗଞ୍ଜାମ ଜିଲ୍ଲାର ସ୍ଥିତି ଭାରି ସଙ୍ଗୀନ। ଗତ କାଲି ଜିଲ୍ଲାରେ ୩୧୨ ଜଣ ସଂକ୍ରମିତ ଚିହ୍ନଟ ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।ରାଜ୍ୟ ସରକାର ଲୋକଙ୍କ ଜୀବନ ଓ ଜୀବିକା ମଧ୍ୟରେ ସମନ୍ୱୟ ରକ୍ଷା କରି କରୋନା ମୁକାବିଲା କରିବା ପାଇଁ ରୀତିମତ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟରେ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । କରୋନା ଭୁତାଣୁର କରାଳ ଗ୍ରାସରାଜ୍ୟର ବିଭିନ୍ନ ସ୍ଥାନରେ ଦିନକୁ ଦିନ ମୁଣ୍ଡ ଗଡ଼ିବାରେ ଲାଗିଥିବା ସରକାରୀ ଓ ବେସରକାରୀ ସୂତ୍ରରୁ ଜଣାପଡ଼ିଛି । ଗତ ୨ ମାସ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଗ ଧାଡ଼ିର କରୋନା ଯୋଦ୍ଧା ଭାବେ କାର୍ତ୍ତବ୍ୟରତ କିଛି ସାମ୍ବାଦିକଙ୍କ କରୋନା ଜନିତ ଅକାଳ ମୃତ୍ୟୁ ହୋଇଛି ।

ଏହି ଦୁଃଖଦ ଘଟଣା ଉପରେ ରାଜ୍ୟ ସରକାର ଗଭୀର ଦୁଃଖ ପ୍ରକାଶ କରିବା ସହ ରାଜ୍ୟର ୬୯୪୪ ପଞ୍ଜିକୃତ ସାମ୍ବାଦିକଙ୍କ କରୋନା ଟୀକା ପ୍ରଦାନ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି।ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଶନିବାର ପୋୖରାଞ୍ଚଳ ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ଟୀକା କରଣ ବ୍ୟବସ୍ଥା ଆୟୋଜିତ ହୋଇଥିଲା।ସ୍ଥାନୀୟ ଅଞ୍ଚଳର ୫୦୫ ଜଣଙ୍କୁ ଦ୍ଵିତୀୟ ମାତ୍ରା ଓ ୩୦ ଜଣ ସାମ୍ବାଦିକଙ୍କୁ ପ୍ରଥମ ପର୍ଯ୍ୟାୟ ଟୀକା ପ୍ରଦାନ କରାଯାଇଛି।ଏହି ଟୀକା କରଣ ସମୟରେ ବିଡ଼ିଓ ସୁବ୍ରତ କୁମାର ଜେନା,ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ, ଟୀକା ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀ ଅଶୋକ କୁମାର ମିଶ୍ର, ହରିହର ଚୌଧୁରୀ, କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ,କୃଷ୍ଣ ଦାସ ଙ୍କ ସମେତ ଷ୍ଟାଫ ନର୍ସ ଓ କର୍ମଚାରୀ ଉପସ୍ଥିତ ଥିଲେ।ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସାମ୍ବାଦିକଙ୍କୁ ଟୀକାକରଣ କରାଯାଇଥିବା ଜଣାପଡିଛି।ଏହି ଅବସରରେ ରାଜ୍ୟ ସରକାରଙ୍କ ସମେତ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ ପ୍ରତିଦିନ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି।   ( ରିପୋର୍ଟ ଶୁସାନ୍ତ ପ୍ରଧାନ)

Exit mobile version