ଗଜପତି ଜିଲ୍ଲା ମୋହନା ବ୍ଲକର ସାମ୍ବାଦିକ ମାନଙ୍କୁ ଦିଆଗଲା କରୋନା ଟିକା

ଓଡ଼ିଶା ତାଜା ନ୍ୟୁଜ୍ (୦୮ ମଇ ଶନିବାର ) ପାରଳାଖେମୁଣ୍ଡି :- ଶୁକ୍ରବାର ଦିନ ମୋହନାରେ କାର୍ଯ୍ୟରତ ୨୦ରୁ ଉର୍ଦ୍ଧ୍ଵ ସାମ୍ବାଦିକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ କରୋନା ଟିକା ନେଇଛନ୍ତି । ଏନେଇ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସା ଅଧିକାରିଣୀ ଡ. ନମିତା ପଣ୍ଡା ସୂଚନା ଦେଇଛନ୍ତି । ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ଦିନ ତଳେ ସାମ୍ବାଦିକଙ୍କୁ ଆଗଧାଡିର କରୋନା ଯୋଦ୍ଧା

ଭାବେ ଘୋଷଣା କରିଥିଲେ ଓ ରାଜ୍ୟରେ କର୍ତ୍ତବ୍ଯରତ ସାମ୍ବାଦିକଙ୍କୁ କରୋନା ଟିକା ଦିଆଯିବ ବୋଲି ଘୋଷଣା କରିଥିଲେ । ଏହି ପରିପେକ୍ଷୀରେ ମୋହନା ବ୍ଳକର ସମସ୍ତ ସାମ୍ବାଦିକ କରୋନା ଟିକା ନେଇଥିବାରୁ ମୋହନା ସାମ୍ବାଦିକ ସଂଘର କର୍ମକର୍ତ୍ତା ଜିଲ୍ଲାପାଳ ତଥା ପ୍ରସାଶନକୁ ଧନ୍ୟବାଦ ଦେଇଛନ୍ତି । (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version