ଲୋକେ ହେଲେ ସଚେତନ ସପ୍ତାହନ୍ତ ‘ସଟଡାଉନ’ ଲାଗି ସାରା କୋରାଇ ଶୂନ୍‌ଶାନ୍‌

ଓଡ଼ିଶା ତାଜା ନ୍ୟୁଜ୍ (୦୮ ମଇ ଶନିବାର ) କୋରାଇ :- ଭୁତାଣୁ ଜନିତ ମହାମାରୀ କରୋନା ସାରା ବିଶ୍ୱକୁ ବ୍ୟତିବ୍ୟସ୍ତ କରିପକାଇଛି । ଦିନକୁ ଦିନ କରୋନା ସଂକ୍ରମଣ ହୋଇ ଭାରତ ସମେତ ଓଡିଶାରେ ବ୍ୟାପକ ହେବାରେ ଲାଗିଛି । ଏହି ମହାମାରୀ କରୋନାର ମୁକାବିଲା ପାଇଁ ସରକାର ବିଭିନ୍ନ ପର୍ଯ୍ୟୟରେ ଟିକା ଦେବାରୁ ବ୍ୟବସ୍ତା କରିଛନ୍ତି । ଏଥି ସହିତ ୫ତାରିଖରୁ ୧୯ତାରିଖ ଯାଏ ୧୪ଦିନ ବ୍ୟାପୀ ‘ତାଲାବନ୍ଦ’ ଜାରି ରଖିଥିଲାବେଳେ ‘ସପ୍ତାହନ୍ତ’ ଶନିବାର ଓ ରବିବାର ମଧ୍ୟ ‘ସଟ ଡାଉନ’ କରିଛନ୍ତି । ଆଜି ଶନିବାର ‘ସଡଡାଉନ’ ପାଇଁ ସମଗ୍ର କୋରାଇ ଅଂଚଳ ଶୂନ୍‌ଶାନ୍‌ ହୋଇଯାଇଛି । ଦିନତମାମ ଲୋକମାନେ କେହି ବାହାରକୁ ବାହାରି ନିଥିଲା ବେଳେ ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ ରହିଥିଲା ।

କେବଳ ନିର୍ଦ୍ଧିଷ୍ଟ କେତୋଟି ମେଡିସନ ଦୋକାନ, ପେଟ୍ରୋଲ ପମ୍ପ, ଡାକ୍ତରଖାନା, ରେଲବାଇ, ପାଣିଯୋଗାଣ, ପୁଲିସ, ଅଗ୍ନିସମ, ଯୋଗାଣ ବିଭାଗ, ବିଦ୍ୟୁତ ସରବରାହ ଓ ବିତରଣ କେନ୍ଦ୍ର ଆଦି ଖୋଲା ରହିଥିଲା ବେଳେ ଗଣମାଧ୍ୟମ ପ୍ରତିନିଧି ଓ ମାଲ ପରିବହନ କରୁଥିବା ଗାଡି ହିଁ କେବଳ ଚଳାଚଳ କରୁଥିବା ଦେଖାଯାଇଥିଲା । ଏହି ଅବସରରେ ବ୍ୟକ୍ତିଗତ ଓ ସାମୂହିକ ହିତଦୃଷ୍ଟିରୁ ସମସ୍ତେ ଘରେ ରହି ସଚେତନ ପୂର୍ବକ ସତର୍କ ରହିବା ଜରୁରୀ ବୋଲି କୋରାଇ ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । କାଳେ କେହି ଅମାନିଆ ‘ସଟ ଡାଉନ’ ସମୟରେ ନିୟମ ବହିର୍ଭୁତ କାର୍ଯ୍ୟକରିବେ ସେନେଇ କୋରାଇ ଥାନା ଅଧିକାରୀ ରଞ୍ଜିତ ମହାନ୍ତିଙ୍କ ନେତୃତ୍ୱରେ ପୁଲିସ ବାହିନୀ ପୂର୍ବକୋଟ,

କାଚରାସାହି, ରଣପୁର, ବରୁଣ୍ଡାଇ, ବଂଟିରାବଜାର, ମୀନାବଜାର, ରଗଡି, ନୂଆଗଡ, କଂଟାଝରିଗଡ, ଧନେଶ୍ୱର ଓ ଶଙ୍ଖଚିଲା ଫାଣ୍ଡିଅଧିକାରୀ ଅଭୟ ନାୟକଙ୍କ ନେତୃତ୍ୱରେ ଶଗଡି, ବଡବିରୁଆଁ, ଶଙ୍ଖଚିଲା, ଛୋଟରାୟପୁର ଛକ ଆଦି ବିଭିନ୍ନ ସ୍ଥାନରେ ପଇନ୍ତିରା ମାରୁଥିଲା ବେଳେ ବ୍ଲକ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ବିଭିନ୍ନ ଛକବଜାର ବୁଲି ତଦାରଖ କରୁଥିବା ଦେଖାଯାଇଥିଲ  କରୋନାର ପ୍ରଥମ ଲହର ଅର୍ଥାତ ପୂର୍ବବର୍ଷ ଅପେକ୍ଷା ଏବେ ଲୋକେ ପ୍ରାୟ ସଚେତନତା ହୋଇଯାଥିବାରୁ ‘ସଟଡାଉନ’ ସମୟରେ ଘରୁ ବାହାରିନଥିବା ରାସ୍ତାଘାଟ, ଛକବଜାର ଶୂନଶାନରୁହିଁ ପ୍ରମାଣିତ ହେଉଛି ।(କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ) 

Exit mobile version