ଆନ୍ଧ୍ରପ୍ରଦେଶ କାଡ୍ଡପା ଜିଲ୍ଲାରେ – ଚୂନପଥର ଖଣିରେ ଭୟଙ୍କର ବିସ୍ଫୋରଣ, ୧୦ ମୃତ,୧୦ ଜଣ ଗୁରୁତର

ଆନ୍ଧ୍ରପ୍ରଦେଶ କାଡ୍ଡପା ଜିଲ୍ଲାରେ ଶନିବାର ଏହ ଅଭାବନୀୟ ଘଟଣା ଘଟିଛି ।

ଓଡ଼ିଶା ତାଜା ନ୍ୟୁଜ୍ (୦୮ ମଇ ଶନିବାର ) ଆନ୍ଧ୍ରପ୍ରଦେଶ :- ଏକ ଚୂନପଥର ଖଣିରେ ବିସ୍ଫୋରଣ ହୋଇ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଗୁରୁତର ଆହତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏବେ ବି ସେଠାରେ କିଛି ଶ୍ରମିକ ପୋତି ହୋଇ ରହିଥିବା ଆଶଙ୍କା କରାଯାଉଛି।କାଲସାପାଡୁ ବ୍ଲକର ମାମିଲ୍ଲାପାଲ୍ଲେ ଗାଁରେ ଏକ ଚୂନପଥର ଖଣିରେ ସବୁଦିନ ପରେ ଶନିବାର ମଧ୍ୟ ଶ୍ରମିକମାନେ କାମ କରୁଥିଲେ ।

ଖଣିରେ ଗାତ ଖୋଳିବାକୁ ଜିଲୋଟିନ ଷ୍ଟିକ ଅନଲୋଡ୍‌ ବେଳେ ହଠାତ୍‌ ସେଠାରେ ବିସ୍ଫୋରଣ ଘଟିଥିଲା । ସେତେବେଳେ ସେଠାରେ ପ୍ରାୟ ୩୦ରୁ ଊର୍ଦ୍ଧ୍ଵ ଶ୍ରମିକ କାର୍ଯ୍ୟ କରୁଥିଲେ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହି ୧୦ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୧୦ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଓ ଦମକଳ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଏବେ ବି ଖଣିରେ କିଛି ଶ୍ରମିକ ପୋତି ହୋଇ ରହିଥିବା ଆଶଙ୍କା କରାଯାଉଛି ।

Exit mobile version