ଯାଜପୁର 302 ଜଣ କରୋନା ଚିହ୍ନଟ

ଓଡ଼ିଶା ତାଜା ନ୍ୟୁଜ୍ (୦୮ ମଇ ଶନିବାର ) ଯାଜପୁର :- ରାଜ୍ୟରେ କରୋନା ଚିତ୍ର -ଦିନକୁ ଦିନ ଭୟାନକ ଆଡ଼କୁ ଯାଉଛି । ସୀମାନ୍ତ ଜିଲ୍ଲାରେ ସଂକ୍ରମଣ ହୁହୁ ହୋଇ ବଢୁଛି । ଏ ସବୁ ସରକାରଙ୍କ ଚିନ୍ତା ବଢ଼ାଇଛି । ଆକ୍ଟିଭ୍‌ କେସ୍ ବଢ଼ୁଥିବା ଦେଖି ଲୋକେ ଛାନିଆ ହେଲେଣି ।

ସମସ୍ତଙ୍କ ଛାତି ଧଡ଼ଧଡ୍‌ ହୋଇଛି । ଗତ ୨୪ ଘଣ୍ଟାରେ ଯାଜପୁରରୁ 302 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି l (ରିପୋର୍ଟ -ଦୀପ୍ତିମାନ ପତି )  

Exit mobile version