ସଦର ଥାନା ଅଞ୍ଚଳରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ ଓ ଜଣେ ଗିରଫ

ଓଡ଼ିଶା ତାଜା ନ୍ୟୁଜ୍ (୦୭ ମଇ ଶୁକ୍ରବାର ) ଢେଙ୍କାନାଳ :- ଆଜି ସଦର ଥାନା ନିର୍ଦ୍ଦେଶକ୍ରମେ ଝାରଗାଡିଆ ପୋଲିସ ସିମିନଇ ପଞ୍ଚାୟତରେ ଚଢ଼ାଉ କରି ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟ୍ ଚାଲାଣ କରିଛି। ସୂଚନା ମୁତାବକ,ସିମିନଇ କଲେଜ ଛକ ଅଞ୍ଚଳରେ ବେଆଇନ ବିଦେଶୀ ମଦ ବିକ୍ରି ହେଉଥିବା ଖବର ସ୍ଥାନୀୟ ଲୋକଙ୍କ ଦ୍ବାରା ସୂଚନା ପାଇ ସଦର ଥାନା ନିର୍ଦ୍ଦେଶରେ ଝାରଗାଡିଆ ପୋଲିସ ଆଜି

ସକାଳ ୧୦ଟା ବେଳେ ସିମିନଇ ପଞ୍ଚାୟତରେ ଚଢ଼ାଉ କରି ଅଙ୍କରାନ୍ତିପୁର ଗ୍ରାମର ଏକ ଆଜବେଷ୍ଟସ ଘରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହ ଗୋଟିଏ ଫ୍ରିଜ୍ ଜବତ କରିଛି ଏବଂ ସେଠାରେ ଦୀର୍ଘଦିନ ଧରି ବେଆଇନ ମଦ ବେପାର କରୁଥିବା ପତଳା ଗ୍ରାମର ବିଶ୍ୱଜିତ୍ ରାଉତକୁ ଘଟଣାସ୍ଥଳରେ ଗିରଫ କରିବା ସହ ସଦର ଥାନାରେ ୨୭୬/୨୧ ରେ ମାମଲା ରୁଜୁ କରି କୋର୍ଟ୍ ଚାଲାଣ କରିଛି ।   (ରିପୋର୍ଟ – ଅମର ରଞ୍ଜନ ଦାସ)

Exit mobile version