କାଶୀନଗର ବ୍ଲକର ସୀଙ୍ଗିପୁର ଗ୍ରାମରେ ଚଢ଼ଉ ୨ଶହ ଲିଟର ପୋଚ ସହ ଦେଶୀ ମଦ ଜବତ ; ଜଣେ ମହିଳା ଗିରଫ

ଓଡ଼ିଶା ତାଜା ନ୍ୟୁଜ୍ (୦୭ ମଇ ଶୁକ୍ରବାର ) ପାରଳାଖେମୁଣ୍ଡି :-  ଗଜପତି ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଟିମ୍ ଦ୍ଵାରା ଦେଶୀ ଚୋରା ମଦ କାରବାର ନେଇ ଚଢାଉ କରାଯାଇଥିଲା । ଏଥିରେ ଦେଶୀ ମଦ ତିଆରି ପୋଚ ସହ ଦେଶୀ ମଦ ଜବତ ହୋଇଛି । ଏହି ଘଟଣାରେ ସମ୍ପୃକ୍ତ ଜଣେ ମହିଳାଙ୍କୁ ମଧ୍ୟ ଗିରଫ କରାଯାଇଛି । ଘଟଣାରୁ ପ୍ରକାଶ, ଗତକାଲି ପାରଳାଖେମୁଣ୍ଡି ଥାନା

ଅନ୍ତର୍ଗତ ସିଙ୍ଗିପୁର ଗ୍ରାମରେ ଚଢାଉ କରାଯାଇ ୨୦୦ଲିଟର ପୋଚ ନଷ୍ଟି କରାଯିବା ସହ ୧୩ଲିଟର ରନ୍ଧା ଦେଶୀ ମଦ ଜବତ କରିଥିବାର ଜଣାପଡିଛି । ଏହି ଚଢାଉ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଟିମ୍‌ର ଏସ୍‌ଆଇ ବୃନ୍ଦାବନ ମଣ୍ଡଳଙ୍କ ନେତୃତ୍ୱରେ ଏଏସ୍‌ଆଇ କିଶୋର ଚନ୍ଦ୍ର ରଥ ପ୍ରମୁଖ ସାମିଲ ହୋଇଥିଲେ । ଘଟଣାରେ ସମ୍ପୃକ୍ତ ଜଣେ ମହିଳାଙ୍କୁ ଗିରଫ କରାଯାଇଥିବାର ବିଭାଗୀୟ ସୂତ୍ରରୁ ପ୍ରକାଶ ।  (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version