ମାଟ୍ରିକ୍‌ ମୂଲ୍ୟାୟନ୍‌, ନମ୍ବର ନେଇ ଅସନ୍ତୁଷ୍ଟ ହେଲେ ଛାତ୍ରଛାତ୍ରୀ ଦେଇପାରିବେ ଲିଖିତ ପରୀକ୍ଷା

ଓଡ଼ିଶା ତାଜା ନ୍ୟୁଜ୍ (୦୭ ମଇ ଶୁକ୍ରବାର ) କଟକ  :- କରୋନା ଭୟାବହତାକୁ ଦେଖି ମାଟ୍ରିକ୍‌ ପରୀକ୍ଷା ବାତିଲ କରାଯାଇଥିବା ବେଳେ ମୂଲ୍ୟାୟନକୁ ନେଇ ଦ୍ବନ୍ଦ୍ବ ଉପୁଜିଥିଲା । କିନ୍ତୁ ଏହାର ସମାଧାନ ମିଳିଥିବା ଜଣାପଡ଼ିଛି । ମାଟ୍ରିକ୍‌ ମୂଲ୍ୟାୟନ ପଦ୍ଧତି ଚୂଡ଼ାନ୍ତ ହୋଇଛି । ମାଟ୍ରିକ୍‌ ରେଜଲ୍ଟ ପାଇଁ ଚୂଡ଼ାନ୍ତ ପଦ୍ଧତିକୁ ବୋର୍ଡର ଅନୁମୋଦନ ମିଳିଛି । ନବମ ଏବଂ ଦଶମ ଶ୍ରେଣୀର ମାର୍କ ଆଧାରରେ ମାଟ୍ରିକ୍‌ ରେଜଲ୍ଟ ପ୍ରକାଶ ପାଇବ ।

ନବମର ଷାଣ୍ମାସିକ ଏବଂ ବାର୍ଷିକ ପରୀକ୍ଷା ମାର୍କକୁ ବିଚାରକୁ ନିଆଯିବ। ମୂଲ୍ୟାୟନ ପ୍ରକ୍ରିୟାରେ ଦଶମର ଦ୍ବିତୀୟ, ତୃତୀୟ ଏବଂ ଚତୁର୍ଥ ପ୍ରାକଟିସ୍‌ ପରୀକ୍ଷା ମାର୍କକୁ ସାମିଲ କରାଯିବ । ନବମର ୪୦ ପ୍ରତିଶତ ମାର୍କକୁ ଗୁରୁତ୍ବ ଦିଆଯିବ। ଦଶମରେ କୌଣସି ପରୀକ୍ଷା ଦେଇନଥିଲେ ନବମ ଶ୍ରେଣୀର ମାର୍କୁକୁ ବିଚାରକୁ ନେଇ ମୂଲ୍ୟାୟନ କରାଯିବ। ଦଶମ ଶ୍ରେଣୀରେ ଗୋଟିଏ ପରୀକ୍ଷା ଦେଇଥିଲେ ନବମର ୭୦ ପ୍ରତିଶତକୁ ଗୁରୁତ୍ବ ଦିଆଯିବ।

ରେଜଲ୍ଟ ପ୍ରସ୍ତୁତି ପାଇଁ ୨୭୬୬ଟି ସ୍କୁଲକୁ ମେଣ୍ଟର ସ୍କୁଲ ଘୋଷଣା କରାଯାଇଛି। ମେଣ୍ଟର ସ୍କୁଲର ପ୍ରଧାନ ଶିକ୍ଷକ ସମସ୍ତ ସ୍କୁଲର ମାର୍କ ବୋର୍ଡ ଓ୍ବେବସାଇଟ୍‌ରେ ଅପଲୋଡ୍‌ କରିବେ। ବିଷୟ ଅନୁସାରେ ଛାତ୍ରଛାତ୍ରୀଙ୍କ ସର୍ବାଧିକ ନମ୍ବର ଅପଲ (ଲାଲା ଅନନ୍ତ କୁମାର ସିଂହ)

Exit mobile version