ସାଂସଦ ଓ ବିଧାୟକଙ୍କ ତରଫରୁ ମାସ୍କ ବଣ୍ଟନ

ଓଡ଼ିଶା ତାଜା ନ୍ୟୁଜ୍ (୦୭ ମଇ ଶୁକ୍ରବାର ) ନୂଆଗାଁ :- ରାଜ୍ୟରେ କରୋନା ମହାମାରୀ ର ଦ୍ବିତୀୟ ଲହରୀ ଯୋଗୁଁ ସଂକ୍ରମଣ ବଢ଼ିବାରେ ଲାଗିଥିବା ବେଳେ ଜନସାଧାରଣ ଙ୍କୁ ସଂକ୍ରମଣ ରୁ ସୁରକ୍ଷିତ ରଖିବା ପାଇଁ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ,ଏବଂ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ତରଫରୁ ମାସ୍କ ବଣ୍ଟନ କରାଯାଇଛି।କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ଶାସମଲ,

ଯୁବ ନେତା ବିଭୂତି ଭୂଷଣ ପ୍ରଧାନ ଜାକେଡ଼ା ପଞ୍ଚାୟତ ର କେନ୍ଦୁ ବଣିଆ,ଚଡ଼କ ମରା, କୁସବିଡା ଆଦିବାସୀ ଗ୍ରାମକୁ ଯାଇ ମାସ୍କ ବଣ୍ଟନ କରିଥିଲେ ।  ତତ୍ ସହିତ ସାଂସଦ ଓ ବିଧାୟକ ଙ୍କ କରୋନା ସଂକ୍ରମଣ ରୁ ସୁରକ୍ଷିତ ରହିବା ର ବାର୍ତ୍ତା ଲୋକ ମାନଙ୍କୁ କହିଥିଲେ  ।  ମାସ୍କ ପିନ୍ଧିବା ସହ କରୋନା ନୀତି ନିୟମ ପାଳନ କରିବା ପାଇଁ ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ଶାସମଲ୍ ଲୋକମାନଙ୍କୁ ଅନୁରୋଧ କରିଥିଲେ ।

Exit mobile version