ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର 3.3. 2020 ରିଖ :- ୟୁକେ ସଂସ୍ଥା ସିରିଅମ ପକ୍ଷରୁ ଭାରତୀୟ ବିମାନ କଂପାନି ଗୋଏୟାରକୁ ଏସିଆ ପ୍ରଶାନ୍ତ ମହାସାଗରୀୟ ଅଂଚଳର ଦଶମ ଶ୍ରେଷ୍ଠ ସମୟାନୁବର୍ତୀ ବିମାନ କଂପାନିର ମାନ୍ୟତା ପ୍ରଦାନ କରାଯାଇଛି । ଏହି ସଂସ୍ଥା ୩୫ ନିୟୁତ ବିମାନକୁ ଅନୁଧ୍ୟାନ କରିବା ପରେ ଗୋଏୟାରକୁ ଏହି ରାଙ୍କ ପ୍ରଦାନ କରିଛି । ୨୦୧୯ରେ ୭୬.୯୪% ଅନ ଟାଇମ ପରଫରମାନ୍ସ (ଓଟିପି) ସହିତ ଭାରତର ଏକମାତ୍ର ବିମାନ କଂପାନି ଭାବେ ଗୋଏୟାର ଏସିଆ ପାସିଫିକ (ଏସିଆ ପ୍ରଶାନ୍ତ ମହାସାଗରୀୟ ଅଂଚଳ)ରେ ଶ୍ରେଷ୍ଠ ୧୦ ବିମାନ କଂପାନି ମଧ୍ୟରେ ସ୍ଥାନ ପାଇଛି । ସିରିଅମ ପକ୍ଷରୁ ୬୦୦ ବିଶ୍ୱ ସ୍ତରୀୟ ଉତ୍ସକୁ ବ୍ୟବହାର କରି ମାସକୁ ୩୦ ଲକ୍ଷ ବିମାନ ଉପରେ ନଜର ରଖାଯାଇଛି । ବିଶ୍ୱର ୯୭% ସିଡ୍ୟୁଲଡ ବିମାନ ଉପରେ ଏହା ନଜର ରଖିପାରୁଛି । ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ (ଡିଜିସିଏ)ର ଓଟିପି ର୍ୟାଙ୍କିଙ୍ଗରେ କ୍ରମାଗତ ୧୫ ମାସ ପର୍ଯ୍ୟନ୍ତ ଶୀର୍ଷ ସ୍ଥାନରେ ରହିଥିବା ଗୋଏୟାର ପାଇଁ ସିରିଅମର ମାନ୍ୟତା ଏହାର ସଫଳତା ପୁସ୍ତକରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛି । ଏହି ସଫଳତା ସଂପର୍କରେ ଗୋଏୟାରର ପରିଚାଳନା ନିର୍ଦେଶକ ଜେହ ୱାଡ଼ିଆ କହିଛନ୍ତି ଯେ, “ଏସିଆ ପ୍ରଶାନ୍ତ ମହାସାଗରୀୟ ଅଂଚଳର ସବୁଠୁ ସମୟାନୁବର୍ତୀ ବିମାନ କଂପାନି ଭାବେ ସିରିଅମ ତରଫରୁ ମାନ୍ୟତା ହାସଲ କରିବା ବାସ୍ତବରେ ଗର୍ବର ବିଷୟ । ସମୟାନୁବର୍ତିତା, ଭରସାଯୋଗ୍ୟତା ଏବଂ ଗ୍ରାହକ ସନ୍ତୁଷ୍ଟି କ୍ଷେତ୍ରରେ ଆଗରେ ରହିବା ଲାଗି ଆମର ରହିଥିବା ପ୍ରତିବଦ୍ଧତା ପ୍ରତି ଏହା ହେଉଛି ଉପଯୁକ୍ତ ପ୍ରତିଫଳନ । ଗୋଏୟାରର ସମସ୍ତ ଟିମ ଦିନରାତି ଏକ କରି କାର୍ଯ୍ୟ କରିଥିବାରୁ ଏହା ସମ୍ଭବ ହୋଇଛି ଏବଂ ଏହା ଗ୍ରାହକମାନଙ୍କୁ ଶ୍ରେଷ୍ଠ ଗମନାଗମନ ଅନୁଭୂତି ପ୍ରଦାନ କରିଛି । ସେମାନଙ୍କ ଉଦ୍ୟମକୁ ପୁଣି ଥରେ ସ୍ୱୀକୃତି ମିଳିଛି ଏବଂ ଏହା କହିବା ଅନାବଶ୍ୟକ ଯେ ଗୋଏୟାରରେ ଯାତ୍ରା କରିଥିବା ନିୟୁତାଧିକ ଯାତ୍ରୀଙ୍କ ସମର୍ଥନ ବିନା ଏହା ସମ୍ଭବପର ହୋଇପାରିନଥାନ୍ତା । ବିମାନ ଶିଳ୍ପରେ ସମୟାନୁବର୍ତି ପ୍ରଦର୍ଶନର ଗୁରୁôତ୍ୱ ସଂପର୍କରେ ସିରିଅମର ସିଇଓ ଜେରେମି ବାୱେନ କହିଛନ୍ତି ଯେ,ବିମାନ ଭଡ଼ାରେ ରିହାତି ଏବଂ ବିମାନ ଉପଲବ୍ଧତା ଠାରୁ ବିଶ୍ୱ ସ୍ତରୀୟ ଗ୍ରାହକ ସନ୍ତୁଷ୍ଟି ଏବଂ ଉତ୍ପାଦରେ ଭିନ୍ନତା ବହୁତ ଅଧିକ ଅଟେ । ଆଜିର ଯାତ୍ରୀମାନେ ବିମାନ ଚୟନ କରିବା ବେଳେ ଓଟିପି ଏବଂ ପରିଚାଳନା ଭରସାଯୋଗ୍ୟତାକୁ ଦେଖୁଛନ୍ତି । ଆମର ଓଟିପି ଅନୁଶୀଳନ ଲାଗି ଆମେ ସର୍ବୋଚ୍ଚ ସ୍ତରର ଡାଟା ଆନାଲିସିସି ବ୍ୟବହାର କରିଥିଲୁ ଏବଂ ଆମର ବିଶ୍ୱାସ ରହିଛି ଯେ ସିରିଅମର ଓଟିପି ରିଭ୍ୟୁ ୨୦୧୯ ବିମାନ କଂପାନି ଓ ବିମାନ ବନ୍ଦରଗୁଡ଼ିକୁ ଉନ୍ନତ ପ୍ରଦର୍ଶନ କରିବା ଲାଗି ଅନୁପ୍ରାଣିତ କରିବ ।
ଗୋଏୟାର ଏସିଆ ପ୍ରଶାନ୍ତ ମହାସାଗରୀୟ ଅଂଚଳରେ ଦଶମ ଶ୍ରେଷ୍ଠ ସମୟାନୁବର୍ତୀ ବିମାନ କଂପାନି

- Categories: Uncategorized, ଓଡ଼ିଶା, ବାଣିଜ୍ୟ, ହୋମ୍
Related Content
ଚୋରାଚାଲାଣ ପାଇଁ ଜଙ୍ଗଲ ମଧ୍ୟରେ ଲୁଚାଇ ରଖିଥିବା କିଲୋଗ୍ରାମ ଗଞ୍ଜେଇ ଜବତ
by
Proprietor Abhimanyu Maharana
September 11, 2026
୧୬ ଲକ୍ଷ ଟଙ୍କା ଠକେଇ ମାମଲାରେ ପାରଳା ପୋଲିସ ଦ୍ୱାରା ଜଣେ ଯୁବକ ଗିରଫ
by
Proprietor Abhimanyu Maharana
September 11, 2026
ବିନୋଦିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବେଟି ବଚାଅ ବେଟି ପଢ଼ାଓ କାର୍ଯ୍ୟକ୍ରମ ଅନୁଷ୍ଠିତ
by
Proprietor Abhimanyu Maharana
September 11, 2026
ରଣପୁର ଏନଏସି ରେ ଏକକ ବ୍ଯବହୃତ ପ୍ଲାଷ୍ଟିକ ନିଷିଦ୍ଧ ପାଇଁ ପ୍ରଶାସନର ଚଢାଉ : ୧୧ ଜଣଙ୍କ ଠାରୁ ଟ ୫୦୦୦/- ଜୋରିମାନା ଆଦାୟ
by
Proprietor Abhimanyu Maharana
September 10, 2026
ଏମଏମଡ଼ିଆର ଆକ୍ଟ (MMDR ACT)ସଂଶୋଧନ ଆଇନର ପ୍ରତିବାଦରେ ଆପ୍ ଓଡ଼ିଶାର ସମାବେଶ ଏବଂ ମୋଦୀ ସରକାରର ପୁତ୍ତଳିକା ଦାହ
by
Proprietor Abhimanyu Maharana
September 10, 2026
ଟାଙ୍ଗୀରେ ବିଭିନ୍ନ ବିକାଶ ମୂଳକ ସରକାରୀ ନିର୍ମାଣ କାର୍ଯ୍ୟ କରିବାକୁ କେବଳ ଜଙ୍ଗଲ ଓ ଗୋଚର ଜମି ଭରସା. ପରିବର୍ତ୍ତିତ ପରିସ୍ଥିତିରେ ଜଙ୍ଗଲ ଜମିରେ ନିର୍ମାଣ କାମ ଆଇନ ଦୃଷ୍ଟିରୁ କଷ୍ଟକର ହୋଇପଡିଛି
by
Proprietor Abhimanyu Maharana
September 10, 2026