ଭୁବନେଶ୍ୱର, ଓ.ଏସ.ଏ.ପି ୭ମ ବଟାଲିୟନରେ ଚୋରାପ୍ରିତିରେ ଟୀକାକରଣ

ଓଡ଼ିଶା ତାଜା ନ୍ୟୁଜ୍ (୦୭ ମଇ ଶୁକ୍ରବାର ) ଭୁବନେଶ୍ୱର :– ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରୋନା ସଂକ୍ରମଣ କିଛିଦିନ ତଳେ ରାଜ୍ୟରେ ଦୈନିକ ସଂକ୍ରମଣ ୧୦ହଜାର ଡେଇଁଥିବା ବେଳେ ଏବେ ଏହା ୧୨ହଜାର ଅତିକ୍ରମ କରିଯାଇଛି ଗତ ୨୪ଘଣ୍ଟାରେ ରାଜ୍ୟରେ ୧୨୨୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏସବୁ ଭିତରେ ରାଜ୍ୟରେ ଗତ ୫ ତାରିଖ ଠାରୁ ଲକଡ଼ାଉନ ହୋଇଥିବା ସ୍ଥଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଟୀକାକରଣ ଚାଲୁଅଛି । ଏଥିମଧ୍ୟରୁ କରୋନା ଯୋଦ୍ଧାଭାବେ କୁହାଯାଉଥିବା ପୋଲିସ କର୍ମଚାରୀ ଙ୍କୁ ମଧ୍ୟ ପ୍ରଥମ ଓ ଦ୍ୱିତୀୟ ଡୋଜ ଦିଅସାରିଛି ଏହାରି ମଧ୍ୟରେ ଭୁବନେଶ୍ୱର ରେ କରୋନା ତାର କାୟା ବିସ୍ତାର କରିଚାଲିଛି ।ବିଭିନ୍ନ ସ୍ଥାନରେ ଟିକା କେନ୍ଦ୍ର ଖୋଲାଯାଇଛି ଏଥି ମଧ୍ୟରୁ ଓ. ଏସ. ଏ. ପି. ୭ମ ବାଟାଲିୟନ ଅନ୍ୟତମ।ଏହି ଟିକା କେନ୍ଦ୍ରରେ ପୋଲିସ କର୍ମଚାରୀ ଏବଂ ତାଙ୍କ ପରିବାରର ସଦସ୍ୟଗଣ ମାନଙ୍କୁ ଦିଆଯାଉଛି କିନ୍ତୁ ଏହି ଟିକା କେନ୍ଦ୍ରରେ ଡିସିପି ଆର୍ମେଡ଼ ବିଜୟ ସାହୁଙ୍କ ନିର୍ଦ୍ଦେଶରେ ଚାଲୁଅଛି ହେଲେ ଟିକାକରଣରେ ବହୁତ ହେର ଫେର ହେଉଛି ।

ଏଭଳି ପରିସ୍ଥିତିରେ ସିପାହୀ ଏବଂ ହାବିଲଦାର ପରିବାର ଲୋକଙ୍କୁ ଟିକା ନଦେଇ ବାହାର ଲୋକଙ୍କୁ ଡାକି ଟିକା ଦିଆଯାଉଛି କିନ୍ତୁ ଜଣେ ସିପାହୀ ପଞ୍ଜିକରଣ କରିଥିବା ପରିବାର ଲୋକଙ୍କୁ ଫେରାଇ ଦିଆଯାଇଛି ଏଭଳି ପରିସ୍ଥିତିରେ କଣ ପାଇଁ ହଇରାଣ କରାଯାଉଛି ।ଦୁଇ ଦିନ ଧରି ଚାଲିଥିବା ଟିକା କେନ୍ଦ୍ରରେ ବିଭିନ୍ନ ଲୋକ ଆସି ଟିକା ନେଇଛନ୍ତି, ଆଜି ମଧ୍ୟ ତୃତୀୟ ଦିନ ଟିକା ଦେବା ଚାଲୁଅଛି କିନ୍ତୁ କୌଣସି ସିପାହୀ ପରିବାର ଲୋକଙ୍କୁ ନଦେଇ ବାହାର ଲୋକଙ୍କୁ ଡାକି ଟିକା ଦେଉଛନ୍ତି ।ଏଭଳି ପରିସ୍ଥିତିରେ ବିଜୟ ସାହୁଙ୍କ ଦୁବ୍ୟବହାର କରିବା କଣ ଠିକ ଏହା ସାଧାରଣତଃ ଚର୍ଚ୍ଚାର ବିଷୟ ପାଲିଟିଛି ।

ଏହା ସହ ଦୁଇ ଦିନ ତଳେ ଦିଆ ଯାଉଥିବା ଟୁକନ ପାଇଁ କିଭଳି ଭିଡ ତାହା କହିବା ଦୁର୍ଭାଗ୍ୟଜନକ । ନା ଅଛି କଟକଣା ନା ସାସାଜିକ ଦୁରତ । ଯଦି ପୋଲିସ କର୍ମଚାରୀ ହୋଇ ଏଭଳି ଆଇନ ଭଙ୍ଗ କରନ୍ତି ତାହେଲେ ସାଧାରଣ ଲୋକ କଣ କରିବେ ।ଏହି ଟିକା କେନ୍ଦ୍ର ଖୋଦ ବିଜୟ ସାହୁ ଏବଂ ସଙ୍ଘର ସଭାପତି ରମେଶ ଚନ୍ଦ୍ର ମାଝିଙ୍କ ଇଂଗିତରେ ଚାଲୁଅଛି। ସେ ସ୍ଥିର କରୁଛନ୍ତି କିଏ ଟିକା ନେବ ନନେଵ। ଜଣେ ସାଧାରଣ ସିପାହୀ କିମ୍ବା ହାବିଲଦାର ପରିବାର ଲୋକ ପଞ୍ଜିକରଣ କରିଥିଲେ ସୁଦ୍ଧା ଟିକା ନେବାରୁ ବଞ୍ଚିତ ହେଉଛନ୍ତି । ଏହାର ଉଚ୍ଚସ୍ତରିୟ ତଦନ୍ତ କରିବା ନିହାତି ଆବଶ୍ୟକ,ଏଭଳି ପରିସ୍ଥିତିରେ ଏପରି କରିବା ସିପାହୀ ମାନଙ୍କ ପରିବାର ଲୋକଙ୍କ ମନରେ ଅଶାନ୍ତିର ବାତାବରଣ ସୃଷ୍ଟି ହେଉଛି ।

Exit mobile version