ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର 3.3. 2020 ରିଖ :- ବର୍ତ୍ତମାନ ବିଶ୍ୱ ତାପମାନ ଯୋଗୁ ଯେଉଁ ପ୍ରଳୟଙ୍କାରୀ ଆଶା କରାଯାଉଛି ତାର କାରଣ ହେଉଛି ମାନବ ସମାଜ । ମଣିଷ ପାଖରେ ଏହାର ନିରାକରଣ ମଧ୍ୟ ରହିଛି । ଏଭଳି ବିପଦକୁ ଏଡ଼ାଇବା ପାଇଁ ବୃକ୍ଷରୋପଣ ହିଁ ଏକମାତ୍ର ବିକଳ୍ପ । ରାଜଧାନୀରେ ବିଭିନ୍ନ ସ୍ଥାନରେ ସବୁଜିମାମୟ ପରିବେଶ ସୃଷ୍ଟି କରିବା ଆବଶ୍ୟକ । ତେଣୁ ଏହିଭଳି କାର୍ଯ୍ୟକ୍ରମ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଆଜି ପଟିଆ ସୂର୍ଯ୍ୟନଗରସ୍ଥିତ ଗ୍ରୋ ଗ୍ରୀନ୍ ଅତ୍ୟାଧୁନିକ ନର୍ସରୀକୁ ଉଦ୍ଘାଟନ କରି ଖଣ୍ଡପଡ଼ା ବିଧାୟକ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି । ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି ଯେ, କେବଳ ଗୋଟିଏ ଚାରା ପୋତିଦେଲେ ହେବ ନାହିଁ, ତା’ପଛରେ ଥିବା ଭାବନା ଆମ ଆଚରଣ ଓ ଉଚ୍ଚାରଣରେ ପ୍ରତିଫଳିତ ହେବା ଦରକାର । ଉତ୍ସବରେ ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍ ଆର୍ମିର କମାଣ୍ଡାଣ୍ଟ ଇନ୍ ଚିଫ୍ ଡ. ଦିଲ୍ଲୀପ ଶ୍ରୀଚନ୍ଦନ ଅନ୍ୟତମ ଅତିଥିଭାବେ ଯୋଗ ଦେଇଥିଲେ । ଅତିଥିମାନେ ଦୁଇମହଲା ବିଶିଷ୍ଟ ଗ୍ରୀନ୍ ଗ୍ୟାଲେରିକୁ ଉଦ୍ଘାଟନ କରି ବିଭିନ୍ନ ପ୍ରକାର ଗାଲିଚା ବୁଲି ଦେଖିଥିଲେ । ଅନୁଷ୍ଠାନର ମୁଖ୍ୟ ଅଶୋକ ଶାରଦା ଅତିଥିମାନଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅନୁଷ୍ଠାନର ନିର୍ଦ୍ଦେଶିକା ଶ୍ରୀ ସମ୍ପର୍ଣ୍ଣା ଅତିଥିମାନଙ୍କୁ ଗାଲିଚା ବୁଲାଇ ଦେଖାଇଥିଲେ । ସମର୍ଥ ସତ୍ୟ ଓ ପ୍ରତୀକ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଗ୍ରୋ ଗ୍ରୀନ୍ ଅତ୍ୟାଧୁନିକ ନର୍ସରିରେ ଅଳ୍ପ ସ୍ଥାନରେ ଘର ଭିତରେ, ବାହାରେ, ବାଲକୋନୀ ଓ ଛାତ ଉପରେ ଗଛକୁ ସୁନ୍ଦର ଶୈଳୀରେ ରୋପଣ କରାଯାଇ ପାରିବା ଭଳି ଗଛ ଉପଲବ୍ଧ । ଘରକୁ ସୁନ୍ଦର ଭାବେ ସଜାଇବା ଓ ବନ୍ଧୁମାନଙ୍କୁ ଉପହାର ଦେବା ନେଇ ଡ଼ିଜାଇନ୍ ପାତ୍ରରେ ବୃକ୍ଷ ମଧ୍ୟ ଏଠାରେ ଉପଲବ୍ଧ ।
ପଟିଆରେ ଗୋ ଗ୍ରୀନ୍ ଅତ୍ୟାଧୁନିକ ନର୍ସରି ଉଦ୍ଘାଟିତ

- Categories: Uncategorized, ଓଡ଼ିଶା, ବାଣିଜ୍ୟ, ହୋମ୍
Related Content
ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ସମ୍ପର୍କରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
by
Proprietor Abhimanyu Maharana
June 18, 2026
କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
by
Proprietor Abhimanyu Maharana
June 18, 2026
ଆନ୍ଧ୍ର ପ୍ରଦେଶର ଅଳିଆ ଆବର୍ଜନା ପକା ଯାଉଛି ଓଡ଼ିଶାରେ, ଏଇ ବିଷୟ ନେଇ ଜିଲ୍ଲାପାଳ ଙ୍କୁ ଅବଗତ କଲେ ବିଧାୟକ
by
Proprietor Abhimanyu Maharana
June 18, 2026
ପାରଳାଖେମୁଣ୍ଡି ଉପକଣ୍ଠ ରେ ଥିବା ରାମସାଗର ର ଉନ୍ନତି ପାଇଁ ବିଭାଗୀୟ ଅଧିକାରୀ ଉପସ୍ଥିତି ରେ ସମୀକ୍ଷା କଲେ ବିଧାୟକ
by
Proprietor Abhimanyu Maharana
June 18, 2026
୭୮ ଦିନର ଅବିରତ ପଦଯାତ୍ରା ଭିଆଇପି ଦର୍ଶନ ପ୍ରୋଟୋକଲ ଦର୍ଶନ ଓ ଟଙ୍କା ଦେଇ ଦର୍ଶନ ବନ୍ଦ କର ପୁରୀବାସୀଙ୍କ ପାଇଁ ଗୋଟିଏ ଦ୍ବାର ଖୋଲ
by
Proprietor Abhimanyu Maharana
June 18, 2026
ଜିଲ୍ଲାସ୍ତରୀୟ ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ
by
Proprietor Abhimanyu Maharana
June 18, 2026