ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) ଶତରୁପା ସଙ୍ଗୀତ 3.3. 2020 ରିଖ :- ଶତରୁପା ସଙ୍ଗୀତ ଓ ସାହିତ୍ୟ ପ୍ରକାଶିକା, ଭୁବନେଶ୍ୱର ‘ସାମ୍ବତ୍ସରିକ ଶତରୁପା ସମାରୋହ ୨୦୨୦’ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା, ମୁଖ୍ୟ ବକ୍ତା ଭାବରେ ଓଡ଼ିଶା କୋଠାବାଡ଼ି ନିର୍ମାଣ ଓ ଅନ୍ୟାନ୍ୟ ଶ୍ରମିକ କଲ୍ୟାଣ ବୋର୍ଡ଼ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବାସ ସିଂହ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ପାଣ୍ଡବ ଜେନା ଫାଉଣ୍ଡେସନର ଶ୍ରୀଯୁକ୍ତ ସନ୍ତୋଷ କୁମାର ପଣ୍ଡା, ବିଶିଷ୍ଟ ସମାଜସେବୀ ଶ୍ରୀମତୀ ସୁମିତ୍ରା ତ୍ରିପାଠୀ, ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବିରଞ୍ôଚ ନାରାୟଣ ମହାସୁପକାର, ଜିଲ୍ଲା ପରିଷଦ ଜଟଣୀ ଶ୍ରୀଯୁକ୍ତ ଅଜିତ ସାମନ୍ତରାୟ, ଭାରତୀୟ ସଫ୍ଟ ଟେନିସ କୋଚ୍ ଶ୍ରୀଯୁକ୍ତ ବିକାଶ ଚନ୍ଦ୍ର ପଟ୍ଟନାୟକ ଏବଂ ତୁଷାର ଚାରିଟେବୁଲ ଟ୍ରଷ୍ଟର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବିବେକାନନ୍ଦ ବାରିକ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଅନୁଷ୍ଠାନର ଦୁଇଟି ପ୍ରମୁଖ ସମ୍ମାନ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ପ୍ରାକ୍ତନ ସଚିବ ତଥା ବିଶିଷ୍ଟ ଓଡ଼ିଶୀ ଶିଳ୍ପୀ ଗୁରୁ ଡ. ବିଜୟ କୁମାର ଜେନାଙ୍କୁ ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ‘ଶତରୁପା ସଙ୍ଗୀତ ସମ୍ମାନ-୨୦୨୦’ ଏବଂ ଓଡ଼ିଶା ଭାଷା ସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ସାହ୍ୟିତିକ ଡ. ଲକ୍ଷ୍ମୀକାନ୍ତ ଖୁଣ୍ଟିଆଙ୍କୁ ‘ଶତରୁପା ସାହିତ୍ୟ ସମ୍ମାନ-୨୦୨୦’ ପ୍ରଦାନ କରାଯାଇଥଲା । ଏହା ସହିତ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତିତ୍ୱମାନଙ୍କୁ ସମ୍ମାନିତ କରାଯାଇଥିଲା । କବି ଚିତ୍ତରଞ୍ଜନ ମହାନ୍ତି, ବିମ୍ବାଧର ବାରିକ ଏବଂ ନର୍ମଦା ସାହୁଙ୍କୁ ‘ଶତରୁପା ପ୍ରତିଭା ସମ୍ମାନ-୨୦୨୦’, ଅଭିନେତ୍ରୀ ମମତା ଦାଶ, ନାଟ୍ୟ ନିର୍ଦ୍ଦେଶକ ଅବିନାଶ ଦଣ୍ଡାପଟ, ନୃତ୍ୟ ନିର୍ଦ୍ଦେଶକ ଅମିର ପତିଙ୍କୁ ‘ଶତରୁପା କଳାଶ୍ରୀ ସମ୍ମାନ-୨୦୨୦’, ସମାଜସେବା ପାଇଁ ଅର୍ଜୁନ ବେହେରା. ନିତ୍ୟାନନ୍ଦ ବେହେରା, ସସ୍ମିତା ପାତ୍ର, ଜୟନ୍ତ ଦାସ, ହରପ୍ରସାଦ ଦାସ ଓ ଶିଶିର କୁମାର ମହାପାତ୍ରଙ୍କୁ ‘ଶତରୁପା ସମାଜସେବା ସମ୍ମାନ-୨୦୨୦’ ପ୍ରଦାନ କରାଯାଇଥିଲା । ଅଭୟ କୁମାର ଦାସ, ଅରୁଣ କୁମାର ରାଉତ, ସୁଶାନ୍ତ ପଣ୍ଡାଙ୍କୁ ‘ଶତରୁପା ଯୁବ ସମ୍ବାଦିକ ସମ୍ମାନ-୨୦୨୦’, ତପନ କୁମାର ସ୍ୱାଇଁ, ସୁରେଶ କୁମାର ସ୍ୱାଇଁଙ୍କୁ ‘ଶତରୁପା ନାରଦ ସମ୍ମାନ-୨୦୨୦’, ଜିତେନ୍ଦ୍ର କୁମାର ଜେନାଙ୍କୁ ‘ଶତରୁପା କ୍ରୀଡ଼ାରତ୍ନ-୨୦୨୦’ ଏବଂ ଗୋପିନାଥ ସେଠୀଙ୍କୁ ‘ଶତରୁପା କ୍ରୀଡ଼ା ପ୍ରଶିକ୍ଷକ ସମ୍ମାନ-୨୦୨୦’ ପ୍ରଦାନ କରାଯାଇଥିଲା । ଏହି ସମାରୋହରେ ସଭାପତିତ୍ୱ କରିଥିଲେ ଗୌରଚନ୍ଦ୍ର ମହାପାତ୍ର । ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଗୋଲକ ବିହାରୀ ନାୟକ ଅତିଥିମାନଙ୍କୁ ସ୍ୱାଗତ କରିବା ସହିତ ଅନୁଷ୍ଠାନର ବିବରଣୀ ପାଠ କରିଥିଲେ । ସମାରୋହ ଅବସରରେ ଅନୁଷ୍ଠିତ କବିତା ପାଠ ସଂଯୋଜନା ଓ ମଞ୍ଚ ପରିଚାଳନା କରିଥିଲେ ଆକାଶବାଣୀର ଉପସ୍ଥାପିକା ନର୍ମଦା ଦାସ, ଭଜକୃଷ୍ଣ ମହାନ୍ତି ଓ ଅନୁଷ୍ଠାନର ସହ ସମ୍ପାଦକ କବି ପୂର୍ଣ୍ଣାନନ୍ଦ ମହାନ୍ତି । ଧନ୍ୟବାଦ ଅର୍ପଣ କରିଥିଲେ ଶ୍ୟାମଘନ ମହରଣା ।
ଅଭିନେତ୍ରୀ ମମତା ଦାଶଙ୍କୁ ଶତରୁପା କଳାଶ୍ରୀ ସମ୍ମାନ-୨୦୨୦

- Categories: Uncategorized, ଓଡ଼ିଶା, ମନୋରଞ୍ଜନ, ହୋମ୍
Related Content
୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବରତୃତୀୟସନ୍ଧ୍ୟା
by
Proprietor Abhimanyu Maharana
September 9, 2026
TPNODL launches ‘Solar Rath’ campaign in Baleshwar to accelerate rooftop solar adoption
by
Proprietor Abhimanyu Maharana
September 9, 2026
TPWODL Joins 3rd National Lok Adalat to Facilitate Resolution of Electricity Theft Cases
by
Proprietor Abhimanyu Maharana
September 9, 2026
ବିଦ୍ୟୁତ୍ ଚୋରି ମାମଲାର ସହଜ ସମାଧାନ ପାଇଁ ତୃତୀୟ ଜାତୀୟ ଲୋକ ଅଦାଲତରେ ସାମିଲ ହେଲା ଟିପିଡବ୍ଲୁଓଡିଏଲ୍
by
Proprietor Abhimanyu Maharana
September 9, 2026
ନୂଆ ଓଡ଼ିଆ ଚଳଚ୍ଚିତ୍ର "ଜଙ୍ଖ" ର ଟାଇଟିଲ ଘୋଷଣା
by
Proprietor Abhimanyu Maharana
September 9, 2026
ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା
by
Proprietor Abhimanyu Maharana
September 9, 2026