ମୋହନା ଓ ଅଡ଼ବା ପୁଲିସର କଡ଼ାକଡ଼ି ଯାଞ୍ଚ ଏବଂ ଜନ ସଚେତନତା

ଓଡ଼ିଶା ତାଜା ନ୍ୟୁଜ୍ (୦୬ ମଇ ଗୁରବାର ) ପାରଳାଖେମୁଣ୍ଡି :- ରାଜ୍ୟ ସରକାରଙ୍କ ୧୪ ଦିନିଆ ଲକ ଡ଼ାଉନକୁ କଡାକଡି ଭାବେ ପାଳନ କରିବା ପାଇଁ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ଓ ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ରଙ୍କ ନେତୁତ୍ଵରେ ପୁଲିସ ତତ୍ପର ହୋଇ ଉଠିଛି।ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କୁ ସଚେତନ କରିବା ଓ କରୋନାର ଦ୍ୱିତୀୟ ଲହରକୁ ରୋକ ଲଗାଇବା ଆପ୍ରାଣ ଉଦ୍ୟମ ଜାରି ରଖିଛି । ପ୍ରତ୍ୟେକ ଗ୍ରାମ ଓ ସାହି ଗୁଡିକୁ ଯାଇ କରୋନାର ଭୟାବହତା ସଂପର୍କରେ ଡାକବାଜି ଯନ୍ତ୍ରଦ୍ୱାରା ସଚେତନତା  କରାଯାଉଥିବା ଦେଖିବାକୁ ମିଳୁଛି ।

ବିଗତ ବର୍ଷର ଲକ ଡାଉନ ଅପେକ୍ଷା ଚଳିତ ବର୍ଷର ପ୍ରଥମ ଲକ ଡାଇନକୁ କଡାକଡ଼ି ପାଳନ କରି ରାଜରାସ୍ତାରେ ଗମନାଗମନ କରୁଥିବା ସମସ୍ତ ପ୍ରକାର ଗାଡିକୁ ଯାଞ୍ଚ କରାଯାଉଛି।ଅଞ୍ଚଳରେ ଲୋକେ ଭୟର ବାତାବରଣ ଭିତରେ ରହିଥିବା ଜଣାପଡୁଛି। ମୋହନା ବ୍ଳକରେ ମଧ୍ୟ ଦିନକୁ ଦିନ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏଣୁ ସତର୍କତା ଅବଲମ୍ବନ କରିବାକୁ ଜିଲ୍ଲା ପ୍ରସାଶନ ପକ୍ଷରୁ ସୂଚନା ବାର୍ତ୍ତା ଦିଆଯାଇଛି   (ରିପୋର୍ଟ – ଗୁରୁଡ଼ ଧ୍ଵଜ ଚୌଧୁରୀ )

Exit mobile version