ଜେ ବି କେମିକାଲ୍ସ ଆଣ୍ଡ୍‌ ଫାର୍ମାସ୍ୟୁଟିକାଲ୍‌ସ୍ ଲିମିଟେଡ୍ ପକ୍ଷରୁ ଭାରତରେ ନେଫ୍ରୋଲୋଜି କ୍ଷେତ୍ରରେ ପ୍ରବେଶ

ଓଡ଼ିଶା ତାଜା ନ୍ୟୁଜ୍ (୦୬ ମଇ ଗୁରବାର ) ଭୁବନେଶ୍ୱର :-  ଭାରତର ଅନ୍ୟତମ ଅଗ୍ରଣୀ ଫାର୍ମାସ୍ୟୁଟିକାଲ୍ କଂପାନି ଜେ ବି କେମିକାଲ୍ସ ଆଣ୍ଡ୍ ଫାର୍ମାସ୍ୟୁଟିକାଲ୍‌ସ୍ ଲିମିଟେଡ୍ (ଜେବିସିପିଏଲ୍‌) ରେନୋଭା ନାମକ ଏକ ଉତ୍ସର୍ଗୀକୃତ ଡିଭିଜନ୍ ଜରିଆରେ ଭାରତରେ ନେଫ୍ରୋଲୋଜି ବର୍ଗରେ ପ୍ରବେଶ କରିଥିବା ବିଷୟରେ ଘୋଷଣା କରିଛ । ଏହା କ୍ରନିକ୍ କିଡ୍‌ନି ରୋଗ ପାଇଁ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ସେବା ପ୍ରଦାନ କରିବା ଲାଗି ଉଦ୍ୟମ କରିବ । ଏହି ନୂଆ ଡିଭିଜନ୍ ସ୍ୱତନ୍ତ୍ର ଭାବେ କ୍ରନିକ୍ କିଡ୍‌ନି ରୋଗରେ ହାଇପର୍‌ ଟେନ୍‌ସନ୍ ଠାରୁ ଆରମ୍ଭ କରି ଶେଷ ପର୍ଯ୍ୟାୟ ରେନାଲ୍ ରୋଗ ପର୍ଯ୍ୟନ୍ତ ବ୍ୟାପକ ରେନାଲ୍ କେୟାର୍ ଉପରେ ଗୁରୁତ୍ୱାରୋପ କରିବ । ସିଲାକାର ଓ ନିକାର୍ଡିଆ ଭଳି ବ୍ରାଣ୍ଡ୍ ଜରିଆରେ ହାଇପର୍‌ଟେନ୍ସନ୍ କ୍ଷେତ୍ରରେ ଏକ ଅଗ୍ରଣୀ ସଂସ୍ଥା ହେବା ପରେ କଂପାନି ଏବେ କ୍ରନିକ୍ କିଡ୍‌ନି ରୋଗରେ ପୀଡ଼ିତ ରୋଗୀମାନଙ୍କ ଉପରେ ଗୁରୁତ୍ୱାରୋପ କରିଛି । ସମଗ୍ର ବିଶ୍ୱରେ କ୍ରନିକ୍ କିଡ୍‌ନି ରୋଗ (ସିକେଡି) ମୃତ୍ୟୁର ଅନ୍ୟତମ ପ୍ରମୁଖ କାରଣ ଭାବେ ଉଭା ହୋଇଛି ଓ ଗ୍ଲୋବାଲ୍ ଡିଜିଜ୍ ବର୍ଡନ୍‌ ରିପୋର୍ଟ ୨୦୧୫ ଅନୁସାରେ ଏହା ହେଉଛି ମୃତ୍ୟୁର ଏକ ସାଧାରଣ କାରଣ ।

୧୦ ବର୍ଷ ଭିତରେ ଏଥିପାଇଁ ମୃତ୍ୟୁ ହାର ୩୭.୧% ବଢ଼ିଛି । ଭାରତରେ ସିକେଡିର ମାତ୍ରା ଆକଳନ କରାଯାଇନାହିଁ, କିନ୍ତୁ ପ୍ରତି ଏକ ନିୟୁତ ଜନସଂଖ୍ୟାରେ ୮୦୦ ଲୋକ ଏଥିରେ ପୀଡ଼ିତ ଥିବା ଅନୁମାନ କରାଯାଉଛି ଏବଂ ପ୍ରତି ଏକ ନିୟୁତରେ ଶେଷ ପଯ୍ୟାୟରେ ରେନାଲ୍ ରୋଗରେ ପୀଡ଼ିତ ରୋଗୀ ସଂଖ୍ୟା ୧୫୦-୨୦୦ ହେବ । ମାତ୍ର ଦୁର୍ଭାଗ୍ୟର ବିଷୟରେ ହେଉଛି କିଛି ହାତଗଣତି ସିକେଡି ରୋଗୀ ନେଫ୍ରୋଲୋଜିଷ୍ଟମାନଙ୍କ ପାଖରେ ପହଂଚୁଛନ୍ତି ଏବଂ ଅଧିକାଂଶ ରୋଗର ଶେଷ ପର୍ଯ୍ୟାୟରେ ଆସୁଛନ୍ତି । ତେଣୁ ଏହି କ୍ଷେତ୍ର ପ୍ରତି ତୁରନ୍ତ ହସ୍ତକ୍ଷେପ ଜରୁରୀ । “ହାଇପର୍‌ଟେନ୍‌ସନ୍ କ୍ଷେତ୍ରର ଏକ ଅଗ୍ରଣୀ ସଂସ୍ଥା ଭାବେ ଆମେ ଜାଣିଛୁ ଯେ କ୍ରନିକ୍ କିଡ୍‌ନି ରୋଗ ହେଉଛି ଦେଶର ଏକ ପ୍ରମୁଖ ସମସ୍ୟା ଏବଂ ଏହି ସଂଖ୍ୟା ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଉଛି । ସିକେଡି ସମ୍ପର୍କିତ ହାଇପର୍‌ଟେନ୍‌ସନ୍ ମାମଲା ବୃଦ୍ଧି ପାଉଛି ଓ ଆମର ବିଶ୍ୱାସ ରହିଛି ଯେ ଏହି ଅଭିଯାନ ସିକେଡି ରୋଗୀମାନଙ୍କ ପୂରଣ ହୋଇପାରୁନଥିବା ଆବଶ୍ୟକତାକୁ ପୂରଣ କରିବାରେ ଆମକୁ ସହାୟକ ହେବ ବୋଲି ଶ୍ରୀଯୁକ୍ତ ନିଖିଲ ଚୋପ୍ରା, ସିଇଓ ଓ ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ, ଜେ ବି କେମିକାଲ୍ସ ଆଣ୍ଡ୍ ଫାର୍ମାସ୍ୟୁଟିକାଲ୍ସ୍‌ ଲିମିଟେଡ୍ କହିଛନ୍ତି ।’’ “ଜେବିସିପିଏଲ୍ ରୋଗୀଙ୍କ ବର୍ଦ୍ଧିତ ଆବଶ୍ୟକତା ପୂରଣ କରିବାକୁ ପ୍ରତିବଦ୍ଧ ଓ ଉତ୍ସର୍ଗୀକୃତ ନେଫ୍ରୋଲୋଜି ଡିଭିଜନ୍ ତାହାର ଏକ ପ୍ରମାଣ । ଏହି ଡିଭିଜନ୍ ଆରମ୍ଭ ହେବା ସହିତ ଆମେ ସିକେଡି ବିଷୟରେ ସଚେତନତା ସୃଷ୍ଟି କରିବା କାର୍ଯ୍ୟ ଜାରି ରଖିବୁ ଏବଂ ରୋଗୀମାନଙ୍କୁ ଶୀଘ୍ର ଡାକ୍ତରଙ୍କ ନିକଟରେ ପହଂଚାଇବୁ ବୋଲି ସେ କହିଛନ୍ତି ।

Exit mobile version