ରାଜ୍ୟରେ ଲକ୍ ଡାଉନ୍ ସମୟରେ ଅମାନିଆଙ୍କ ଠାରୁ ; କୋଭିଡ ନିୟମ ଉଲଂଘନକାରୀଙ୍କ ଠାରୁ ୧୫ କୋଟିରୁ ଅଧିକ ଟଙ୍କା ଫାଇନ୍ ଆଦାୟ : ପୁଲିସ ଡିଜି

ଓଡ଼ିଶା ତାଜା ନ୍ୟୁଜ୍ (୦୬ ମଇ ଗୁରବାର ) ଭୁବନେଶ୍ୱର :- ସାରା ରାଜ୍ୟରେ ଲକ୍ ଡାଉନ୍ ସମୟରେ ଅମାନିଆ ତଥା କୋଭିଡ ନିୟମ ଉଲଂଘନକାରୀଙ୍କ ଠାରୁ ୧୫ କୋଟିରୁ ଅଧିକ ଟଙ୍କା ଫାଇନ୍ ଆଦାୟ କରାଯାଇଛି ବୋଲି ପୁଲିସ ଡିଜି ଅଭୟ ପ୍ରେସମିଟ୍ ରେ କହିଛନ୍ତି । ସେ କହିଛନ୍ତି ଯେ, କିଛି ନିୟମ ଉଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଛି । ମାକ୍ସ ନଥାଇ ଗାଡି ଚାଳନା ପାଇଁ ୬କୋଟି ୩୪ ଲକ୍ଷ ଟଙ୍କା ଆଦାୟ କରାଯାଇଛି । ସେହିଭଳି ସାମାଜିକ ଦୂରତା ନଥାଇ ଓ ଅନାବଶ୍ୟକୀୟ ଗାଡି ଚାଳନା ପାଇଁ ୮ କୋଟି ୨୯ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି ।

ଏହି ସମୟରେ ୨୧ ହଜାର ୪୦୦ ଗାଡି ଜବତ କରାଯାଇଛି । ୫୫୩ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି  । ସେହିଭଳି ୧୬୩୨ ଟି ଅବକାରୀ କେସ୍ ମଧ୍ୟ ରୁଜୁ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ଓଡିଶା ଫେରୁଥିବା ପ୍ରବାସୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ଅଭିଯୋଗ ଜଣାଇବା ପାଇଁ ପ୍ରତି ଥାନାର ଫୋନ ନମ୍ବର ସର୍ବଜନୀନ କରାଯାଇଛି । କେସ୍ ରୁଜୁ ପାଇଁ ଫୋନ କରି ଅଭିଯୋଗ ଜଣାନ୍ତୁ। ପୁଲିସ ଘରକୁ ଯାଇ ଅଭିଯୋଗ ଶୁଣିବ ବୋଲି ସେ କହିଛନ୍ତି ।

Exit mobile version