ଇଏସ୍‌ଏଲ୍ ଷ୍ଟିଲ୍ ଲିମିଟେଡ଼ ପକ୍ଷରୁ କୋଭିଡ୍‌-୧୯ ବିରୋଧୀ ଲଢେଇରେ ଅମ୍ଳଜାନ ଯୋଗାଣ

ଓଡ଼ିଶା ତାଜା ନ୍ୟୁଜ୍ (୦୬ ମଇ ଗୁରବାର ) ଭୁବନେଶ୍ୱର :- ବେଦାନ୍ତ ଗ୍ରୁପ୍‌ରେ ଏକ ରାଷ୍ଟ୍ରୀୟ ଇସ୍ପାତ ଉତ୍ପାଦନକାରୀ, ଇଏସ୍‌ଏଲ୍ ଷ୍ଟିଲ୍‌ ଲିମିଟେଡ୍ ଏମ୍‌ଓଏଚ୍‌ଏଫ୍‌ଡବ୍ଲ୍ୟୁ ଓ ଇସ୍ପାତ ମନ୍ତ୍ରଣାଳୟର ଆବଶ୍ୟକତା ଆଧାରରେ ତରଳ ଚିକିତ୍ସକୀୟ ଅମ୍ଳଜାନ ଯୋଗାଣ ପାଇଁ ବୋକାରୋ ନିକଟସ୍ଥ ସିୟାଲିଜୋର୍‌ଠାରେ ଏହାର ପ୍ଲାଂଟ୍‌କୁ ପଞ୍ଜୀକୃତ କରିଛି । ବେଦାନ୍ତ ଗ୍ରୁପ୍ କୋଭିଡ୍‌-୧୯ ମହାମାରୀର ୨ୟ ଲହରର ମୁକାବିଲା କରିବା ପାଇଁ ନିଜର ପ୍ରୟାସ ମାଧ୍ୟମରେ ଯୋଗଦାନ ଦେବା ଲାଗି ସରକାରଙ୍କ ଅଭିଯାନଗୁଡିକ ସହିତ ଜଡିତ ହୋଇଛି । ଅନ୍ୟାନ୍ୟ ଗ୍ରୁପ୍ କମ୍ପାନୀଗୁଡିକ ଭଳି ଇଏସ୍‌ଏଲ୍ ଷ୍ଟିଲ୍ ଲିମିଟେଡ୍ ମଧ୍ୟ ନିଜର ବେଦାନ୍ତ କେୟାର୍ ଅଭିଯାନର ଅଂଶ ଭାବେ କୋଭିଡ୍‌-୧୯ ରୋଗୀମାନଙ୍କୁ ଅମ୍ଳଜାନ ଯୋଗାଣ ବୃଦ୍ଧି କରିବା ଲାଗି ଆଗକୁ ଆସିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଇସ୍ପାତ ମନ୍ତ୍ରଣାଳୟ ଦ୍ୱାରା ଶୀଘ୍ର ଅମ୍ଳଜାନ ଆବଂଟନ ପାଇଁ ଇଏସ୍‌ଏଲ୍ ପ୍ଲାଂଟ୍‌ରେ ଏକ ଗ୍ରୀନ୍ କରିଡର୍ ମାଧ୍ୟମରେ ତରଳ ଅମ୍ଳଜାନ ଡେଲିଭର କରିବାକୁ ପ୍ରତିବଦ୍ଧ ରହିଛି । ଇଏସ୍‌ଏଲ୍ ପଞ୍ଜାବ, ବିହାର ଓ ଝାଡଖଣ୍ଡରେ ଗୁରୁତର ରୋଗୀମାନଙ୍କ ପାଇଁ ଅମ୍ଳଜାନ କଂଟେନର୍‌ର ଶୀଘ୍ର ଯୋଗାଣ କରି ଲୋକଙ୍କ ଜୀବନ ବଂଚାଇବାରେ ସାହାଯ୍ୟ କରୁଛି ।

ଏହି ଅବସରରେ ଇଏସ୍‌ଏଲ୍ ଷ୍ଟିଲ୍ ଲିମିଟେଡ୍‌ର ସିଇଓ ଏନ୍‌.ଏଲ୍ ଭାତେ କହିଛନ୍ତିଯେ, “ଆମେ ତରଳ ଅମ୍ଳଜାନ ଯୋଗାଣ ପାଇଁ ଆମର ପ୍ଲାଂଟ୍‌କୁ ପଞ୍ଜୀକୃତ କରାଇଛୁ । ଆମେ ଇସ୍ପାତ ମନ୍ତ୍ରଣାଳୟର ଆବଶ୍ୟକତା ଅନୁସାରେ ପ୍ରତିଦିନ ଅମ୍ଳଜାନ ଯୋଗାଣ କରିବା ପାଇଁ ପ୍ରତିବଦ୍ଧ ରହିଛୁ । ଆମେ ଏହି ମହାମାରୀ ବିରୋଧରେ ଲଢିବା ପାଇଁ ସରକାରଙ୍କୁ ସବୁସମ୍ଭବ ମାଧ୍ୟମରେ ସାହାଯ୍ୟ କରିବା ପାଇଁ ପ୍ରତିବଦ୍ଧ ରହିଥିବା ବେଳେ ସରକାରଙ୍କ ଆବଶ୍ୟକତା ଅନୁସାରେ ସମସ୍ତ ସୁବିଧା ପ୍ରଦାନ କରିବୁ ।” ଘରୋଇ କ୍ଷେତ୍ରର ଇସ୍ପାତ ନିର୍ମାତାମାନେ ଦେଶର ବିଭିନ୍ନ ଭାଗକୁ କରୋନା ରୋଗୀଙ୍କର ଚିକିତ୍ସା ପାଇଁ ବର୍ତମାନ ସୁଦ୍ଧା ୧.୪୩ ମେଟ୍ରିକ୍ ଟନ୍‌ର ଲିକ୍ୱିଡ୍ ମେଡିକାଲ ଅକ୍ସିଜେନ୍ ଯୋଗାଣ କରିଛନ୍ତି ।

ଅଧିକ ଅମ୍ଳଜାନର ଆବଶ୍ୟକତା ପଡୁଥିବାରୁ ଅଧିକ ଷ୍ଟିଲ୍ କମ୍ପାନୀଗୁଡିକୁ କୋଭିଡ୍‌-୧୯ ରୋଗୀମାନଙ୍କର ଚିକିତ୍ସା ପାଇଁ ମେଡିକାଲ ଅକ୍ସିଜେନ୍ ଯୋଗାଣ କରିବାକୁ ଆଗକୁ ଆସିଛନ୍ତି । ଇଏସ୍‌ଏଲ୍ ଷ୍ଟିଲ୍ ଲିମିଟେଡ୍ ମହାମାରୀରୁ ନିଜର କର୍ମଚାରୀମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଏହାର ପ୍ଲାଂଟ୍‌ରେ ସମସ୍ତ ପ୍ରକାରର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛି । ଏହା ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ନିଜ ପ୍ଲାଂଟ୍ ଓ ସମସ୍ତ କାର୍ଯ୍ୟାଳୟ ପରିସରଗୁଡିକରେ ପର୍ଯ୍ୟାୟକ୍ରମେ ସାନିଟାଇଜେଶନ୍ କରାଉଛି । କମ୍ପାନୀ କୋଭିଡ୍‌- ୧୯ ଓ ଏଥିରୁ ସୁରକ୍ଷିତ ରହିବା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ନିଜ କାରଖାନାର ଆଖପାଖରେ ଥିବା ସମୁଦାୟଗୁଡିକରେ କ୍ୟାମ୍ପ୍‌ର ଆୟୋଜନ କରିବା ସହିତ ସାନିଟାଇଜେଶନ କରାଉଛି । ଏହା କୋଭିଡ୍‌-୧୯ ମହାମାରୀରୁ ନିଜର କର୍ମଚାରୀ ଓ ସେମାନଙ୍କର ପରିବାରଗୁଡିକୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିବଦ୍ଧ ରହିଛି ।

Exit mobile version