କରୋନା ସଙ୍କଟ ଦେଇ ଗତି କରୁଛି ସାରା ଦେଶ

ଓଡ଼ିଶା ତାଜା ନ୍ୟୁଜ୍ (୦୬ ମଇ ଗୁରବାର ) ନୂଆଦିଲ୍ଲୀ :- କରୋନା ସଙ୍କଟ ଦେଇ ଗତି କରୁଛି ସାରା ଦେଶ । ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି କରୋନାର ଦ୍ଵିତୀୟ ଲହରୀ । ଘାତକ ହେଉଛି ନୂଆ ମ୍ୟୁଟାଣ୍ଟ। ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪ ଲକ୍ଷ ୧୨ ହଜାର ୬୧୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ୩ ହଜାର ୯୮୨ ଲୋକଙ୍କ ଜୀବନ ନେଇଛି କରୋନା ।

କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁଯାୟୀ, ୧୨ଟି ରାଜ୍ୟରେ ୧ ଲକ୍ଷରୁ ଅଧିକ କରୋନା ଆକ୍ଟିଭ୍ ଥିବା ବେଳେ ୭ଟି ରାଜ୍ୟରେ ୫୦ ହଜାରରୁ ଅଧିକ, ଏବଂ ୧୭ଟି ରାଜ୍ୟରେ ୫୦ ହଜାରରୁ କମ୍ ଆକ୍ଟିଭ୍ କେସ୍ ରହିଛି ।

ସେପଟେ ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦ ହଜାର ୯୬୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୧୧ ଜଣଙ୍କ ମୃତ୍ୟୁ ଘଟିଛି। ଦିଲ୍ଲୀରେ ସଂକ୍ରମଣ ହାର ୨୬ ପ୍ରତିଶତରୁ ଅଧିକ ରହିଛି। ଦିଲ୍ଲୀରେ ମୋଟ ମୃତକଙ୍କ ସଂଖ୍ୟା ୧୮ ହଜାର ପାର କରିଛି। ସେପଟେ ବର୍ଦ୍ଧିତ ସଂକ୍ରମଣ ଉଭୟ ଦିଲ୍ଲୀବାସୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ବେଳେ ଅକ୍ସିଜେନ ଓ ବେଡ୍ ସମସ୍ୟା ବର୍ତ୍ତମାନ ସମୟରେ ଏକ ବଡ଼ ସଙ୍କଟ ହୋଇ ଉଭା ହୋଇଛି ।

Exit mobile version