ଢେଙ୍କାନାଳ ମୁଖ୍ୟ ରାସ୍ତା କଡ଼ରେ ଥିବା ମାଣିପୁର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରୁ – ଚୋରି

ଓଡ଼ିଶା ତାଜା ନ୍ୟୁଜ୍ (୦୬ ମଇ ଗୁରବାର ) ଢେଙ୍କାନାଳ :- ଜିଲ୍ଲା ମୁଖ୍ୟ ରାସ୍ତା କଲେଜ ରୋଡ୍ କଡ଼ରେ ଥିବା ମାଣିପୁର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟର କବାଟ ତାଲା ଭାଙ୍ଗି ସବୁ ଲୁଟି ନେଇଛନ୍ତି ରୋର। ଘଟଣାକୁ ନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୂଚନା ମୁତାବକ, ସକାଳୁଆ ଅଫିସ୍ ନିମନ୍ତେ ଆଜି କିଛି କର୍ମଚାରୀ ଯେତେବେଳେ ନୀରିକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଲେ, ଦେଖିବାକୁ ପାଇଲେ କାର୍ଯ୍ୟାଳୟର ମୁଖ୍ୟ କବାଟ ତାଲା ଭଙ୍ଗାହୋଇ ଖୋଲା ହୋଇଛି ।

ଭିତରେ ଥିବା ଆସବାବ ପତ୍ର, ଯନ୍ତ୍ରପାତି, କମ୍ପ୍ୟୁଟର, ଇଲେକ୍ଟ୍ରି ବଲ୍, ଟଙ୍କା ଏବଂ ଅନ୍ୟାନ୍ୟ ଦରକାରୀ କାଗଜପତ୍ର ସବୁ ଲୁଟି ନେଇଛନ୍ତି। ଖବରପାଇ ଘଟଣାସ୍ଥଳରେ ସଦର ତହସିଲଦାର ଏବଂ ଟାଉନ୍ ପୋଲିସ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ। ଏହି ଘଟଣାକୁ ନେଇ ମାଣିପୁର ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ ଟାଉନ୍ ଥାନାରେ ଲିଖିତ ଅଭିଯୋଗ ହୋଇଛି ବୋଲି ସୂଚନା ଦେଇଛନ୍ତି। (ରିପୋର୍ଟ୍, ଅମର ରଞ୍ଜନ ଦାସ)  

Exit mobile version