ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର 2020 :- ଶକ୍ତି, ଶିଳ୍ପ, ଏମ୍ଏସ୍ଏମ୍ଇ, ଗୃହ ମନ୍ତ୍ରୀ କ୍ୟା ପ୍ଟେନ୍ ଦିବ୍ୟ ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଦୁ୍ୟତ ଦୁର୍ଘଟଣା ଏଡ଼ାଇବା, ଶକ୍ତି ସରବରାହରେ ସୁଧାର ଆଣିବା, ଜନସାଧାରଣଙ୍କୁ ବିଦୁ୍ୟତ ବି ପଦ ପ୍ରତି ସଚେତନ କରିବା ଆଦି ବିଷୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଣିକି ପ୍ରତ୍ୟେକ ନିର୍ବାହୀ ମନ୍ତ୍ରୀଙ୍କ କାଯ୍ୟାଳୟରେ ନିରା ପତ୍ତା ସୂଚନା ସ୍ଥାପନ କରାଯିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏଥିରେ ଦୁର୍ଘଟଣାର ମାତ୍ରା ଅନୁଯାୟୀ କିଏ ଦାୟୀ ରହିବେ ତାହା ଉଲ୍ଲେଖ ରହିବ । ଏହାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯିବାକୁ ମନ୍ତ୍ରୀ ତାଗିଦ୍ କରିଥିଲେ । ଆସନ୍ତା ୪ ତାରିଖରେ ଶକ୍ତି ବିଭାଗ ‘ମୋ ସରକାର’ ଅଧୀନକୁ ଆସୁଥିବା ପରିେ ପ୍ରକ୍ଷୀରେ ଏହା ଉ ପଭୋକ୍ତା ତଥା ସାଧାରଣ ଜନତାଙ୍କ ନିମନ୍ତେ ଜାଣିବା ଆବଶ୍ୟକ ବୋଲି ସୂଚନା ଦିଆଯାଇଛି । ଏଥି ସହିତ ମନ୍ତ୍ରୀ ନିକଟରେ ଗଞ୍ଜାମ ଜିଲ୍ଲାରେ ଘଟିଥିବା ବିଦୁ୍ୟତ ଦୁର୍ଘଟଣା ପରେ ରାଜ୍ୟସାରା ବିଦୁ୍ୟତ ସେବା କ୍ଷେତ୍ରରେ ଥିବା ତ୍ରୁଟି ସୁଧାରିବା କାର୍ଯ୍ୟର ଅଗ୍ରଗତି ସଂ ପର୍କରେ ବିଦୁ୍ୟତ ବଣ୍ଟନ କମ୍ପାନୀ ଓ୍ୱାରୀ ସମୀକ୍ଷା କରିଥିଲେ । ସେ ମଧ୍ୟ ଗତ ତିତ୍ଲି, ଫନୀ, ହୁଡ଼୍ହୁଡ଼୍ ସମୟରେ ବିଭିନ୍ନ ବିଦୁ୍ୟତ ବଣ୍ଟନ କମ୍ପାନୀ ଗୁଡ଼ିକୁ ପ୍ରଦାନ କରାଯାଇଥିବା ଅର୍ଥର ସଂପୂର୍ଣ୍ଣ ବିନିଯୋଗ ନହୋଇ ପଡ଼ି ରହିଥିବା ଅର୍ଥକୁ ପ୍ରଥମେ ଏହି ତ୍ରୁଟି ସୁଧାରିବା କାର୍ଯ୍ୟରେ ବିନିଯୋଗ କରି ତା’ର ହିସାବ ଦେବାକୁ କହିଥିଲେ । ତଳକୁ ଝୁଲି ରହୁଥିବା ବିଜୁଳି ତାରକୁ ନିର୍ଦ୍ଧାରିତ ଉଚ୍ଚତାରେ ଲଗାଇବା ପାଇଁ ଆବଶ୍ୟକ ମଧ୍ୟବର୍ତ୍ତୀ ଖୁଣ୍ଟ ଲଗାଇବା, ବିଦୁ୍ୟତ ପରିବାହକଗୁଡ଼ିକରେ ପରିବର୍ତ୍ତନ, ହାତୀ କରିଡରଗୁଡ଼ିକରେ ବିଦୁ୍ୟତ ସରବରାହକୁ ସୁସଂଜତ କରିବା, ଦୀନଦୟାଲ୍ ଉ ପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା କେନ୍ଦ୍ରଗୁଡ଼ିକର ଉନ୍ନତିକରଣ, ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ନିକଟରୁ ଟ୍ରାନ୍ସଫରମର୍ ସ୍ଥାନାନ୍ତରଣ, ରାସ୍ତା ଉ ପର ଦେଇ ଅତିକ୍ରମ କରିଥିବା ବିଦୁ୍ୟତ ତାର ଉଚ୍ଚତା ବୃଦ୍ଧି ଏବଂ ସୁରକ୍ଷା ବେଷ୍ଟନୀ, ସବ୍ଷ୍ଟେସନ୍ଗୁଡ଼ିକୁ ତାରବାଡ଼ ଦେଇ ଆବଦ୍ଧ କରିବା ଆଦି କାର୍ଯ୍ୟଗୁଡ଼ିକର ଅଗ୍ରଗତି ସମୀକ୍ଷା କରାଯାଇଥିଲା । ବୈଠକରେ ସମସ୍ତ ପ୍ରଶାସନିକ ଅଧିକାରୀ ନିଜ ଅଧୀନରେ ଥିବା ବିନିଯୋଗ ନହୋଇ ପଡ଼ି ରହିଥିବା ଅର୍ଥରାଶିର ହିସାବ ତୁରନ୍ତ ପ୍ରମୁଖ ଶାସନ ସଚିବଙ୍କୁ ଜଣାଇବାକୁ କୁହାଯାଇଛି । ସେହ ପରି ଜନସାଧାରଣଙ୍କ ଅବଗତି ସକାଶେ ବିଦୁ୍ୟତ ଦୁର୍ଘଟଣାକୁ ଏଡାଇ ଜୀବନ ରକ୍ଷା କରିବାର କେତେକ ଜାଣିବା କଥା ଭିଡ଼ିଓ ମାଧ୍ୟମରେ ସୋସିଆଲ୍ ମିଡ଼ିଆ, ଲୋକାଲ୍ ଟିଭିଗୁଡ଼ିକ ମାଧ୍ୟମରେ ପ୍ରଚାର କରିବା, ପ୍ରତି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ବ୍ୟାନର ଲଗାଇ ଲୋକଙ୍କୁ ଜଣାଇବାକୁ କୁହାଯାଇଛି । ତା’ଛଡ଼ା ପ୍ରତି ମାସର ୫ ତାରିଖ ମଧ୍ୟରେ ସମସ୍ତ ପ୍ରଶାସନିକ ଅଧିକାରୀମାନେ ତାଙ୍କର କାର୍ଯ୍ୟ ସଂପାଦନ ବିବରଣୀ ପ୍ରମୁଖ ଶାସନ ସଚିବଙ୍କୁ ପ୍ରଦାନ କରିବାକୁ କୁହାଯାଇଛି । ଏହି ବୈଠକରେ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁ ପଦ ସେଠୀ, ଓଏସ୍ଆଇସିର ଅଧ୍ୟକ୍ଷ ଶ୍ରୀ ଚିନମୟ ସ୍ୱାଇଁ, ଅତିରିକ୍ତ ଶାସନ ସଚିବ ଶ୍ରୀ ପି.କେ. ଶତ ପଥୀ, ସ୍ୱତନ୍ତ୍ର ସଚିବ ଏସ୍.କେ. ସ୍ୱାଇଁ, ନିର୍ବାହୀ ନିର୍ଦ୍ଦେଶକ, ଗ୍ରୀଡ଼୍କୋ, ଆଶିଷ ଈଶ୍ୱର ପାଟିଲ୍ଙ୍କ ସମେତ ସମସ୍ତ ବିଦୁ୍ୟତ ବିତରଣ କମ୍ପାନୀର ପ୍ରାଧିକୃତ ଅଧିକାରୀ ପ୍ରମୁଖ କମ୍ପାନୀ ଗଦେଇଥିଲେ ।
ଶକ୍ତିମନ୍ତ୍ରୀଙ୍କ ଦ୍ୱାରା ଉଚ୍ଚସ୍ତରୀୟ ବୈଠକ : ବିଦୁ୍ୟତ ବ୍ୟବସ୍ଥାରେ ତ୍ୱରିତ ତ୍ରୁଟି ସୁଧାରିବାକୁ ନିର୍ଦ୍ଦେଶ

- Categories: Uncategorized, ଓଡ଼ିଶା, ହୋମ୍
Related Content
୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବରତୃତୀୟସନ୍ଧ୍ୟା
by
Proprietor Abhimanyu Maharana
September 9, 2026
TPNODL launches ‘Solar Rath’ campaign in Baleshwar to accelerate rooftop solar adoption
by
Proprietor Abhimanyu Maharana
September 9, 2026
TPWODL Joins 3rd National Lok Adalat to Facilitate Resolution of Electricity Theft Cases
by
Proprietor Abhimanyu Maharana
September 9, 2026
ବିଦ୍ୟୁତ୍ ଚୋରି ମାମଲାର ସହଜ ସମାଧାନ ପାଇଁ ତୃତୀୟ ଜାତୀୟ ଲୋକ ଅଦାଲତରେ ସାମିଲ ହେଲା ଟିପିଡବ୍ଲୁଓଡିଏଲ୍
by
Proprietor Abhimanyu Maharana
September 9, 2026
ନୂଆ ଓଡ଼ିଆ ଚଳଚ୍ଚିତ୍ର "ଜଙ୍ଖ" ର ଟାଇଟିଲ ଘୋଷଣା
by
Proprietor Abhimanyu Maharana
September 9, 2026
ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା
by
Proprietor Abhimanyu Maharana
September 9, 2026