ଚୌଦ୍ୱାର ପୁଲିସ; ଚୋରା ମଦ ବିପୁଳ ପରିମାଣର ଜବତ – ୱାଗନର ଗାଡ଼ିକୁ ପୁଲିସ ଜବତ – ଜଣେ ଅଟକ

ଓଡ଼ିଶା ତାଜା ନ୍ୟୁଜ୍ ( ୦୫ ମେ , ବୁଧବାର ) ଚୌଦ୍ୱାର :- ଚୌଦ୍ୱାର ପୁଲିସ ତରଫରୁ ରାତ୍ର ପେଟ୍ରୋଲିଂକୁ ଜୋରଦାର କରାଯାଇଥିବା ବେଳେ ଚୋରା ମଦ ନେଇ ଯାଉଥିବା ଏକ ୱାଗନର ଗାଡ଼ିକୁ ପୁଲିସ ଜବତ କରିବା ସହିତ ସେଥିରେ ଥିବା ବିପୁଳ ପରିମାଣର ଚୋରା ବିଦେଶୀ ଓ ଦେଶୀ ମଦ ଜବତ କରିଛି ।

ମଦ ନେଇ ଯାଉଥିବା ନୂଆ ପାଟଣା ଗ୍ରାମର ଦୀପକ ଦାସକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରୀ ରହିଛି । ପୁଲିସ ସୁତ୍ରରୁ ପ୍ରକାଶ ଯେ ଚୌଦ୍ୱାର ପୁଲିସ ଟିମ୍‍ ପେଟ୍ରୋଲିଂରେ ଯାଇଥିବା ବେଳେ ଏକ ଗାଡ଼ିରେ ଚୋରାମଦ ଯାଉଥିବା ଖବର ପାଇ ଉକ୍ତ ଗାଡ଼ିର ପିଛା କରିବା ସହିତ ତାକୁ ଅଟକାଇ ଯାଞ୍ଚ କରିବାରେ ସେଥିରେ ୧୨୦ ବୋତଲ ବିଦଶୀ ଓ ୨୦ ଲିଟର ଦେଶୀ ମଦ ଥିବା ଦେଖିବାକୁ ପାଇଥିଲେ । ଜବତ ୱାଗନରକୁ ଥାନାରେ ଅଟକ ରଖା ଯାଇଛି । (ରିପୋର୍ଟ ରଶ୍ମିତା ମହାପାତ୍ର)

Exit mobile version