ଟିଣ କୁଡ଼ିଆ ଘରୁ ପରିତ୍ୟକ୍ତ ଅବସ୍ଥାରେ ତହସିଲ ପିଅନଙ୍କ ମୃତ ଦେହ ଉଦ୍ଧାର

ଓଡ଼ିଶା ତାଜା ନ୍ୟୁଜ୍ (୦୫ ମଇ ବୁଧବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଖ୍ରୀଷ୍ଟିୟାନ ସାହି ନିକଟସ୍ଥ ଏକ ଟିଣ କୁଡ଼ିଆ ଘରୁ ତହସିଲ ପିଅନଙ୍କ ମୃତ ଦେହ ଉଦ୍ଧାର କରିଛି ଆର.ଉଦୟଗିରି ପୋଲିସ ତେବେ ସୂଚନା ପ୍ରକାରେ ମୃତ ବ୍ୟକ୍ତି ଜଣକ ଗଞ୍ଜାମ ଜିଲ୍ଲା ଆସିକା ଅନ୍ତ୍ରଗତ ବାଲିସିରା ନିକଟସ୍ଥ କମାଗଡ଼ ଗ୍ରାମର ହୃଷିକେଶ ମିଶ୍ର ପୂର୍ବରୁ ସେ ଆର.ଉଦୟଗିରି ନିକଟସ୍ଥ ରାମଗିରି ଏବଂ ମଙ୍ଗରାଜପୁରରେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ପିଅନ ଥିବାବେଳେ ବର୍ତ୍ତମାନ କିଛିଦିନ ହେଲା ସେ ଆର.ଉଦୟଗିରି ତହସିଲ କାର୍ଯ୍ୟାଳୟରେ ପିଅନ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ହଟାତ ଆଜି ମୃତ ବ୍ୟକ୍ତି ଜଣକ କାର୍ଯ୍ୟାଳୟରେ ନିଜର ଦାୟିତ୍ୱ ସାରି କୌଣସି ଏକ କାମରେ ଖ୍ରୀଷ୍ଟିୟାନ ସାହି ଉପରକୁ ଯାଇ ଆଉ ଫେରିନଥିଲେ

ତେବେ ଖ୍ରୀଷ୍ଟିୟାନ ସାହି ଉପର ଲାଇନରେ ଏକ ଟିଣ କୁଡ଼ିଆ ଘରୁ ତହସିଲ ପିଅନଙ୍କ ମୃତ ଦେହକୁ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ ସୂଚନା ପାଇ ଘଟଣା ସ୍ଥଳକୁ ଆର.ଉଦୟଗିରି ତହସିଲଦାର ସ୍ମୁତି ରଞ୍ଜନ ଶତପଥି ଓ ଆର.ଉଦୟଗିରି ଥାନା ଏସଆଇ ମୁକେଶ ଲାକ୍ରା ଏବଂ ହେମନ୍ତ ସେଠି ପହଞ୍ଚି ଶବକୁ ଜବତ କରିବା ସହ ଶବ ବ୍ୟବେଛେଦ ପାଇଁ ପାରଳାଖେମୁଣ୍ଡି ପଠାଯାଇଥିଲା । ତେବେ ଦିର୍ଘଦିନ ଧରି ଆର.ଉଦୟଗିରି ଖ୍ରୀଷ୍ଟିୟାନ ସାହି ଉପରେ ଚୋରା ଦେଶି ମଦ କାରବାର ବୃଦ୍ଧି ପାଉଥିବା ହେତୁ ଅକାଳରେ ବହୁ ଲୋକଙ୍କ ଜିବନ ଦିପ ଲିଭି ଯାଉଛି । ଆର.ଉଦୟଗିରିରେ ଥିବା ସରକାରି ଦେଶି ମଦ ଭାଟି ବନ୍ଦ ରହିଥିବାବେଳେ କେଉଁ ଆଡୁ ଆର.ଉଦୟଗିରିରେ ଦେଶି ଚୋରା ମଦ ବିକ୍ରି ହେଉଛି ତାହାକୁ ନେଇ ଏବେ ସାଧରଣରେ ବହୁ ପ୍ରଶ୍ନବାଚି ସୃଷ୍ଟି କରୁଛି (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version