ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ କରୋନା ଯୋଦ୍ଧା ଘୋଷଣା ସହ ସୁରକ୍ଷା ନେଇ ଦାବିପତ୍ର

ଓଡ଼ିଶା ତାଜା ନ୍ୟୁଜ୍ (୦୫ ମଇ ବୁଧବାର )କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଭିନ୍ନ ପ୍ରଶାସନିକ ସହାୟତା ନେଇ ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ସ୍ଥାନୀୟ ବିଡ଼ିଓ ଯୁଧିଷ୍ଠିର ନାଏକଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ଦ୍ଵିତୀୟ ଲହର କରୋନା ଅତ୍ୟନ୍ତ ବିପଦଜନକ ଦର୍ଶାଇ ଏଥିରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କୋଭିଡ ୧୯ ଡ଼୍ୟୁଟି ପୂର୍ବରୁ ଟୀକା ପ୍ରଦାନ କରିବା, ସୁରକ୍ଷା ସାମଗ୍ରୀ

ସହ ସଂକ୍ରମିତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରିବା ପାଇଁ ଦାବି କରାଯାଇଛି। ଦାବି ପତ୍ର ପ୍ରଦାନ ସମୟରେ ପ୍ରାଥମିକ ଶିକ୍ଷକ ସଂଘର ସଂପାଦକ କିଶୋର ଚନ୍ଦ୍ର ଭୋଇ, ଶିକ୍ଷକ ଟଙ୍କଧର ନିଆଲ, ଦେବଦତ୍ତ ମିଶ୍ର, ପ୍ରତିଭା ସାହୁ, ଯୋଶବନ୍ତ ବାଗ, ଘାସିରାମ ଖାଡଙ୍ଗା ପ୍ରମୁଖ ଉପସ୍ଥିତ ଥିଲେ।( ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version