କେନାଲକୁ ଅଟୋ ଓଲଟି ଚାରି ଗୁରୁତର

ମାହାଙ୍ଗା କଟକ ( ଓଡିଶା ତାଜା ନ୍ୟୁଜ୍ ) ପଟ୍ଟାମୁଣ୍ଡାଇ କେନାଲ 02/03/20 :- କଟକ ଜିଲ୍ଲା ମାହାଙ୍ଗା ଥାନା କୁସୁପୁର ସ୍ଥିତ ପଟ୍ଟାମୁଣ୍ଡାଇ କେନାଲ କୁ ଏକ ଯାତ୍ରୀବାହୀ ଅଟୋ ଓଲଟି ପଡିବାରୁ ଚାରିଜଣ ମୁସଲିମ ବ୍ୟକ୍ତି ଆହତ ହୋଇଛନ୍ତି,

ଆହତ ବ୍ୟକ୍ତି ମାନେ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଠାରେ ଅନୁଷ୍ଠିତ ହେଉଥିବା ବିଶ୍ୱ ମୁସଲିମ ସମ୍ମିଳନୀ ରେ ଯୋଗଦେଇ ନିଜ ଘର କଟକ ଜିଲ୍ଲା ସାଲେପୁର ଥାନା ରାଇସୁଙ୍ଗୁଡାକୁ ଏକ ଅଟୋରେ ଫେରୁଥିବାବେଳେ କୁସୁପୁର ଠାରେ କେନାଲ ମଧ୍ୟକୁ ଅଟୋ ଭାରସାମ୍ୟ ହରାଇ ଓଲଟିପଡ଼ିବାରୁ ଚାଳକଙ୍କ ସହିତ ଏଥିରେ ଥିବା ୪ ମୁସଲିମ ଶ୍ରଦ୍ଧାଳୁ ଗୁରୁତର ଆହତ ହୋଇଥିବା ଖବର ମିଳିଛି ।

ଆହତ ମାନଙ୍କୁ ପ୍ରଥମେ ନଡ଼ିଆସାହାସପୁର ଡାକ୍ତରଖାନା ଓ ପରେ ମାହାଙ୍ଗା ମେଡ଼ିକାଲ ରେ ଭର୍ତ୍ତି କରାଯାଇଛି । ମାହାଙ୍ଗା ରୁ ଲଷ୍ମୀଧର ଖୁଣ୍ଟିଆଙ୍କ ରିପୋର୍ଟ

Exit mobile version