ଭାରତ ସମେତ ସାରା ବିଶ୍ବରେ କରୋନା ଭୟାବହତା ଜାରି ରହିଛି

ଓଡ଼ିଶା ତାଜା ନ୍ୟୁଜ୍ (୦୫ ମଇ ବୁଧବାର ) ନୂଆଦିଲ୍ଲୀ :- ଭାରତ ସମେତ ସାରା ବିଶ୍ବରେ କରୋନା ଭୟାବହତା ଜାରି ରହିଛି । ତେବେ କରୋନାର ଦ୍ବିତୀୟ ଲହରକୁ ନେଇ ସତର୍କତା ଅବଲମ୍ବନ କରିବା ପାଇଁ ଭାରତ ଏବଂ ବ୍ରାଜିଲକୁ ପରାମର୍ଶ ଦେଇଥିଲେ ବୈଜ୍ଞାନିକ । କିନ୍ତୁ ଏହି ଦୁଇ ଦେଶ ବୈଜ୍ଞାନିକମାନଙ୍କ ପରାମର୍ଶକୁ ମାନିନଥିଲେ । ଯାହାଫଳରେ କି ସଂକ୍ରମଣ ଭୟାବହ ହୋଇଛି । ଯଦି ବୈଜ୍ଞାନିକଙ୍କ ପରାମର୍ଶ ମାନିଥାନ୍ତେ ତେବେ କରୋନାର ଦ୍ବିତୀୟ ଲହରକୁ ନିୟନ୍ତ୍ରଣ କରାଯାଇପାରିଥାନ୍ତା । ପ୍ରସିଦ୍ଧ ସାଇନ୍ସ ଜର୍ନାଲ ‘ନେଚର’ରେ ଏଭଳି ଏକ ରିପୋର୍ଟ ପ୍ରକାଶ ପାଇଛି ।

ଜତ କିଛି ଦିନ ଧରି ଭାରତରେ ଲଗାତାର କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ ପାଖାପାଖି ୪ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସେହିଭଳି ପ୍ରତିଦିନ ୩ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ମଧ୍ୟ ଘଟୁଛି । ସାରା ବିଶ୍ବରେ ଭାରତର କରୋନା ସ୍ଥିତି ନେଇ ପ୍ରତିକ୍ରିୟା ପ୍ରକାଶ ପାଉଛି । ଅନେକ ଦେଶ ସାହାଯ୍ୟ ପାଇଁ ଆଗେଇଆସିଛନ୍ତି ।

ନେଚର ଜର୍ନାଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବ୍ରାଜିଲ ଏବଂ ଭାରତର ନେତାମାନେ ଦ୍ବିତୀୟ ଲହରକୁ ଗୁରୁତର ସହ ନେଇନଥିଲେ ଏବଂ ବୈଜ୍ଞାନିକଙ୍କ ପରାମର୍ଶକୁ ମାନିନଥିଲେ । ଯାହାଫଳରେ ଦେଶରେ ହଜାର ହଜାର ଲୋକଙ୍କର ମୃତ୍ୟୁ ଘଟୁଛି ।
ଦେଶରେ ନିର୍ବାଚନୀ ପ୍ରଚାର, ଧାର୍ମିକ ଆୟୋଜନ, ଅଯଥା ଭିଡ ନକରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଥିଲେ କିନ୍ତୁ କୌଣସି ନିୟମକୁ ସରକାର କଡାକଡି ପାଳନ କରିନଥିଲେ । ଲୋକମାନେ ଅନାୟାସରେ ବାହାରେ ବୁଲୁଥିଲେ, ପ୍ରବଳ ଭିଡ ଜମାଉଥିଲେ । ଯାହା ଫଳରେ କି ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇଥିଲା ।

Exit mobile version