ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏବେ କରୋନା ଭାଇରସ ପବନରେ ବ୍ୟାପିବା ନେଇ ସମ୍ବାବନା ମାନିନେଇଛି

ଓଡ଼ିଶା ତାଜା ନ୍ୟୁଜ୍ (୦୫ ମଇ ବୁଧବାର ) ନୂଆଦିଲ୍ଲୀ :- ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏବେ କରୋନା ଭାଇରସ ପବନରେ ବ୍ୟାପିବା ନେଇ ସମ୍ବାବନା ମାନିନେଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଟେକ୍ନିକାଲ୍ ହେଡ୍ Maria Van Kerkhove କହିଛନ୍ତି କି କରୋନା ଭାଇରସ ପବନରେ ରହିବା ଏବଂ ବ୍ୟାପିବା ସମ୍ଭାବନାକୁ ଏଡାଇ ଯାଇହେବନି । ଖାସ୍ ରୂପେ ଭିଡ ଥିବା ଅଞ୍ଚଳରେ ଯେଉଁଠି ବାୟୁ ଚଳାଚଳ କମ୍ ସେଠାରେ ପବନ ଜରିଆରେ କରୋନା ଭାଇରସ ବ୍ୟାପିପାରେ ।

ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି କି ଏନେଇ ଏବେ ଏକ୍ସପର୍ଟଙ୍କ ରାୟ ନିଆଯିବ ଏବଂ ନୂଆ ଗାଇଡଲାଇନ୍ସ ମଧ୍ୟ ଜାରି ହୋଇପାରେ । ବିଶେଷଜ୍ଞଙ୍କ ରାୟ ଏହା କି ଯଦି କରୋନା ଭାଇରସ ପବନ ଜରିଆରେ ବ୍ୟାପୁଛି ତେବେ ମାସ୍କ ଲଗାଇବା ଏବଂ ସୋସିଆଲ ଡିଷ୍ଟାନ୍ସିଂ ନିୟମ ପାଳନ କରିବାକୁ ହେବ । କିନ୍ତୁ ୧ ମିଟର ଦୂରତାକୁ ଅଧିକ ବଢାଇବା ପାଇଁ ବିଚାର କରାଯାଇପାରେ ।

୩୨ ଦେଶର ୨୩୯ ବୈଜ୍ଞାନିକମାନେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନକୁ ଏକ ଓପନ ଲେଟର ଲେଖି କହିଥିଲେ କି WHOକୁ ଏହା ମାନିବାକୁ ପଡିବ କି କରୋନା ଭାଇରସ ନିଶ୍ୱାସ ଜରିଆରେ ନୁହେଁ, ପବନରେ ଥିବା ଅଣୁ ମାଧ୍ୟମରେ ବ୍ୟାପିପାରେ । ଏହା ପୂର୍ବରୁ ଏହା କୁହାଯାଉଛି କି ଜଣେ ବ୍ୟକ୍ତି ଛିଙ୍କିବା କିମ୍ବା କାଶିବା କିମ୍ବା ତାକୁ ଛୁଇଁବା ଫଳରେ ଜଣଙ୍କଠୁ ଅନ୍ୟ ଜଣଙ୍କୁ କରୋନା ଭାଇରସ ସଂକ୍ରମଣ ବ୍ୟାପିପାରେ । କିନ୍ତୁ ଏବେ ଏମିତି କୁହାଯାଉଛି କି କରୋନା ଭାଇରସ ପାର୍ଟିକଲ ପବନରେ ମଧ୍ୟ ରହିପାରନ୍ତି । ଏହା ଫଳରେ ଲୋକଙ୍କୁ ଅଧିକ ସାବଧାନ ରହିବାକୁ ପଡିବ ।

ଡବ୍ଲୁଏଚଓ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛି କି କରୋନା ଭାଇରସର ସଂକ୍ରମଣ ତୀବ୍ର ଗତିରେ ବ୍ୟାପୁଛି । ତେବେ ଏହା ଚରମ ସୀମାରେ ପହଞ୍ଚିବା ଏବେ ବାକି ଅଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଆକଳନ ଅନୁସାରେ ସାରା ବିଶ୍ୱରେ ୧ କୋଟିରୁ ଅଧିକ ଲୋକ କରୋନାରେ ଶିକରା ହେଉଛନ୍ତି ଏବଂ ୫ ଲକ୍ଷ ୩୫ ହଜାର ଲୋକ ଏହି ରୋଗରେ ଜୀବନ ହାରିସାରିଲେଣି ।

Exit mobile version