ରାଉରକେଲା ବସ୍‌ରେ ମହିଳା ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ

ଓଡ଼ିଶା ତାଜା ନ୍ୟୁଜ୍ (୦୫ ମଇ ବୁଧବାର ) ଲହୁଣିପଡ଼ା  :- ରାଉରକେଲା ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ବସ୍‌ରେ ଫେରୁଥିବା ବେଳେ ମହିଳାଙ୍କୁ ପ୍ରସବ ବେଦନା ହୋଇଥିଲା । ସେ ବସ୍‌ରେ ଏକ ଶିଶୁପୁତ୍ର ଜନ୍ମ ଦେଇଛନ୍ତି । ତାଙ୍କୁ ଲହୁଣିପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ପ୍ରକାଶ ଯୋଗ୍ୟ ଯେ ଲହୁଣିପଡ଼ା ବ୍ଲକ ହଳଦୀକୁଦର ପଞ୍ଚାୟତସ୍ଥିତ ରଞ୍ଜଗତ୍ମାରେ ସାମୁଏଲ ମୁଣ୍ଡାଙ୍କ ଘର । ସେ ପତ୍ନୀଙ୍କୁ ନେଇ ଚିକିତ୍ସା ପାଇଁ ରାଉରକେଲାର ଯାଇଥିଲେ । ସେଠାରେ ପ୍ରସବ ପାଇଁ ଅସ୍ତ୍ରୋପଚାର ଓ କରୋନା ପରୀକ୍ଷା କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ ।

ଏଥିରେ ଦମ୍ପତି ଭୟଭୀତ ହୋଇ ରାଉରକେଲାରୁ ପାଲଲହଡା ଯାଇଥିବା ବସ୍‌ ଶ୍ରୀ ଜଗନ୍ନାଥ (ଓଆର ୧୪ ଓାଇ ୦୯୭୪) ଚଢ଼ି ଘରକୁ ଫେରୁଥିଲେ । ମାତ୍ର ଲହୁଣିପଡା ନିକଟରେ ସ୍ତ୍ରୀଙ୍କ ପ୍ରସବ ବେଦନା ହୋଇଥିଲା । ବସ୍‌ରେ ହିଁ ମହିଳା ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ବସରେ ତାଙ୍କୁ ଲହୁଣିପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିଆଯାଇଥିଲା । ଉଭୟ ମା ଓ ଶିଶୁକୁ ସେଠାରେ ଭର୍ତ୍ତି କରାଯାଇଛି ।

Exit mobile version