ଏସ୍‌ବିଆଇ ଲାଇଫ୍ ଇନ୍‌ସ୍ୟୁରାନ୍ସ ର ୨୦,୬୨୪ କୋଟି ଟଙ୍କାର ନୂଆ ବ୍ୟବସାୟ ପ୍ରିମିୟମ୍ ସଂଗ୍ରହ

ଓଡ଼ିଶା ତାଜା ନ୍ୟୁଜ୍ ( ୦୪ ମେ , ମଙ୍ଗଳବାର ) ଭୁବନେଶ୍ୱର  : ଦେଶର ଅଗ୍ରଣୀ ଜୀବନ ବୀମା ସେବା ପ୍ରଦାନକାରୀ ଏସ୍‌ବିଆଇ ଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ଆର୍ଥିକ ବର୍ଷରେ ୨୦,୨୬୪ କୋଟି ଟଙ୍କାର ନୂଆ ବ୍ୟବସାୟ ପ୍ରିମିୟମ୍ ସଂଗ୍ରହ କରାଯାଇଛି । ପୂର୍ବବର୍ଷ ଏହି ସମୟରେ କଂପାନି ସଂଗ୍ରହ କରିଥିବା ୧୬,୫୯୨ କୋଟି ଟଙ୍କା ତୁଳନାରେ ଏହା ୫୨% ଅଧିକ । ପ୍ରୋଟେକ୍ସନ୍ ପ୍ଲାନ୍ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦେଇ ଏସ୍‌ବିଆଇ ଲାଇଫ୍‌ର ନୂଆ ବ୍ୟବସାୟ ପ୍ରିମିୟମ୍ ଏହି କ୍ଷେତ୍ରରେ ୨୪୫୯ କୋଟି ଟଙ୍କା ହୋଇଛି । ଏକ୍ଷେତ୍ରରେ କଂପାନି ୧୮% ବୃଦ୍ଧି ହାସଲ୍ କରିଛି । ସୁରକ୍ଷା ବ୍ୟକ୍ତିଗତ ନୂଆ ବ୍ୟବସାୟ ପ୍ରିମିୟମ୍‌ରେ ୪୦% ବୃଦ୍ଧି ଘଟି ୭୪୨ କୋଟି ଟଙ୍କା ହୋଇଛି ।

ବ୍ୟକ୍ତିଗତ ନୂଆ ବ୍ୟବସାୟ ପ୍ରିମିୟମ୍ ୧୧% ବୃଦ୍ଧି ପାଇ ୧୨,୪୪୯ କୋଟି ଟଙ୍କା ହୋଇଛି । ଏସ୍‌ବିଆଇ ଲାଇଫ୍‌ର ଟିକସ ପରବର୍ତୀ ଲାଭ ୧୪୫୬ କୋଟି ଟଙ୍କା ହୋଇଛି । ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା କଂପାନିର ସଲ୍‌ଭେନ୍ସି ରେସିଓ ୨.୧୫ ରହିଛି ଯାହା ବୈଧାନିକ ଆବଶ୍ୟକତା ୧.୫୦ ଠାରୁ ଅଧିକ । ଏସ୍‌ବିଆଇ ଲାଇଫ୍‌ର ଏୟୁଏମ୍ ୩୮% ବୃ୍‌ଦ୍ଧି ପାଇ ୨,୨୦,୮୭୧ କୋଟି ଟଙ୍କା ହୋଇଛି ଯାହା ୨୦୨୦ ମାର୍ଚ୍ଚ ୩୧ ବେଳକୁ ୧,୬୦,୩୬୩ କୋଟି ଟଙ୍କା ଥିଲା । କଂପାନିର ଡେବ୍‌ଟ୍ ଟୁ ଇକ୍ୱିଟି ଅନୁପାତ ୭୩:୨୭ ରହିଛି ଓ ଡେବ୍‌ଟ୍‌ର ୯୦% ଉପକରଣ ଏଏଏ ରେଟିଂରେ ରହିଛି । କଂପାନିର ନବୀକରଣ ପ୍ରିମିୟମ୍ ୨୩% ବୃଦ୍ଧି ପାଇ ୨୯,୬୩୦ କୋଟି ଟଙ୍କା ହୋଇଛି । ଗ୍ର୍‌ସ୍ ରିଟେନ୍ ପ୍ରିମିୟମ୍ ୫୦,୦୦୦ କୋଟି ଟଙ୍କା ସ୍ତରକୁ ଅତିକ୍ରମ କରିଛି । ବ୍ୟକ୍ତିଗତ ରେଟେଡ୍ ପ୍ରିମିୟମ୍‌ରେ କଂପାନିର ବଜାର ଅଂଶ ୨୨.୬% ଭଳି ଅଗ୍ରଣୀ ସ୍ତରରେ ରହିଛି । କଂପାନିର ଏକ ଦୃଢ଼ ବିତରଣ ନେଟ୍‌ୱର୍କ ରହିଥିବା ବେଳେ ଏହାର ୨,୨୫,୩୮୧ ତାଲିମ୍‌ପ୍ରାପ୍ତ ବୀମା ପ୍ରଫେସନାଲ୍ ରହିଛନ୍ତି ଏବଂ ସାରା ଦେଶରେ ଏହାର ୯୪୭ କାର୍ଯ୍ୟାଳୟ ରହିଛି । ଏହାର ଦୃଢ଼ ବ୍ୟାଙ୍କାସ୍ୟୁରାନ୍ସ ଚ୍ୟାନେଲ୍‌, ଏଜେନ୍ସି ଚ୍ୟାନେଲ୍‌, କର୍ପୋରେଟ୍ ଏଜେଂଟ୍‌, ବ୍ରୋକର୍‌, ମାଇକ୍ରୋ ଏଜେଂଟ୍‌, ଜନ ସେବା କେନ୍ଦ୍ର, ବୀମା ମାର୍କେଟିଂ ସଂସ୍ଥା, ୱେବ୍ ଏଗ୍ରିଗେଟର୍ ଓ ଡାଇରେକ୍ଟ ବିଜ୍‌ନେସ୍ ଚ୍ୟାନେଲ୍ ରହିଛି ।

Exit mobile version