ମମତାଙ୍କ ବିଜୟ, ଭାରତବର୍ଷର ଗଣତନ୍ତ୍ରର ବିଜୟ : ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର

ଓଡ଼ିଶା ତାଜା ନ୍ୟୁଜ୍ ( ୦୪ ମେ , ମଙ୍ଗଳବାର ) ଭୁବନେଶ୍ୱର  :–  ପଶ୍ଚିମବଙ୍ଗ ନିର୍ବାଚନରେ ତୃଣମୂଳ କଂଗ୍ରେସର ବିପୁଳ ବିଜୟ ଉପରେ ଆନନ୍ଦ ବ୍ୟକ୍ତ କରି ପୂର୍ବତନ ଓଡ଼ିଶା ତୃଣମୂଳ କଂଗ୍ରେସର ଅଧ୍ୟକ୍ଷ ତଥା ବର୍ତ୍ତମାନ କଂଗ୍ରେସ ଦଳର ବରିଷ୍ଠ ନେତା, ବିଶିଷ୍ଟ ସମାଜସେବୀ, ମହାବୋଧି ସଂସ୍ଥାର ଆନ୍ତରାଷ୍ଟ୍ରୀୟ ଉପସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ଯେ ସୁଶ୍ରୀ ମମତା ବନ୍ଦୋପଧ୍ୟାୟଙ୍କ ଚଳିତ ନିର୍ବାଚନର ବିଜୟ ଭାରତବର୍ଷର ଗଣତନ୍ତ୍ରର ବିଜୟ ।

ଶ୍ରୀମତୀ ବାନାର୍ଜୀଙ୍କୁ ଟ୍ୱିଟ୍ କରି ଏବଂ ଟେଲିଫୋନ୍‌ ଯୋଗେ ଅଭିନନ୍ଦନ ଜଣାଇବା ସହ, ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗର ସଭାପତି, ସାଂସଦ ଶ୍ରୀ ସୁବ୍ରତ ରଞ୍ଜନ ବକ୍ସିଙ୍କୁ ଟେଲିଫୋନ ଯୋଗେ ଡଃ ଜ୍ଞାନେନ୍ଦ୍ର ଅଭିନନ୍ଦନ ଜଣାଇଛନ୍ତି । ସେ ଆହୁରି କହିଛନ୍ତି ଯେ, ପଶ୍ଚିମବଙ୍ଗର ଜନସାଧାରଣ ଅତ୍ୟନ୍ତ ସଂସ୍କୃତି ସମ୍ପନ୍ନ । ସେମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦ୍ରୁପାତ୍ମକ ବକ୍ତବ୍ୟକୁ ଘୃଣା କରୁଥିଲେ ଏବଂ ତାହା ହିଁ ଭୋଟ ଜରିଆରେ ଜଣାଇ ଦେଲେ । ଡଃ ଜ୍ଞାନେନ୍ଦ୍ର ପଶ୍ଚିମବଙ୍ଗର ଭୋଟର, ତୃଣମୂଳ କଂଗ୍ରେସର କାର୍ଯ୍ୟକର୍ତ୍ତା ଓ ନବ ନିର୍ବାଚିତ ବିଧାୟକମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ।

Exit mobile version