ଗୋପବନ୍ଧୁ କାର୍ଯ୍ୟରତ ସ୍ୱାସ୍ଥ୍ୟବୀମା ଯୋଜନା ଅନ୍ତର୍ଗତ ସାମ୍ବାଦିକ ମାନଙ୍କ ନିମନ୍ତେ ସ୍ୱତନ୍ତ୍ର ଟିକାଦାନ କାର୍ଯ୍ୟକ୍ରମ

ଓଡ଼ିଶା ତାଜା ନ୍ୟୁଜ୍ ( ୦୪ ମେ , ମଙ୍ଗଳବାର ) ଭୁବନେଶ୍ୱର  :–  ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଆଗଧାଡ଼ିର କୋଭିଡ୍‌ ଯୋଦ୍ଧା ଭାବେ ଘୋଷଣା କରାଯାଇଥିବା ପରିେ ପ୍ରକ୍ଷୀରେ ସୂଚନା ଓ ଲୋକସଂ ପର୍କ ବିଭାଗ ଏବଂ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ କୋଭିଡ୍‌ ଟିକା ପ୍ରଦାନ ନିମନ୍ତେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇଛି ।

ଭୁବନେଶ୍ୱର ୟୁନିଟ୍‌-୬ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ଆୟୋଜିତ ଟିକା ପ୍ରଦାନର ପ୍ରଥମ ଦିବସରେ ୨୩୦ ଜଣ କାର୍ଯ୍ୟରତ ସାମ୍ବାଦିକଙ୍କୁ ଟିକା ପ୍ରଦାନ କରାଯାଇଥିଲା । ଗୋପବନ୍ଧୁ କାର୍ଯ୍ୟରତ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାରେ ଅନ୍ତର୍ଭୁକ୍ତ ସ୍ୱାସ୍ଥ୍ୟବୀମା କାର୍ଡଧାରୀ ସାମ୍ବାଦିକ ମାନଙ୍କୁ ଟିକା ପ୍ରଦାନ କରାଯାଉଛି ।

ମଇ ୪ ତାରିଖରୁ ମଇ ୬ ତାରିଖ ପର୍ଯ୍ୟନ୍ତ ଟିକା ପ୍ରଦାନର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟହ ସକାଳ ଘ.୯.୩୦ ମିନିଟ୍‌ ରୁ ଅପରାହ୍ନ ଘ.୩.୩୦ ମିନିଟ୍‌ ପର୍ଯ୍ୟନ୍ତ ଟିକା ପ୍ରଦାନ କରାଜାଉଛି ।

Exit mobile version