ରେଣ୍ଟା ଗ୍ରାମ୍ୟ ଜଙ୍ଗଲ ଓ ନାହାଙ୍ଗ ତାଳ ପୋଖରୀ ର ବିକାଶ ନେଇ ସ୍ଥିତି ସମୀକ୍ଷା କଲେ କଟକ ଆରଡିସି

କଟକ ଜିଲ୍ଲା ମାହାଙ୍ଗା (ଓଡିଶା ତାଜା ନ୍ୟୁଜ୍ ) ମାହାଙ୍ଗା ବ୍ଲକ 02/03/20:-କଟକ ଜିଲ୍ଲା ମାହାଙ୍ଗା ବ୍ଲକ ର ପ୍ରମୁଖ ପିକନିକ ସ୍ଥଳୀ ଭାବେ ପରିଚିତ ଉମର ରେଣ୍ଟା ଗ୍ରାମ୍ୟ ଜଙ୍ଗଲ ଓ ନାହାଙ୍ଗ ପଂଚାୟତ ନାହାଙ୍ଗ ଗ୍ରାମର ପୁରାଣ ପ୍ରସିଦ୍ଧ ତାଳ ପୋଖରୀ ଦୀର୍ଘ ବର୍ଷ ହେବ ଅବହେଳିତ ଅବସ୍ଥାରେ ଥିବା ବେଳେ ଆଜି କଟକ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ଶ୍ରୀଯୁକ୍ତ ଅନିଲ ସାମଲ ଏହି ଉଭୟ ଗ୍ରାମକୁ ଗ୍ରସ୍ତ କରି ଦୁଇଟି ସ୍ଥଳୀର ବିକାଶ ନିମନ୍ତେ ମାହାଙ୍ଗା ତହସିଲ ର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ,

ଏଠି ସହ ଏହି ଦୁଇ ସ୍ଥାନ ର କିପରି ଉନ୍ନତି ହେଇପାରିବ ସେଥିନେଇ କଟକ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରିଥିଲେ, ଏହି ଦୁଇ ସ୍ଥାନକୁ ସଂଯୋଗ କରିବା ପାଇଁ ଏକ ସ୍ଥାଇ ରାସ୍ତାର ଆବଶ୍ୟକ ଥିବାରୁ ଗ୍ରାମ ଉନ୍ନୟନ ବିଭାଗ, ଓ ବିଦ୍ୟୁତ ଭିଭାଗ ସହ ଫୋନ ଯୋଗେ ଆଲୋଚନା କରିବା ସହ ରାସ୍ତା ନିର୍ମାଣପାଇଁ ନିର୍ଦେଶ ଦେଇଥିବା ଜଣାଯାଇଛି,

ଡିସେମ୍ବର ଓ ଜାନୁଆରୀ ମାସରେ ଏହି ଗ୍ରାମ୍ୟ ଜଙ୍ଗଲକୁ ହଜାର ହଜାର ସଂଖ୍ୟାରେ କଲେଜ ସ୍କୁଲ ପିଲାଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକ ମାନେ ଏଠାକୁ ଆସି ବଣଭୋଜି କରିବା ସହ ଖୁସି ମନାଇଥାନ୍ତି, ଏହି ଗ୍ରାମ୍ୟ ଜଙ୍ଗଲ ଟି 15 ଏକରରୁ ଅଧିକା ଜମି ଯୋଇଥିବାବେଳ ଏହାର ଅବସ୍ଥିତି ଜାଣିବା ପାଇଁ ଏହାକୁ ମାପି ଚି଼ହ୍ନଟ କରିବାପାଇଁ ମାହାଙ୍ଗା ତହସିଲଦାରଙ୍କୁ ନିର୍ଦେଶ ଦେଇଥିଲେ, ଖୁବ ଶୀଘ୍ର ଏହି ଉଭୟ ପିକନିକ ସ୍ଥଳୀର ବିକାଶ ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ଆରଡିସି ଶ୍ରୀ ସାମଲ କହିଛନ୍ତି,

ଏହି କାର୍ଯ୍ୟକ୍ରମ ସମୟରେ ନାହାଙ୍ଗ ର ସମାଜସେବୀ ଦେବରଞ୍ଜନ ମହାନ୍ତି, ଉମର ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ମହାନ୍ତି, ସମାଜସେବି ଅଜୟ ସାମଲ, ସୁନାକାର ସାହୁ, ଉଦୟ ପୃଷ୍ଟି, ବିଜୟ ସାମଲ, ପ୍ରହଲ୍ଲାଦ ପଣ୍ଡା,ତ୍ରିଲୋଚନ ଦାସ, ନିତାଇ ମହାପାତ୍ର, ମାହାଙ୍ଗା ତହସିଲଦାର ଚିତ୍ତରଞ୍ଜନ ପଟ୍ଟନାୟକ, ଅତିରିକ୍ତ ତହସିଲଦାର ଦିଲ୍ଲୀପ ନାୟକ ଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହିଥିଲେ, ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆଙ୍କ ରିପୋର୍ଟ,

Exit mobile version