ଚିତ୍ର ଶିଳ୍ପୀ ରାଜକିଶୋର ମହାରଣା ଙ୍କର ନୂତନ ପ୍ରୟାସ : ଅଦରକାରୀ ବର୍ଜ୍ୟବସ୍ତୁ ସାହାଯ୍ୟରେ କରୋନା ସଚେତନତା

ଓଡ଼ିଶା ତାଜା ଖବର ( ୦୪ ମଇ ମଙ୍ଗଳବାର ) ଭୁବନେଶ୍ୱର :-  ପୁରୁଣା ଭୁବନେଶ୍ୱର ,ଲିଙ୍ଗରାଜ ନଗର ର ସୁନାମ ଧନ୍ୟ ଚିତ୍ର ଶିଳ୍ପୀ ଶ୍ରୀଯୁକ୍ତ ରାଜକିଶୋର ମହାରଣା ଆଜିର ଏହି ମହାମାରୀର ଦ୍ୱିତୀୟ ଲହରୀର କରାଳ ସମୟରେ ,ସେ ନିଜର ଚିତ୍ର ମାଧ୍ୟମ ରେ ବିଭିନ୍ନ ଅଦରକାରୀ ବର୍ଜ୍ୟବସ୍ତୁ ସାହାଯ୍ୟରେ କରୋନା ସଚେତନତାର ବାର୍ତ୍ତା ବାଣ୍ଟି ଆମ ସମାଜରେ କୋଭିଡ ନୀୟମ ମାନୁନଥିବା ଅମାନିଆ ମାନଙ୍କୁ ସଚେତନ କରାଇବା ସହିତ ଓଡିଶା ସରକାରଙ୍କ ନୀତି ଆଦର୍ଶକୁ ଓ ଉପଦେଶ କୁ ସମ୍ମାନ ଜଣାଇ ,

ଏ କରୋନା ଦାଉରୁ ରକ୍ଷା ପାଇବାପାଇଁ ଆସ ସମସ୍ତେ ହାତ ଧୋଇ ମାସ୍କ ପିନ୍ଧିବା ଏବଂ ବାହାରକୁ ଅତି ଜରୁରୀ ନ ପଡିଲେ ଯିବାନାହିଁ । ଏହି ବାର୍ତ୍ତା ଟିକୁ ଶିଳ୍ପୀ ରାଜକିଶୋର ନିଜହାତରେ ତିଆରି ମାସ୍କ ଓ ବ୍ୟାଗ ଉପରେ ଖୁବ ସୁନ୍ଦର ଚିତ୍ର ଆଙ୍କି ସାମାଜିକ ଦୂରତା ଓ ସଚେତନତାର ମନ୍ତ୍ର ବାଣ୍ଟିଛନ୍ତି ପ୍ରତିଟିଘରେ ଓ ସଭିଙ୍କ କାନରେ ।

ଶ୍ରୀ ଯୁକ୍ତ ମହାରଣା ନିକଟରେ ଚିତ୍ର କରା ବିଶ୍ଵବିଦ୍ୟାଳୟ ଦ୍ୱାରା ଆୟୋଜିତ ଅନ୍ତର୍ଜାତୀୟ ମାସ୍କ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିବା ସହିତ ସଫଳତା ହାସଲ କରି ଓଡ଼ିଶାର କଳାକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇ ଥିଲେ। ଓଡିଶା ଲଳିତକଳା ଏକାଡେମୀ ଦ୍ୱାରା ପରିଚାଳିତ କରୋନା

ସଚେତନ ପେଣ୍ଟିଙ୍ଗ ପ୍ରତିଯୋଗୀତା ରେ ସେ ମଧ୍ୟ ଖୁବ ଉଚ୍ଚକୋଟୀର ଛବି ଆଙ୍କି ପ୍ରଶଂସାର ପ୍ରିୟ ପାତ୍ର ହୋଇଥିଲେ । ଆଜି ତାଙ୍କ କଳାର ନୀରବ ଭାଷା ଆମମାନଙ୍କୁ ସତର୍କତାର ଜୀବନ ଜୀଇଁ ବାର ରାସ୍ତା ଦେଖାଉ ଛି ,ତେଣୁ ସେ ମହାନ ଶିଳ୍ପୀଙ୍କ ଚଲାପଥରେ ରେ ଈଶ୍ୱର ଶୁଭାଶିଷ ଢ଼ାଳି ଦିଅନ୍ତୁ

Exit mobile version