ଭାପୁର ସ୍ଵାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଯାଇଥିବା ଜଣେ ମହିଳା ନିଖୋଜ, ଢେଙ୍କାନାଳ

ଓଡ଼ିଶା ତାଜା ଖବର ( ୦୪ ମଇ ମଙ୍ଗଳବାର ଢେଙ୍କାନାଳ :- ଜିଲ୍ଲା ଭାପୁର ସ୍ଵାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିବା ଜଣେ ମହିଳା ନିଖୋଜ । ଏ ନେଇ ନିଖୋଜ ମହିଳାଙ୍କ ସ୍ବାମୀ ଥାନାରେ ଲିଖିତ ଜଣାଇଛନ୍ତି । ପ୍ରକାଶ ଯେ, ଜିଲ୍ଲା ଭାପୁର ଫାଣ୍ଡି ଅନ୍ତର୍ଗତ ବେଗୁନିଆପାଳ ଗ୍ରାମର ବିନୋଦିନୀ ରାଉତ (୪୪) ନାମକ ଏକ ମହିଳା ଗତକାଲି ସମୟ ପ୍ରାୟ ୩ ଟା ସମୟରେ ନିକଟସ୍ଥ ଭାପୁର ମେଡିକାଲ୍ କୁ ଚିକିତ୍ସା ନିମନ୍ତେ ଯାଇଥିଲେ ହେଲେ ଦୁର୍ଭାଗ୍ୟବଶତଃ ଆଉ ଘରକୁ ଫେରି ନଥିଲେ ।

ତେବେ ଘରକୁ ଫେରିବାର ବହୁ ବିଳମ୍ବ ହେବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିବା ସହ ନିଜର ବନ୍ଧୁବାନ୍ଧବ ଓ ସଂପର୍କୀୟମାନଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ବିନୋଦିନୀ ଙ୍କ କୈାଣସି ଖବର ମିଳିପାରିନଥିଲା। ତେଣୁ ନିଖୋଜ ମହିଳାଙ୍କ ଙ୍କ ସ୍ବାମୀ ସଦାନନ୍ଦ ରାଉତ ତାଙ୍କ ସ୍ତ୍ରୀ ନିଖୋଜ ସଂପର୍କରେ ଗତକାଲି ଭାପୁର ଫାଣ୍ଡିରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି। (ରିପୋର୍ଟ୍, ଅମର ରଞ୍ଜନ ଦାସ /ଢେଙ୍କାନାଳ)

Exit mobile version